-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
23-Jul-2024
ଭୁବନେଶ୍ବର (ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ )
ବିରୋଧୀ ବିଜେଡି ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଆଜି ଦୁଇ ଦୁଇ ଥର ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ପ୍ରଥମେ ଏହାକୁ ସାଢ଼େ ୧୧ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ହେଲେ ପୁଣି ଅବସ୍ଥାରେ କୌଣସି ପରିବର୍ତ୍ତନ ନ ହେବାରୁ ବିଧାନସଭାକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।
ଟଙ୍କଧର ତ୍ରିପାଠୀ କହିଛନ୍ତି, ଦୀର୍ଘ ୨୪ ବର୍ଷର ସରକାରରେ ବିରୋଧୀ ଯେଉଁ କାମ କରିପାରିନଥିଲେ, ମାତ୍ର ମାସକରେ ମୋହନ ସରକାର ସେ କାମ କରିଦେଖାଇଛନ୍ତି । ସେଥିପାଇଁ ଅସହିଷ୍ଣୁ ହୋଇ ଅସହିଷ୍ଣୁତାର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି ବିରୋଧୀ। ବିରୋଧୀ ଗୃହ ଚଳାଇବାକୁ ଦେଉନାହାନ୍ତି।