-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
.
(ଡୋଲେଶ୍ଵର ବାଗ )
ନୂଆପଡ଼ା ବୋଡ଼େନ ବ୍ଲକ ନଗପଡ଼ା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ଦୟା ମାଝୀ ଙ୍କ ପରିବାର ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ନିଜ ଜମିରେ ଛତୁ ଫୁଟି ଥିବା ବେଳେ ସେହି ଛତୁ କୁ ଆଣି ଘରେ ରୋଷେଇ କରି ଖାଇଥିଲେ। ପରିବାର ର ୬ ଜଣ ଙ୍କ ସ୍ବାସ୍ଥ୍ୟ ସମସ୍ୟା ହୋଇଥିଲା। ସେହି ପରିବାରର ଶୋଭା ମାଝୀ, ପ୍ରେମ ସିଂ ମାଝୀ, ଶତୃଘନ ମାଝୀ ପ୍ରହଲ୍ଲାଦ ମାଝୀ , ସୋମାବାରୀ ମାଝୀ ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିଲେ। ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ରେ ତାଙ୍କୁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ବାଭାବିକ ଥିବା ଡ଼ାକ୍ତର ସିଦ୍ଧର୍ଥ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।