-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
ଲୋଇସିଂହା, (ବିନୋଦ ଦୀପ) ଆଜି ଲୋଇସିଂହା ବ୍ଲକ ସଭା ଗୃହରେ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଅଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀ ଅକ୍ଷୟପାଣି ଉଦ୍ଦୁ ଙ୍କ ତତ୍ୱାବଧାନ ରେ ମୁଖ୍ୟଅତିଥି ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରିସିକେଶ ଖିଲାରୀ, ଉପ ଜିଲ୍ଲାପାଳ ପ୍ରସନ୍ନ ପଧାନ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ତହସିଲ୍ଦାର ସୁଶ୍ରୀ ସଂଘମିତ୍ରା କାଲୋ ଯୋଗ ଦେଇଥିଲେ l ଜିପିଓ କିଶୋରଚନ୍ଦ୍ର ମାନସିଂହ, ସହକାରୀ ଯନ୍ତ୍ରୀ ଶ୍ରୀ ସିଦ୍ଧାର୍ଥ ପାଢୀ, ଶ୍ରୀଯୁକ୍ତ ସାମନ୍ତରାୟ, ଆଇଆଇସି ଯାଜ୍ଞସେନି ନାୟକ, ଯୋଗାଣ ଅଧିକାରୀ ସୋମ୍ୟରଞ୍ଜନ ମହାନନ୍ଦ ସହ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ l ଆଜିର କାର୍ଯ୍ୟକ୍ରମ ରେ ବର୍ଷା ସତ୍ୱେ ବ୍ଲକ ର ପ୍ରତ୍ୟକ ପଂଚାୟତ ରୁ ଶତାଧିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ପୋଲିସ ମୁତୟନ ରହି ନିଜ ଦାୟିତ୍ୱ ତୁଲାଇଥିଲେ l ଏହି ମିଳିତ ଜନ ଅଭିଯୋଗ ଶୁଣାଣି ରେ ଇନ୍ଦ୍ରାଆବାସ ଗୃହ 120, ସାମୁହିକ 25, ବ୍ୟକ୍ତିଗତ 71 ଓ ସାଧାରଣ 96 ଟି ଅଭିଯୋଗ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଲୋକେ ଜାହିର କଲେ l