-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Jul-2024
ନୂଆପଡ଼ା - (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକର ଲାଞ୍ଜି ଗ୍ରାମର ସାପ୍ତାହିକ ବଜାର ପାଖରେ ରାସ୍ତାକୁ ଦୁଇ ଫାଳ କରି ତଳେ ପାଇପ ପୋତି ଥିଲେ ଜଳ ସେଚନ ବିଭାଗ କିନ୍ତୁ ତାକୁ ଠିକ୍ ଭାବରେ ମାଟି ଓ ପଥର ଭର୍ତ୍ତି କରିନଥିବା କାରଣରୁ ବର୍ଷାରେ ସେହି ସ୍ଥାନଟି ନାଲ ତିଆରି ହୋଇଯାଇଛି , ସରକାରୀ ଅଫିସରଙ୍କ ଖାମ ଖିଆଲି ନୀତି ଯୋଗୁଁ ଗତ କାଲି ଗାଡ଼ି ମଟର ଯିବା ଆସିବା କରିବାରେ ଅସୁବିଧା ହେଉଥିଲା ପୁଣି ଆଜି ସେହି ସ୍ଥାନରେ ବୋଡ଼େନ ବ୍ଲକ ରୋକାଲ ପଞ୍ଚାୟତ ଜୟ ବାହାଲ ଗ୍ରାମର ହେମନ୍ତ ମହାଉତି (ରମା କାନ୍ତ) ବ୍ୟକ୍ତିଗତ କାମ ପାଇଁ ଖରୀଆର ଯିବା ସମୟରେ ସେହି ଖାଳରେ ବାଇକ୍ ସହ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ।ପିଚୁ ରାସ୍ତା ଉପରେ ଜୋରରେ ତାଙ୍କ ମୁଣ୍ଡ ବାଜି ରକ୍ତସ୍ରାବ ହେଉଥିଲା,ସେ ଚେତା ଶୂନ୍ୟ ହୋଇ ପଡ଼ି ରହିଥିଲେ,କୌଣସି ସୂତ୍ରରୁ ତାଙ୍କର ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଖରୀଆର ମିଶନ ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ତାଙ୍କର ଅବସ୍ଥା ଦେଖି ତାଙ୍କୁ ରାୟ ପୁର ସ୍ଥାନାନ୍ତର କରାଯାଇଛି ।ଏହି ଦୁର୍ଘଟଣା ପାଇଁ ସର୍ବ ସାଧାରଣରେ ଜଳ ସେଚନ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦାୟୀ କରୁଥିବା ବେଳେ ପରିବାର ଲୋକ ମଧ୍ୟ ଉକ୍ତ ବିଭାଗ କୁ ଦାୟୀ କରିଛନ୍ତି ।ତାଙ୍କର ଚିକିତ୍ସା ଖର୍ଚ୍ଚ ଉଭୟ ବିଭାଗ ବହନ କରନ୍ତୁ ବୋଲି ପରିବାର ଲୋକ ଅଭିଯୋଗ କରୁଛନ୍ତି ।ପ୍ରାପ୍ତ ସୂଚନା ଅନୁସାରେ ତାଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।ବର୍ତ୍ତମାନ ମଧ୍ୟ ଆଇ ସି ୟୁ ରେ ଚିକିତ୍ସାଧୀନ ଅଛନ୍ତି ।