-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

କଣ୍ଟାପାଲି ୟୁପି ସ୍କୁଲ୍ ରେ ତାଲା ପଡିଲା, ପାଠପଢ଼ାକୁ ନେଇ ସନ୍ଦିହାନ ଅବସ୍ଥାରେ କୁନିକୁନି ଛାତ୍ରଛାତ୍ରୀ

13-Jul-2024



ବଲାଙ୍ଗୀର(ମହେନ୍ଦ୍ର ଦର୍ଜି ଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲା ଆଗଲପୁର(ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ କଣ୍ଟାପାଳି ଗାଁର ୟୁପି ସ୍କୁଲ ବନ୍ଦ ହୋଇଯାଇଥିବାରୁ ଗାଁ ର ଛୋଟଛୋଟ ଛୁଆ ବହୁ ଅସୁବିଧାରେ ଦେଢ଼ କିଲୋମିଟର ଦୂର କୁଟାସିଂହା ୟୁପି ସ୍କୁଲକୁ ପଢିବାକୁ ଯାଉଥିବା ଦେଖାଯାଉଛି । ସୂଚନା ଅନୁସାରେ କଣ୍ଟାପାଳିରେ ୧୯୭୧ ମସିହାରେ ଏକ ୟୁପି ସ୍କୁଲ ସ୍ଥାପିତ ହୋଇଥିଲା । ପ୍ରଥମରୁ ତୃତୀୟ ପର୍ଯନ୍ତ ଆରମ୍ଭ ହୋଇଥିବା ଏହି ସ୍କୁଲରେ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ |ଏହାର କିଛି ବର୍ଷ ପରେ ଏଠାରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢା ଲାଗି ଆଉ ଜଣେ ଶିକ୍ଷକ ନିଯୁକ୍ତି ହେଲେ । ସବୁ ଠିକଠାକ ଚାଲିଥିଲା ହେଲେ ୨୦୨୨ମସିହାରେ ସରକାରଙ୍କ ନୁଆଁ ସ୍କୁଲ ସଂସ୍କାର ଗାଇଡଲାଇନ ଅନୁଯାୟୀ ୩୦ ଜଣରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ହୋଇଗଲା । ସେହି ସମୟରେ ଏହି ସ୍କୁଲରେ ୨୮ ଜଣ ଛାତ୍ରଛାତ୍ରୀ ଥିବାରୁ ଏହାକୁ ଉଠାଇ ଦେଇ କୁଟାସିଂହା ହାଇସ୍କୁଲରେ ସାମିଲ କରାଗଲା । ଏଠାରେ କାର୍ଯ୍ୟରତ ୨ ଜଣ ଶିକ୍ଷକ ମଧ୍ୟ ସେଠାରେ ନିଯୁକ୍ତି ହେଲେ। କିନ୍ତୁ ଛୁଆ ହାଇସ୍କୁଲକୁ ପଢିବାକୁ ଗଲେନାହିଁ । ଗାଁ ଠାରୁ ଟିକେ ଦୂର ତଥା ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବାରୁ ଦୈନିକ ଏହି ରାସ୍ତା ଦେଇ ଶହଶହ ଯାନବାହନ ଯାତାୟାତ କରୁଥିବା ଯୋଗୁଁ ଛୋଟଛୋଟ ଛୁଆଙ୍କୁ ଏହି ସ୍କୁଲକୁ ଛାଡିବାକୁ ଅଭିଭାବକ ସୁରକ୍ଷିତ ମନେକଲେ ନାହିଁ | ପୂଣି ହାଇସ୍କୁଲ ଓ +2  କଲେଜର ବଡ଼ବଡ଼ ଛାତ୍ରଛାତ୍ରୀଙ୍କ ସାଙ୍ଗରେ ମିଶିବାକୁ ଛୁଆ ଭୟ କଲେ। ସେଇଥି ପାଇଁ ନିଜ ଛୁଆଙ୍କୁ କୁଟାସିଂହା ୟୁପି ସ୍କୁଲରେ ପଢ଼େଇବାକୁ ବାଧ୍ୟ ହେଲେ | ନିଜ କାମଧନ୍ଦା ଛାଡି ଛୁଆଙ୍କୁ ନେବା ଆଣିବା କରୁଥିବାରୁ ଅବିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପଟେ ଛୁଆ ପଢିବାକୁ ଆସୁନଥିବାରୁ ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ପାଚିକା ବସି ରହୁଛନ୍ତି । ଏ ସମ୍ପର୍କରେ ସିଆରସିସି ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧୀଶଙ୍କ ପର୍ଯ୍ୟନ୍ତ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଶିକ୍ଷାମନ୍ତ୍ରୀଙ୍କ ପର୍ଯନ୍ତ ଜଣେଇ ଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ଆହୁରି ମଧ୍ୟ୍ୟ ଗ୍ରାମବାସୀ କହିଛନ୍ତି ସ୍କୁଲ ନ ଉଠିବାକୁ କେସ ମଧ୍ୟ କରାଯଇଛି, ଯାହା ଏବେ ହାଇକୋର୍ଟରେ ବିଚାରଧୀନ ଅବସ୍ଥାରେ ପଡ଼ି ରହିଛି । ତେଣୁକରି ଏ ସମସ୍ୟାର ସମାଧାନ କରି ତୁରନ୍ତ ପଦକ୍ଷେପ ନେବାକୁ ଶାସନ ଓ ପ୍ରଶାସନକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like