-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||     

HOME   ଜିଲ୍ଲା

ଡୁଙ୍ଗୁରିପାଲିରେ ଉପମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କୁ ଅଭୁତପୂର୍ବ ନାଗରିକ ସମ୍ବର୍ଦ୍ଧନା      ନିର୍ବାଚନୀ ଇସ୍ତାହାର ପାଳନ କରିବାକୁ ସରକାର ପ୍ରତିଶୃତିବଦ୍ଧ,ଲୋକଙ୍କୁ ସହ ଯୋଗକର, ଦୁର୍ନୀତିିକୁ ବରଦାସ୍ତ କରାଯିବ ନାହିଁ- ଉପମୁଖ୍ୟମନ୍ତ୍ରୀ

12-Jul-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଡୁଙ୍ଗୁରିପାଲିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗତକାଲି ସଂଧ୍ୟାରେ ଆରଏମସି ପରିସରରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ହେମନ୍ତି ବିଶ୍ୱାଳ ସଭା ସଂଯୋଜନା କରିଥିଲେ । ସମ୍ବର୍ଦ୍ଧନାରେ ଉତ୍ତରେ ସାଂସଦ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ସହ ଯୋଗରେ ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବ ବୋଲି କହିଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ସିଂହଦେଓ ନିର୍ବାଚନ ସମୟରେ ସରକାର ଦେଇଥିବା ପ୍ରତିଶୃତି ପାଳନ କରିବାକୁ ବଦ୍ଧପରିକର। ଚାଷୀଙ୍କୁଧାନ କ୍ୱିଣ୍ଟାଳ ପିଛା ୩୧ଶହ ଟଙ୍କା ଡିବିଟି ମାଧ୍ୟରେ ପ୍ରଦାନ କରାଯିବ। ସରକାର ଗଠନର ଶହେ ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଦେବାକୁ ଘୋଷଣା କରିଥିଲେ । ଏହି ଦିନ ସରକାର ଗଠନର ଶହେଦିନ ପୁରଣ ସହିତ ମୋଦୀଙ୍କ ଜନ୍ମ ଦିନ। ତେଣୁ ମୋଦୀ ଉକ୍ତ ଦିନ ଓଡିଶା ଆସି ସୁଭଦ୍ରା ଯୋଜନା ଆରମ୍ଭ କରିବ । ସରକାର ରାଜ୍ୟ ଚଳାଇବା ପାଇଁ  ଯୋଜନା ପ୍ରସ୍ତୁତ କରିବେ। ସରକାରୀ କର୍ମଚାରୀ ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ। ଲୋକଙ୍କୁ ହଇରାଣ କଲେ ତାର ଦଣ୍ଡ ମିଳିବ ବୋଲି ସେ ପରୋକ୍ଷରେ ଅଫିସରମାନଙ୍କୁ ଚେତାବନୀ ଦେଇଥିଲେ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଉଚିତ ପଦକ୍ଷେପ ସହିତ ଭଲ ବ୍ୟବହାର ପ୍ରଦାନ କରାଯିବାକୁ କହିଥିଲେ ।  ବିଜେପି ସରକାର ଲୋକଙ୍କ ସରକାର । ଏଣୁ ଲୋକତନ୍ତ୍ରକୁ ଗୁରୁତ୍ୱ ଦିଆଯିବ । କୌଣସି ଦୂର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ । ତାଙ୍କ ସହିତ ମେୱାର ଯୁବରାଣୀ ତଥା ତାଙ୍କ ଝିଅ ନିବୃତି ମେୱାର, ଅଶୋକ ପୁଜାରୀ, ପ୍ରମୋଦ ମହାପାତ୍ର, ଆନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।  ଡୁଙ୍ଗୁରିପାଲିର ପ୍ରାୟ ୬୦ଗୋଟି ଅନୁଷ୍ଠାନ ପକ୍ଷରୁ ନାଗରୀକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ବଣିକ ସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ତତ୍ୱାବଧାନରେ, ନାଗରୀକ କମିଟୀର ଗୋପାଳ ବାରିକ,  ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପଦ୍ମବାଗ ଯାଦବ, କୋଶଲ ସାମ୍ବାଦିକ ସଂଘ ସଭାପତି ବିପ୍ରଚରଣ ସାହୁ ଓ ରତ୍ନାକର ସେଠ,ସେବା ଫାଉଣ୍ଡେସନ ପକ୍ଷରୁ ବିଭୁଦତ୍ତ ବିଶ୍ୱାଲ,ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ମୃତ୍ୟୁଞ୍ଜୟ ମିଶ୍ର, ମିନିଟ୍ରକ ମାଲିକ ସଂଘର ଜ୍ୟୋତି ମିଶ୍ର, ବାର ଏସୋସିଏସନ ପକ୍ଷରୁ ତପନ ଯୁଆଡି, କୃଷକ ସଂଘ ପକ୍ଷରୁ ବିପ୍ରଚରଣ ସାହୁ, ମହିଳା ସଂଗଠନ, ଟ୍ରଗିଷ୍ଟ ସଂଘ, ଜିଲ୍ଲା ଟେଣ୍ଟ ହାଉସ ମାଲିକ ସଂଘ, ଯାଦବ ସମାଜ, ବାରିକ ସମାଜ, ମାରୱାଡି ସମାଜ ପକ୍ଷରୁ  ବଜରଙ୍ଗ ଅଗ୍ରୱାଲ, ବରଜରଙ୍ଗବଳୀ ସଂଘ, ଡ୍ରାଇଭର ସଂଘ, ଦିବ୍ୟଜୀବନ ସଂଘ, ମନ୍ଦିର ପରିଚାଳନା କମିଟୀ, କୁଲତା ସମାଜ,ସାହିତ୍ୟ ସଂସଦ ପକ୍ଷରୁ ସୁବାଷ ଚନ୍ଦ୍ର ପାତ୍ରଙ୍କ ସମେତ ଅନେକ ଗୁଡିଏ ସଂଘ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଲୋକେ ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ଡୁଙ୍ଗୁରିପାଲିରେ ସୋନପୁର-ଭୁବନେଶ୍ୱର ଇଣ୍ଟର ସିଟି, ରାୟଗଡା-ସମ୍ବାଲପୁର ଇଣ୍ଟର ସିଟି ରହଣୀ, ଜାତୀୟ ରାଜପଥ ସଂପୂର୍ଣ୍ଣକରଣ, ଡୁଙ୍ଗୁରିପାଲିରେ ଯୁକ୍ତ ବିଜ୍ଞାନ ବିଭାଗ ଖୋଲିବା ନେଇ ଦାବୀ ପତ୍ରରେ ଉଲ୍ଲେଖ କରିଥିଲେ ।

ଦୂର୍ନୀତି ମୁଳକ ପ୍ରସାରିତ ଖବରର ତଦନ୍ତ କରାଯାଉ-ସାମ୍ବାଦିକ ସଂଘ
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଉପମୁଖ୍ୟ ମନ୍ତ୍ରୀଙ୍କ ଡୁଙ୍ଗୁରିପାଲି ଗସ୍ତ ସମୟରେ ସ୍ଥାନୀୟ ବ୍ଲକ ସାମ୍ବାଦିକ ସଂଘ ଏବଂ କୋଶଲ ସାମ୍ବାଦିକ ସଂଘ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଏହି ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ଦୂର୍ନିତି ସୀମାପାର ହୋଇଛି । ଖବର କାଗଜ ଗୁଡିକରେ ଖବର ପ୍ରସାରଣ ହେଲେ ମଧ୍ୟ ପ୍ରସାଶନ କୌଣସି ତଦନ୍ତ କରୁ ନାହାନ୍ତି । ଯାହାଦ୍ୱାରା ସାମ୍ବାଦିକମାନଙ୍କ ଲେଖିବାରେ ଆଗ୍ରହ କମିଯିବା ସହ ଦୁର୍ନୀତି ଗ୍ରସ୍ତ ଅଫିସର ଭୟ ନ କରି ଆହୁରି ଦୁର୍ନୀତି କରିବାରେ ପଛଉ ନାହାନ୍ତି ।  ବିଶେଷ କରି ଡୁଙ୍ଗୁରିପାଲି ବ୍ଲକରେ ବିଭିନ୍ନ ଉନ୍ନୟ ମୁଳକ କାମରେ ନକଲି ଜିଏସଟି ବିଲ ଦେଇ କୋଟି କୋଟି ଟଙ୍କାର ଦୂର୍ନିତି ହୋଇଅଛି । ଏହା ଖବର କାଗଜରେ ପ୍ରକାଶିତ ହୋଇଅଛି । ତତ୍କାଳୀନ ବିଡିଓ ତ୍ରୀପୁର ମହାନନ୍ଦଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ତାଙ୍କ ସମୟରେ କୌଣସି ତଦନ୍ତ ହୋଇ ନଥିଲା । ଜିଲ୍ଲା ପ୍ରସାଶନକୁ ମଧ୍ୟ ଏହା ଜଣାଇଥିଲେ ମଧ୍ୟ କିଛି ଫଳ ମିଳି ନଥିଲା । ଅଙ୍ଗନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି । ଏହାକୁ ମଧ୍ୟ  ଅଣ ଦେଖା କରାଯାଉଛି । ଲରିଆବାହାଲ ଗ୍ରାମର ସେମେଲି ବନ୍ଧ କାମରେ ୨୩ଲକ୍ଷ ଟଙ୍କାର ଦୂର୍ନିତି ହୋଇଥିଲେ ମଧ୍ୟ କୌଣସି ତଦନ୍ତ ହୋଇ ନାହିଁ ।ବିଭିନ୍ନ ଛାପା ଗଣମାଧ୍ୟମ ଓ ବୈଦୁତିକ ଗଣମାଧ୍ୟମରେ ଏହା ପ୍ରକାଶିତ ହୋଇଥିଲେ ମଧ୍ୟ ପ୍ରସାଶନ କୌଣସି ତଦନ୍ତ ହୋଇ ନାହିଁ । ବିଭିନ୍ନ କାର୍ଯ୍ୟାଳୟରେ ଅନେକ ଗୁଡିଏ ଅଫିସ ସାମଗ୍ରୀ କିଣା ଯାଉଛି ।  ବଜାର ଦରଠାରୁ ଅଧିକ ଦରରେ କିଣାଯାଇ ସରକାରୀ ଟଙ୍କା ଆତ୍ମସାତ କରାଯାଉଛି । ଏହାର ମଧ୍ୟ ତଦନ୍ତ କରାଯିବାକୁ ସାମ୍ବାଦିକ ବିପ୍ରଚରଣ ସାହୁ, ପଦ୍ମବାଗ ଯାଦବ, ମୁକେଶ ଭୋଇ, ଅରିବିନ୍ଦ ମିଶ୍ର, ରତ୍ନାକର ସେଠ, କିସନ ଅଗ୍ରୱାଲ,  ତୁଳସୀ ପ୍ରସାଦ ଦାଶ,ପ୍ରକାଶ ହାତୀ, ଘନଶ୍ୟାମ ମେହେର, ସୁଦାମ ସାହୁ, ବିନୟ କୁମାର ଦଣ୍ଡସେନା, ଲକ୍ଷ୍ମଣ ନାଏକ, ଉମାକାନ୍ତ ବାଗ, ଶିଶୁପାଳ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ । 

 

ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ


(୫ଘଣ୍ଟା ବିଳମ୍ବରେ କାର୍ଯ୍ୟକ୍ରମ)


ଅପରାହ୍ନ ୩ଟାରେ କାର୍ଯ୍ୟକ୍ରମ ହେବାର ଥିଲେ ମଧ୍ୟ ରାତି ସାଢେ ଆଠଟାରେ ଆରମ୍ଭ ହୋଇଥିଲେ । କର୍ମୀ, ପୋଲିସ, ସାଧାରଣ ଜନତା ବ୍ୟସ୍ତ ହୋଇ ପଡିଥିଲେ । କିନ୍ତୁ ଏମାନଙ୍କ ଭିତରେ ଉତ୍ସାହ କମିନଥିଲା ।


(ପତୀଙ୍କୁ ପତ୍ନୀଙ୍କ ପରାମର୍ଶ)


ବଲାଙ୍ଗିର ସାଂସଦ  ସଙ୍ଗୀତା ସିଂହଦେଓ ତାଙ୍କ ଭାଷଣରେ ସେ ବଲାଙ୍ଗିର ସଂସଦୀୟ  କ୍ଷେତ୍ରର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପମୁଖ୍ୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଏହାର ଜବାବରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭାରତ ଇତିହାସରେ ଏହା ପ୍ରଥମ ଘଟଣା । ଜଣେ ସାଂସଦ ଉପମୁଖ୍ୟ ମନ୍ତ୍ରୀଙ୍କୁ ପରାମର୍ଶ ଦେବା । କିନ୍ତୁ ପତ୍ନୀ ହିସାବରେ ଉନ୍ନୟନ କାମ କରାଯିବାକୁ ସେ ପତିଙ୍କୁ ଦେଇ ପାରିବେ ବୋଲି  ମଜାମଜାରେ କହିଥିଲେ । 


(ଷ୍ଟେଜ ଉପରେ କହିଥିଲେ ବତରେ ପଡିଥିଲା)


-ସୋନପୁର ଇଣ୍ଟରସିଟି ଏବଂ ସମ୍ବଲପୁର - ରାୟଗଡା ଇଣ୍ଟରସିଟି ଟ୍ରେନ ଡୁଙ୍ଗୁରିପାଲିରେ ରଖାଯିବାକୁ ସଭା ପରେ ସାମ୍ବାଦିକମାନେ  ଉପମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରିଥିଲେ । ଏଥିରେ ସେ କହିଥିଲେ ଷ୍ଟେଜ ଉପରେ ସାଂସଦକେ କହିଥିତ ବଏଲେ ବତରେ ପଡିଥିତା । ମୁଇଁ ବି ତୁମର ସାଙ୍ଗେ କହି ଲାଗିଥିତି । ଫେର୍ ବି ମୁଇଁ କହେମି ବୋଲି କହିଥିଲେ ।


(ମୋତେ ଦୁକାନ ଟେ ଖୁଲବାର ପଡବା)

ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବାର୍ଦ୍ଧନା ଦିଆଯାଇଥିଲା । ଏତେ ଲୁଗାପଡା ହୋଇଥିଲା ଯେ ଉପମୁଖ୍ୟମନ୍ତ୍ରୀ ଦେଖି କରି ତାବୁଜ ହୋଇଯାଇଥିଲେ । କହିଲେ ଡୁଙ୍ଗୁରିପାଲିରେ ଯେନ୍ ହିସାବେ ମୋତେ ସ୍ୱାଗତ କରି କପଡା ଦେଇଛ  ମୁଇଁ ଏତିକି ଲୁଗାପଡା ନାଇପାଇଥି । ମୋତେ ଦୁକାନଟେ ଖୁଲି କରି ବିକବାର ପଡବା ଭଲିଆ ଲାଗ୍‌ଲାନ ବୋଲି କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026

You Might Also Like