-+91-9937148622 |

prerana_bgr@rediffmail.com |

  Sunday 9th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ ପ୍ରଶାସନ କୁ ଲୋକାଭିମୁଖୀ କରି ଜନସାଧାରଣଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ସହିତ ନ୍ୟାୟ ଯୋଗାଇଦେବା ପାଇଁ ଆହ୍ୱାନ:-

11-Jul-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)  ସମ୍ମାନନୀୟ ଉପମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ସୁବର୍ଣ୍ଣପୁର ଗସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର କାର୍ଯ୍ୟlବଳି ର ସମୀକ୍ଷା କରିଥିଲେ l ତାଙ୍କ ସହିତ  ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ, ବିରାମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ଅଧ୍ୟକ୍ଷା ଜିଲ୍ଲା ପରିଷଦ ସୁପାର ଠେଲା ପ୍ରମୁଖ ଉପସ୍ଥିତ ଥିଲେ l ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ସମସ୍ତ ଅତିଥି ଙ୍କୁ ସ୍ୱାଗତ କରି ଉପଢୌକନ ଓ ରୋପଣଯୋଗ୍ୟ ବୃକ୍ଷ ପ୍ରଦାନ କରି ସମ୍ମାନିତ କରିଥିଲେ l ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବୋଧିତ କରି କହିଲେଯେ ଏହା ହେଉଛି ଜନସାଧାରଣଙ୍କ ସରକାର l ସମସ୍ତ ଅଧିକାରୀ ନିସ୍ଵାର୍ଥପର ଭାବରେ ଲୋକମାନଙ୍କୁ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧାସୁଯୋଗ ତତ୍ପରତାର ସହିତ ଯୋଗାଇଦେବେ l ସମୟବଦ୍ଧ ହିସାବରେ ଜନସାଧାରଣଙ୍କ ସମସ୍ତ ଆପତ୍ତି ଅଭିଯୋଗର ସମାଧାନ ନିଶ୍ଚିତ ଭାବରେ କରିବେ l କୃଷି ବିଭାଗର କାର୍ଯ୍ୟ ର ସମୀକ୍ଷା ବେଳେ ଜିଲ୍ଲା କୃଷି ଅଧିକାରୀ ଡ଼ଃ ବିଭୁତି ଭୂଷଣ ମିଶ୍ର ଜିଲ୍ଲାରେ ଧାନ, କପା, ଡାଲିଜାତୀୟ ଫସଲ, ତୈଳବୀଜ ଚାଷର ପରିସ୍ଥିତି ଓ ଏହାର ଉନ୍ନତି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଅବଗତ କରାଇଥିଲେ l ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ର ଲାଭ ସମସ୍ତ ଚାଷି ମାନଙ୍କୁ ପହଞ୍ଚାଇବା ସହିତ ବିଗତ ଦିନର ବୀମା କ୍ଳେମ ସବୁର ଶୀଘ୍ର ସମାଧାନ କରିବା ପାଇଁ ତାଗିଦ କରିଥିଲେ l ଜମିରେ ରାସାୟନିକ ସାର ଓ କୀଟନାଶକ ପରିବର୍ତ୍ତେ ଜୈବିକ କୃଷି କୁ ଅନୁସରଣ କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦେଶ ଦେଇଥିଲେ l କୃଷକ ମାନଙ୍କ ସୁବିଧା ନିମନ୍ତେ ଏଇ ସରକାର ଅତିଶୀଘ୍ର ସମସ୍ତ ଜିଲ୍ଲା ଏବଂ ସବଡ଼ିଭିଜନ ସ୍ତରରେ ଶୀତଳ ଭଣ୍ଡାର ଖୋଲିବାର ଯୋଜନା କରୁଛନ୍ତି ବୋଲି କହିଲେ lln ଲି କ ସମ୍ୱନ୍ୱିତ କୃଷି ରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅଧିକ ହିତାଧିକାରୀ ସୃଷ୍ଟିକରି ସେମାନଙ୍କୁ ମିଳିତ ଭାବରେ ବିଭିନ୍ନ ଫସଲ ସହିତ ଉଦ୍ୟାନ କୃଷି, ପଶୁପାଳନ, ମାଛଚାଷ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ କହିଥିଲେ l ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗକୁ ସମସ୍ତ ପ୍ରକଳ୍ପ ଗୁଡିକ ସମୟ ସୀମା ମଧ୍ୟରେ ଶେଷ କରି ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଶୀଘ୍ର ଯୋଗାଇଦେବା ପାଇଁ ନିର୍ଦେଶ ଦେଇଥିଲେ l କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ଅରୁଣ କୁମାର ଜ୍ୟୋତିର୍ମୟ ଙ୍କୁ ଜିଲ୍ଲାରେ ଥିବା ସମସ୍ତ ଅଚଳ ଜଳସେଚନ ପ୍ରକଳ୍ପ ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦେଶ ଦେଇଥିଲେ l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ ଓ ରୁରାଲ ୱାର୍କ୍ସ ଯନ୍ତ୍ରୀ ଙ୍କୁ ଜିଲ୍ଲାରେ ନିର୍ମାଣଧୀନ ସମସ୍ତ ରାସ୍ତା କାମ କୁ ନିର୍ଧାରିତ ସମୟ ସୀମା ମଧ୍ୟରେ ଶୀଘ୍ର ସାରିବା ପାଇଁ କହିଥିଲେ l ସୋନପୁର ଡୁଙ୍ଗୁରିପାଲି ରାସ୍ତା କାମର ମନ୍ଥରତା ପାଇଁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ l ମେଗା ଲିଫ୍ଟ ଇରିଗେସନ ପ୍ରୋଜେକ୍ଟ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ଜିଲ୍ଲାର କୌଣସି ଗୋଟିଏ ବି ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିନଥିବାରୁ ତାଗିଦ କରିଥିଲେ l ତେଲ ନଦୀ ଅବବାହିକା ନିର୍ବାହୀ ଯନ୍ତ୍ରୀଙ୍କୁ ସମସ୍ତ ଜଳସେଚନ ପ୍ରକଳ୍ପ ର ଜଳ ଯେମିତି କେନାଲ ର ଶେଷମୁଣ୍ଡ ପର୍ଯ୍ୟନ୍ତ ପହଂଚି ପାରିବ ତାହାକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ l ଏହାସହିତ ସାଟେଲାଇଟ ମାପିଂ ଓ ରବର ବେରେଜ ପରି ଅତ୍ୟାଧୁନିକ ଟେକ୍ନୋଲୋଜି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଦୁର୍ଗା ଦାଶ ଙ୍କୁ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ଏବଂ ବିଭାଗରେ ଖାଲି ପଡିଥିବା ପଦ ପଦବୀ ସମ୍ବନ୍ଧରେ ପଚାରି ବୁଝିଥିଥିଲେ l ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ବିଭିନ୍ନ ଉପକରଣ ର କାର୍ଯ୍ୟ କାରିତା ସହିତ ଜଳଯୋଗାଣ, ଅଗ୍ନି ନିର୍ବାପକ ସମସ୍ୟା ଓ ସେହି ସ୍ଥାନର ପାର୍ଚ୍ଚା ସମ୍ବନ୍ଧରେ ଆଲୋଚନା କରିଥିଲେ l ଜିଲ୍ଳା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଜିଲ୍ଲାରେ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ l ଜିଲ୍ଲାର ଜଣେ ବି କୃଷକ ଯେମିତି ଧାନ ବିକିବାରୁ ବଞ୍ଚିତ ହେବେନାହିଁ ଏବଂ ୪୮ ଘଣ୍ଟା ମଧ୍ୟରେ ନିଜର ବିକ୍ରୟ ପ୍ରାପ୍ୟ ପାଇବା ସହିତ ଦଲାଲି ରାଜ ର ଅନ୍ତ, କଟନୀ ଛଟନି ବନ୍ଦ ପ୍ରତି ଯତ୍ନବାନ ହେବାକୁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓ ପରାମର୍ଶ ଦେଇଥିଲେ l ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ ତାଙ୍କ ବିଭାଗ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିଥିଲେ l ଉଦ୍ୟାନକୃଷି ଉପନିର୍ଦେଶକ ଙ୍କୁ ଜିଲ୍ଲାରେ ହାଇବ୍ରିଡ଼ ପନିପରିବା ବଦଳରେ କମ ସାର ଏବଂ କୀଟନାଶକ ପ୍ରୟୋଗକରି ଦେଶୀ ପନିପରିବା ଚାଷ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ l ଜିଲ୍ଳା ଜଙ୍ଗଲ ଅଧିକାରୀ ଙ୍କୁ ବ୍ୟାପକ ବନିକରଣ କରିବା ସହିତ ବାଉଁଶ ଚାଷ କୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦେଶ ଦେଇଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଅପରାଧ ରୋକିବା ସହିତ ବିଶେଷତଃ ମହିଳା ଏବଂ ଶିଶୁ ମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ l ସମସ୍ତ ଥାନା ଅଧିକାରୀ ମାନଙ୍କୁ ସମସ୍ତ ଅଭିଯୋଗ ର ତୁରନ୍ତ ପଞ୍ଜିକରଣ କରି ଏଫ ଆଇ ଆର କପି ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ l ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂଦେଓ ଓ ବିରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ମଧ୍ୟ ଅଧିକାରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଅବଗତ କରାଇଥିଲେ l ଉପମୁଖ୍ୟମନ୍ତ୍ରୀ କହିଲେ ଯେ ସରକାର ବଦଳିବା ସହିତ ସରକାରଙ୍କ କାର୍ଯ୍ୟଶୈଳୀ ମଧ୍ୟ ବଦଳି ଯାଇଛି l ଏବେ ସମସ୍ତ ଲୋକ ପ୍ରତିନିଧି ତଥା ବିଭାଗୀୟ ଅଧିକାରୀ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ରହିବେ l କୌଣସି ବିଭାଗର କର୍ମକୁଣ୍ଠତା କୁ ପ୍ରଶ୍ରୟ ଦିଆଯାଇ ପାରିବ ନାହିଁ l ଆମେ ସମସ୍ତେ ମିଳିମିଶି ଜନତା ଜନାର୍ଦନ ଙ୍କ ସେବା କରିବା l ଆଜିର ଏହି ସମୀକ୍ଷା ବୈଠକରେ ଆରକ୍ଷୀ ଅଧିକ୍ଷକ ବଲାଙ୍ଗୀର ଡି ରିଷିକେଶ ଖିଲାରୀ,ଭାରପ୍ରାପ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ, ଏ ପି ଡି ପଲ୍ଲବୀ ରାଜ, ଉପଜିଲ୍ଲାପାଳ ସୋନପୁର ସୁରଜ ପଟ୍ଟନାୟକ, ଉପଜିଲ୍ଲାପାଳ ବିରାମହରାଜପୁର ଲଲାଟେନ୍ଦୁ ସି, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଗଣ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like