-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ମନ୍ତ୍ରୀଙ୍କ ଚରମ ବାଣୀ- ଓଡ଼ିଶାରେ କାମ କରିବାକୁ ହେଲେ ଓଡ଼ିଆ ଶିଖିବାକୁ ହେବ

09-Jul-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ ): ଓଡ଼ିଶାରେ କାମ କରିବାକୁ ହେଲେ ଓଡ଼ିଆ ଶିଖିବାକୁ ପଡ଼ିବ' ଭୁବନେଶ୍ୱର ସ୍ଥିତି ଓ-ହବ୍ ବିଲଡିଂରେ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଓଡ଼ିଆ ଉଦ୍ୟୋଗୀଙ୍କୁ ଷ୍ଟାର୍ଟ ଅପ୍ ପାଇଁ ଜାଗା ଯୋଗାଇ ଦେବାରେ ପୂର୍ବ ବିଜେଡି ସରକାର ଅଣଦେଖା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅବସରରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ କାମ କରିବାକୁ ହେଲେ ଓଡ଼ିଆ ଭାଷା ଶିଖିବାକୁ ପଡ଼ିବ । ଗାଁ ଗହଳିର ଲୋକେ ହିନ୍ଦୀ ବୁଝନ୍ତିନି । ସମସ୍ତଙ୍କ ପାଇଁ ଓଡ଼ିଆ ହିଁ ଠିକ୍ । ଏଣୁ ଓଡ଼ିଆ ଶିଖନ୍ତୁ ବୋଲି ସ୍ଥାନୀୟ ଅଧିକାରୀଙ୍କୁ ରୋକ୍‌ଠୋକ୍ ଶୁଣାଇ ଦେଇଛନ୍ତି ମନ୍ତ୍ରୀ । ସେପଟେ ରାଜ୍ୟର ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭୁବନେଶ୍ୱର ଇନଫୋସିଟି-୨ କ୍ୟାମ୍ପସରେ ୨୦୨୧ରେ ଉଦଘାଟିତ ହୋଇଥିଲା ବହୁତଳ ବିଶିଷ୍ଟ ଏ ଓ-ହବ୍ ବିଲ୍ଡିଂ ।
ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇଦେବା । ହେଲେ ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଅଫିସ ପାଇଁ MNCଙ୍କୁ ଜାଗା ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଜେଡି ସରକାରରେ ଅଣଦେଖାର ଶିକାର ହେଉଥିଲେ କି ଯୁବ ଓଡ଼ିଆ ଉଦ୍ୟୋଗୀ ?ଓଡ଼ିଆ ଷ୍ଟାର୍ଟଅପଙ୍କୁ ପ୍ରୋତ୍ସାହନ ବଦଳରେ ଅଣ-ଓଡିଆ MNCକୁ ପୂର୍ବ ସରକାର ଦେଖାଉଥିଲେ କି ଅହେତୁକ ଅନୁକମ୍ପା ? ଷ୍ଟାଟଅପ୍ ଓଡ଼ିଶା ଅଧ୍ୟକ୍ଷ ପଦରେ ଜଣେ ଅନଭିଜ୍ଞ ଅଣ ଓଡିଆଙ୍କୁ ବସାଇ କିଭଳି ଓଡିଶାର ଯୁବ ଉଦ୍ୟୋଗୀଙ୍କୁ ହତାଶ କରାଯାଇଛି । କୋଟି କୋଟି ଟଙ୍କା ବ୍ୟୟରେ ଷ୍ଟାର୍ଟଅପ୍ ପାଇଁ ତିଆରି ହୋଇଥିବା ଓ-ହବ ବିଲ୍ଡିଂ ରେ ହୋଇଥିଲା ଚଞ୍ଚକତା ।ଯାଜପୁର ଜିଲ୍ଲାର ଯୁବ ଶିଳ୍ପଦ୍ୟୋଗୀ ସୁବ୍ରତ କର । ୨୦୨୩ ରେ ନିଜ ଷ୍ଟାର୍ଟଅପ୍ ମୋଟର ଫ୍ଲୋର୍ ଡଟ୍ କମ୍ ପାଇଁ ଷ୍ଟାର୍ଟଅପ ଓଡିଶା ଦ୍ୱାରା ନିର୍ମିତ ଓ-ହବ୍ ବିଲଡିଂରେ ଜାଗା ମାଗିଥିଲେ ସୁବ୍ରତ । ହେଲେ ବିଭିନ୍ନ ଆଳ ଦେଖାଇ ଷ୍ଟାର୍ଟଅପ୍ ଓଡ଼ିଶା କର୍ତ୍ତୃପକ୍ଷ ତାଙ୍କୁ ଜାଗା ଯୋଗାଇ ଦେଇ ନଥିଲେ । ଅପରପକ୍ଷେ ଆଶ୍ଚର୍ଯ୍ୟଜନକ ଭାବେ କିନ୍ତୁ IBM ଓ E&Y ଭଳି ବହୁରାଷ୍ଟ୍ରୀୟ କମ୍ପାନିକୁ ବିଲଡିଂର ଏକ ବଡ଼ ଅଂଶକୁ ଟେକି ଦିଆ ଯାଇଥିଲା ।ଏ ଓ-ହବ୍ ବିଲ୍ଡିଂରେ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓ-ହବରେ ରହିଛି ୪ ଲକ୍ଷ ବର୍ଗଫୁଟ୍ ଜାଗା । ଉଦ୍ଦେଶ୍ୟ ଥିଲା, ରାଜ୍ୟର ଯୁବ ଉଦ୍ୟୋଗୀଙ୍କୁ ଷ୍ଟାର୍ଟଅପ୍ ପାଇଁ ଏଠାରେ ରିହାତି ଦରରେ ଅଫିସ ପାଇଁ ଜାଗା ଯୋଗାଇଦେବା । ହେଲେ ଓଡ଼ିଆ ଉଦ୍ୟୋଗୀଙ୍କ ବଦଳରେ ଏହି ବିଲ୍ଡିଂରେ ଅଫିସ ପାଇଁ MNCଙ୍କୁ ଜାଗା ଯୋଗାଇ ଦିଆଯାଇଛି ।ଏମିତିକି ଷ୍ଟାର୍ଟଅପ୍ ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ରହିଥିଲେ ମଧ୍ୟ ତତ୍କାଳୀନ ଆଇଟି ସଚିବ ମନୋଜ ମିଶ୍ର ସତେ ଯେମିତି ଏହାକୁ ନିଜର ବିଲ୍ଡିଂ ଭାବି ବିଦେଶୀ କମ୍ପାନିଙ୍କୁ ଟେକି ଦେଇଥିବା ଅଭିଯୋଗ ଉଠିଛି । କେବଳ ସେତିକି ନୁହେଁ, ଷ୍ଟାର୍ଟଅପ୍ ଉପରେ କୌଣସି ଜ୍ଞାନ ନ ଥିବା STPIର ପୂର୍ବତନ ମହାନିର୍ଦ୍ଦେଶକ ଓମ୍‌କାର ରାଏଙ୍କୁ ଅବସର ପରେ ଅହେତୁକ ଅନୁକମ୍ପା ଦେଖାଇ ଏହାର ଅଧ୍ୟକ୍ଷ ପଦବୀରେ ବସାଇଥିଲେ ପୂର୍ବର ବିଜେଡି ସରକାର । ଏମିତିକି ତାଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ଦରମା-ଭତ୍ତା ଓ ସବୁ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like