-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ଅର୍ଜୁନପୁରରେ ଚାଷୀଙ୍କ ଗୁରୁତ୍ୱପୁର୍ଣ୍ଣ ବୈଠକ,ମେଗାଲିଫ୍ଟପଏଣ୍ଟ ଚଳାଇବାକୁ ଦାବି

04-Jul-2024



ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅର୍ଜୁନପୁର ଶିବମନ୍ଦିର ପ୍ରାଙ୍ଗଣରେ ମେଗାଲିଫ୍ଟ ପଏଣ୍ଟରେ ଉପକୃତ ହେଉଥିବା ଚାଷୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚାଷୀନେତା ଲକ୍ଷ୍ମଣକୁମାର ମେହେର ଏଥିରେ ଯୋଗଦେଇ ଚାଷୀଙ୍କ ସମସ୍ୟାଗୁଡିକ ବିଷୟରେ ଆଲୋଚନା କରିଛନ୍ତି । ଗତ ଏକମାସ ପୂର୍ବରୁ କେନ୍ଦଘାଟ ମେଗାଲିଫ୍ଟ ପଏଣ୍ଟକୁ ଯାଇଥିବା ୩ଫେଜ ଲାଇନର ତାର ଚୋରୀ ହୋଇଯାଇଥିଲା । ବରାହକନାଠାରୁ ଅର୍ଜୁନପୁର ପର୍ଯ୍ୟନ୍ତ ପ୍ରାୟ ୧କିମି ବିତ୍ୟୁତତାର ଚୋରୀ ହୋଇଥିବାରୁ ମେଗାଲିଫ୍ଟ ପଏଣ୍ଟ ଚାଲିପାରୁନଥିବାରୁ ଚାଷିମାନେ ପାଣି ନପାଇ ଚାଷିକାମ ଆରମ୍ଭ କରିପାରିନଥିଲେ । ଚାଷିନେତା ଲକ୍ଷ୍ମଣ ମେହେର ରାଜ୍ୟସରକାରଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଲା ପରେ ବିଦ୍ୟୁତବିଭାଗ ସେଠାରେ ନୂଆତାର ଲଗାଉଛି । ଆସନ୍ତା ଦୁଇଦିନ ଭିତରେ ବିଦ୍ୟୁତତାର ଲାଗି ମେଗାଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ହେବ ବୋଲି ବଲାଙ୍ଗୀର ଅଧିକ୍ଷଣଯନ୍ତ୍ରୀ କହିଛନ୍ତି । ତେବେ ଆସନ୍ତାଦିନରେ ମେଗାଲିଫ୍ଟ ପଏଣ୍ଟରେ ଲାଭାନ୍ୱିତ ହେଉଥିବା ଚାଷିଙ୍କୁ ନେଇ ପାଣିପଞ୍ଚାୟତ ଗଠନକରିବା,ମେଗାଲିଫ୍ଟ ପଏଣ୍ଟରେ ମାଇକ୍ରୋ ଲେଭେଲରେ ୧ହେକ୍ଟର ଜମିରେ ଗୋଟିଏ ପଏଣ୍ଟ ଲଗାଇବାର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟସରକାରଙ୍କୁ ଅବଗତ କରିବାକୁ ପ୍ରସ୍ତାବ କରାଯାଇଥିଲା । 
    ସୂଚନାଯୋଗ୍ୟ ଯେ,ବଲାଙ୍ଗୀର ଜିଲ୍ଲାର ଦେଓଗାଁ, ଗୁଡଭେଲା ଓ ସୋନପୁର ଜିଲ୍ଲାର ଚାଷିଙ୍କ ଜମିକୁ ଜଳସେଚିତ କରିବାକୁ ରାଜ୍ୟସରକାର ତେଲନଦୀରୁ ମେଗାଲିଫ୍ଟ ପଏଣ୍ଟ କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଏହି ମେଗାଲିଫ୍ଟପଏଣ୍ଟ ଗୁଡିକ ଠିକରେ ଚାଲୁନାହିଁ । ତେଲନଦୀ କୂଳରେ କେନ୍ଦ ଘାଟରେ ଥିବା ଏହି ମେଗାଲିଫ୍ଟ ପଏଣ୍ଟରୁ ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକର କୁଲିତାପଡା, ଅର୍ଜୁନପୁର, ଗୁଡଖାପଲା, ଗୌରଗୋଠ, ବଡବାହାଲ ପଞ୍ଚାୟତ, ଗୁଡଭେଲା ବ୍ଲକର ରୁଷୁଡା ଓ ଚିଞ୍ଚେଡ ପଞ୍ଚାୟତ ଏବଂ ସୋନପୁର ଜିଲ୍ଲା ତରଭା ବ୍ଲକର ଚାରଭଟା ଓ ବାଲିଖମାର ପଞ୍ଚାୟତର ଗ୍ରାମଗୁଡିକର ୧୫୦୦ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରହିଛି । ମେଗାଲିଫ୍ଟ ବିଭାଗ ପକ୍ଷରୁ ଏହାର କାମସାରି ଗତ ୨୦୧୯ମସିହାରେ ଖରିଫ ଓ ରବିରେ ଚାଷିଙ୍କ ଜମିକୁ ଜଳସେଚିତ କରାଯାଇଥିଲା । କିନ୍ତୁ ପରବର୍ତ୍ତି ବର୍ଷରେ ତେଲନଦୀରେ ଜଳସମସ୍ୟା ଦେଖା ଦେବାକୁ ଆଉ ଚାଷିଙ୍କୁ ଠିକରେ ପାଣି ଦିଆଗଲା ନାହିଁ । ଏବେ ମାତ୍ର ୫୦ % ଜମିକୁ ଜଳସେଚିତ ହୋଇପାରୁଥିବା ଚାଷିମାନେ କହିଛନ୍ତି । ତେଣୁ ଏହାକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟସରକାର ମାଇକ୍ରୋପଏଣ୍ଟ କାମ କରାଇବାକୁ ପ୍ରାୟ ୮୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା କାମ ଆରମ୍ଭ ହୋଇନାହିଁ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚାଷିମାନେ ଦାବି କରିଛନ୍ତି । ଆଜିର ଏହି ଚାଷୀ ବୈଠକରେ ଚାରଭଟା, ବାଲିଖମାର, ଅଈଂଲାପାଲି, କର୍ଲାମୁହାନ, ଅର୍ଜୁନପୁର,ଗୌରଗୋଠ,ବ୍ରାହ୍ମଣୀପଲା ଇତ୍ୟାଦି ଗ୍ରାମର ଭୋଜରାଜ ରଣା,ଭୋଜରାଜ ତ୍ରୀପାଠୀ,ଜପ ଛତ୍ରୀଆ, ଭାଗବତ ସାହୁ,ମୁଜାଫର ରଣା,ସେନାପତି ରଣା, ସାଧୁ ଦାସ,ଗୋପିନାଥ ନାଗ,ଅଲେଖ ବିଶ୍ୱାଳ,ଶଶି ସାହୁ,ସୁଭାଷ ହେର୍ଣ୍ଣାଙ୍କ ନେତୃତ୍ୱରେ ଚାଷିମାନେ ଯୋଗଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like