-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
ବଲାଙ୍ଗିର(ଦେବାଶିଷ ବହିଦାର): ବଲାଙ୍ଗିର ସହର ପୁରୁଣା ରାଜଭାଟି ତଥା ଟାଉନ ପୋଲିସ ଥାନା ସମ୍ମୁଖରେ ଥିବା ବିଶାଲ ମେଗା ମାର୍ଟରେ ସୁଶାନ୍ତ ବାଗ ନାମକ ଜଣେ ଗ୍ରାହକ ନିଜ ପରିବାର ସହ ଗତ ୨୬ ତାରିଖ ଦିନ ସପିଙ୍ଗ କରିବାକୁ ଯାଇଥିଲେ l ଏମାନେ ମଲ୍ ରୁ ୨୯ ଶହ ଟଙ୍କାର ସାମଗ୍ରୀ କିଣିଥିଲେ l ସାମଗ୍ରୀ ନେବା ପରେ ସେମାନେ କାଉଣ୍ଟରରେ ଏକ ଝୁଲା ବ୍ୟାଗ ଦେବାକୁ ଅନୁରୋଧ କରିଥିଲେ କିନ୍ତୁ ଉପସ୍ଥିତ ମଲ୍ କର୍ମଚାରୀ ମାଗଣା ବ୍ୟାଗ ବଦଳରେ ୧୬ ଟଙ୍କା ଅଧିକ ଆଦାୟ ଓ ବିଲିଙ୍ଗ କରାଇଥିଲେ ଯାହାକୁ ନେଇ ଶ୍ରୀ ବାଗ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ l ଖାଉଟି ଅଦାଲତର ପ୍ୟାନେଲ ଶ୍ରୀମତୀ ଜ୍ୟୋସ୍ନା ମିଶ୍ର ମାମଲାର ଶୁଣାଣି କରି ଵିଶାଲ ମେଗା ମାର୍ଟକୁ ୨୦ ହଜାର ଟଙ୍କା ଜରିମାନା, ଗ୍ରାହକଙ୍କ ମାନସିକ ଅବସାଦ ପାଇଁ ୧୦ ହଜାର ଟଙ୍କା ଓ ମାମଲା ପରିଚାଳନା ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି l
ଲୋକଙ୍କ ଅଜ୍ଞାନତାର ସୁଯୋଗ ନେଇ ବିଭିନ୍ନ କମ୍ପାନୀ ଗ୍ରାହକଙ୍କ ସହ ଏଭଳି ଠକାମୀ କରିବା ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି l ଉପଭୋକ୍ତl ମାନେ ସଚେତନ ହୋଇ ଏଭଳି ଠକାମୀରୁ ନିବୃତ ରହିବାକୁ ଅନୁରୋଧ କରାଯାଇଛି l ଉପଭୋକ୍ତା ମାନଂକୁ ନିଜର ଆଇନଗତ ଅଧିକାର ପାଇଁ ଖାଉଟି ଅଦାଲତରେ ଲିଖିତ ଅଭିଯୋଗ କରି ସଚେତନ ରହିବାକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତର ପେନାଲ ସଭ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର ସମଗ୍ର ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି l ଏଭଳି ମାମଲାର ସ୍ୱତନ୍ତ୍ର ରାୟ ଠକ କମ୍ପାନୀ ଗୁଡିକର ମୁଖା ଖୋଲିଦେବ l ଉପଭୋକ୍ତାଙ୍କ ମଧ୍ୟରେ ଜନଜାଗରଣ ସ୍ରୁଷ୍ଟି କରିବା ପାଇଁ ଖାଉଟି ଅଦାଲତରେ ଅନେକ ଯୋଜନା ରହିଛି ବୋଲି ଶ୍ରୀମତୀ ମିଶ୍ର ଜଣାଇଛନ୍ତି l