-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
30-Jun-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ )ଜନସାଧାରଣ ଙ୍କ ମୌଳିକ ସମସ୍ୟା ମଧ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ସମସ୍ୟା l ଏହି ପରିପ୍ରେକ୍ଷୀରେ ପ୍ରଥମ କରି କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଅଂଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ପ୍ରାଥମିକତା ଦେଇଛନ୍ତି l ସେ ନିର୍ବାଚିତ ହେଵା ପରେ ପ୍ରଥମକରି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅମ୍ବଗାଁ ହାଇସ୍କୁଲ, ଗୁଣୁଚିତରl ଗ୍ରାମ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି l ବିଧାୟକ କହ୍ନେଇ ଚରଣ ଡାଙ୍ଗ ପ୍ରଥମକରି ଅଚାନକ କଣ୍ଟାମାଳ ଡାକ୍ତରଖାନା ପହଞ୍ଚି ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ଅନୁଧ୍ୟାନ କରିଥିଲେ l ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ସୁବିଧା ଅସୁବିଧା ସମ୍ପର୍କରେ ରୋଗୀମାନଙ୍କୁ ପଚାରିବୁଝିଥିଲେ l ରୋଗୀଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରମୁଖ ଡାକ୍ତର ଜଗଦିଶ ସେଠି ଙ୍କ ସହ ଆଲୋଚନା କରିଥିଲେ l ଆଗାମୀ ଦିନରେ ଡାକ୍ତର ଖାନାର ସମସ୍ତ ପଦବୀ ପୂରଣ କରାଯିବା ସହ ଏକ୍ସରେ, ଅଲଟ୍ରାସାଉଣ୍ଡ ସହ ରକ୍ତ ଭଣ୍ଡାର ଖୋଲିବାକୁ ସମସ୍ତ ପଦକ୍ଷେପ ନେବା ସହିତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣି ସବୁ ସମସ୍ୟା ର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ଡାଙ୍ଗ କହିଥିଲେ l ପରେ ସେ ଅଂଚଳର ଆଭ୍ୟନ୍ତରିଣ ଅମ୍ବାଗାଁ ଜନତା ହାଇସ୍କୁଲ କୁ ପରିଦର୍ଶନ ରେ ଯାଇ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ l ଅଗାମି ଦିନରେ କିଭଳି ବିଦ୍ୟାଳୟ ର ଭିତ୍ତିଭୂମିର ବିକାଶ ସହ ଗୁଣାତ୍ମକ ଶିକ୍ଷା କୁ ସୁଦୃଢ କରାଯାଇ ପାରିବ ସେନେଇ ପ୍ରଧାନଶିକ୍ଷକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସହ ଆଲୋଚନା କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ
ବିଜେପି ନେତା ଚିତ୍ତରଞ୍ଜନ ପାତ୍ର, ରାଜ୍ୟ ଯୁବ ମୋର୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର,ମଣ୍ଡଳ ସଭାପତି ଅନିଲ କୁମାର ପ୍ରଧାନ, ଖମନମୁଣ୍ଡା ସରପଞ୍ଚ ଶ୍ରୀମତୀ ଅଳକା ପ୍ରଧାନ,ଘଣ୍ଟାପଡା ମଣ୍ଡଳ ସଭାପତି ପିନାକ ଧର ରଣା, ଯୁବ ମୋର୍ଚା ସଭାପତି ଅଟଳ ପ୍ରଧାନ, ଡମ୍ବରୁ କଅଁର, ଯଦୁଵିହାରୀ ବାଘ,ସୁଦର୍ଶନ ବଘାର, ଠାକୁର ଚରଣ ନାୟକ ସମେତ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ.l