-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ନୂଆପଡ଼ା -(ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାରେ ସାଧାରଣ ନିର୍ବାଚନ ୨୦୨୪ ଜିଲ୍ଲାପାଳ ହେମକାନ୍ତ ସାଏ ଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ଦ୍ଦେଶ କ୍ରମେ ଏବଂ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରେଡ୍ଡୀ ରାଘ ବେନ୍ଦ୍ରମ ଙ୍କ ସୁରକ୍ଷା ତଥା ଆଇନ ବ୍ୟବସ୍ଥାରେ ଥିବା ନୀତି ଓ କୌଶଳ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ସମାପ୍ତିରେ ପୂର୍ଣ୍ଣ ସହଯୋଗ କରିଥିଲା ତେଣୁ ଚିଫ ଇଲେକ୍ସନ କମିଶନର ଅଫ ଇଣ୍ଡିଆ ନୂଆପଡ଼ା ଏସ ପି ଙ୍କୁ ଲିଖିତ ସାଧୁବାଦ୍ ତଥା ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଜିଲ୍ଲାର ସାମ୍ବାଦିକଙ୍କୁ ନିର୍ବାଚନ ସମୟରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ବାଚନର ପ୍ରତିଟି ସୂଚନା ଲୋକ ଲୋଚନକୁ ଆଣିବାରେ ଓ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାରେ ସକ୍ଷମ ହୋଇଛନ୍ତି ଯଦ୍ୱାରା ନିର୍ବାଚନର ସନ୍ତୁଳନ ଅବସ୍ଥା ଠିକ୍ ଥିଲା ଓ ନିର୍ବାଚନ ପ୍ରକ୍ରିୟାରେ ଅଧିକାରୀଙ୍କୁ ସହଯୋଗ କରିଥିଲା ,ତେଣୁ ୱାଟ୍ସାପ୍ ମାଧ୍ୟମରେ ଧନ୍ୟବାଦ ଦେଇଛନ୍ତି ।ଆଇନ ବ୍ୟବସ୍ଥା ସାମ୍ବାଦିକଙ୍କୁ ମଧ୍ୟ ବୁଲିବା ଓ ଖବର ସଂଗ୍ରହ କରିବା ତଥା ଖବର ପ୍ରସାରଣରେ ସହଯୋଗ କରିଛି ।