-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ବୌଦ୍ଧ (ଜୟାନନ୍ଦ ମିଶ୍ର ): ଆଜି ବୌଦ୍ଧ ଜିଲ୍ଲାର ଜିଲ୍ଲା ଷ୍ଟାଡିୟମ୍ ଠାରେ ୨୯ ଓ ୩୦ ଜୁନ୍ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ର ପ୍ରଥମ ଦିନରେ ୫ ଗୋଟି ଇଭେଣ୍ଟ ପାଇଁ ପ୍ରତିଯୋଗିତା ଆୟୋଜିତ ହୋଇଥଲା l ଆଜି ଦିନରେ ବିଭିନ୍ନ ବିଭାଗର ପ୍ରତିଯୋଗୀ ଭାଗ ନେଇଥିଲେ l ଦୀର୍ଘ ୪୦ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଗତ ୪ ବର୍ଷ ଧରି ବୌଦ୍ଧ ଷ୍ଟାଡିୟମ୍ ସ୍ଥିତ ସୁଇମିଂ ପୁଲ୍ ରେ ଆୟୋଜିତ ହୋଇ ଆସୁଅଛି l ଆସନ୍ତା କାଲି ରବିବାର ଏହାର ଉଦଯାପନୀ ଦିବସରେ ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀ ମାନେ ଆସନ୍ତା ଜୁଲାଇ ମାସ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି l ତେବେ ବୌଦ୍ଧ ଜିଲ୍ଲା ସନ୍ତରଣ କ୍ଷେତ୍ରରେ ଆମ ରାଜ୍ୟରେ ତଥା ଦେଶରେ ସୁନାମ ଅର୍ଜନ କରିପାରିଛି l ପ୍ରତ୍ୟେକ ବର୍ଷ ବୌଦ୍ଧ ଜିଲ୍ଲାର ସନ୍ତରଣକlରୀ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଳା ପାଇଁ ସୁନାମ ଅର୍ଜନ କରି ଆସୁଥିବା ବୌଦ୍ଧ ଗଡ଼ ନକ ଚେୟାରମେନ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ଓ ବିରଷ୍ଠ ଆଇନଜୀବୀ ଧୂରିଣ ଦେହୁରୀ କହିଥିଲେ l