-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ସିନାପାଲି (ଚିନ୍ତାମଣି ନେତାମ ): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ର ସାଲେକେଲା ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ତା ୨୯/୬/୨୦୨୪ ରିଖ ଦିନ ଉକ୍ତ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ଯୁକ୍ତ ଜଗଦିଶ ହଂସ ଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହୋଇଥିବା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ପାତ୍ର ସଭାପତିତ୍ୱ କରିଥିଲେ, ଏଥିରେ ମୁଖ୍ୟ ଅତିଥି ଭାବରେ ସିନାପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଭାକର ମହାହୁତି, ମୁଖ୍ୟ ବକ୍ତା ଭାବରେ ନିଲଜୀ ଉ ପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ବିଶିଷ୍ଟ ଅତିଥି ଭାବରେ ବିଦାୟୀ ଶିକ୍ଷକ ଶ୍ରୀ ଯୁକ୍ତ ଜଗଦିଶ ହଂସ, ସମ୍ମାନିତ ଅତିଥି ଭାବରେ ନିଲଜୀ ସି ଆର ସି ସି ଶ୍ରୀଯୁକ୍ତ ରାକେଶ କୁମାର ମିଶ୍ର, ସିନାପାଲି ପ୍ରାଥମିକ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଝୀ, ସମାଜ ସେବି ଶ୍ରୀଯୁକ୍ତ ଗୋଦାବରୀଶ ନାଏକ, ବୈଗାପଡା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୌର ଚନ୍ଦ୍ର ସା, ପଳସା ପଡା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଦାନନ୍ଦ ମେହେର, ବରିଷ୍ଟ ଶିକ୍ଷକ ଭରତ ଚନ୍ଦ୍ର ବାଗ ଯୋଗ ଦେଇଥିଲେ । ଅତିଥି ଗଣ ବିଦାୟୀ ଶିକ୍ଷକ ଙ୍କ ର ଅଠେଇଶ ବର୍ଷ ର ଶିକ୍ଷକ ଜୀବନ ଭିତରେ ଯେଉଁ ଭଳି କର୍ମ ନିପୁଣତା, ଛାତ୍ର ବତ୍ସଳତା, ସମୟାନୁ ବର୍ତ୍ତିତା, ସହନଶୀଳତା ଆଦିଗଣ ଦେଖାଇଛନ୍ତି, ସେ ସବୁର ଭୁରି ଭୁରି ପ୍ରସଂଶା କରିଥିଲେ, ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇବାପାଇଁ ମତ ବ୍ୟକ୍ତ କରିଥିଲେ, କାର୍ଯ୍ୟ କ୍ରମ ଆରମ୍ଭ ରେ ଶିକ୍ଷକ ଅର୍ଜୁନ ନାଏକ ଅତିଥି ଗଣ ଙ୍କୁ ମଞ୍ଚ କୁ ସ୍ୱାଗତ କରିଥିବା ବେଳେ ଶିକ୍ଷକ ଗୌତମ ମେହେର ସଭା କାର୍ଯ୍ୟ ସଂଯୋଜନା କରିଥିଲେ, ଏହି ଅବସରରେ ଅତିଥି ଗଣ ବିଦାୟୀ ଶିକ୍ଷକ କୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଗୌତମ ମେହେର ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଖଳନା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ସାହୁ, ସାଲେବିହିଡି ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଭାଗ୍ୟବନ୍ତ ସାହୁ,ପ୍ରଧାନ ଶିକ୍ଷକ ହେରାମ୍ବ ଭୋଇ ସମେତ ନିଲଜୀ କ୍ଲଷ୍ଟର ର ସମସ୍ତ ପ୍ରାଥମିକ ଉପ୍ରା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସଭା ଶେଷରେ ଦୈତାରୀ ମେହେର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।