-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ସୋନପୁର( ମନୋରଞ୍ଜନ ତ୍ରିପାଠୀ )ବୌଦ୍ଧ ଜିଲ୍ଲା ତାଲ ପଦର କ୍ଲଷ୍ଟର ରକ୍ସା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ ଙ୍କୁ ବିଦାୟୀ କାଳୀନ ସମ୍ବର୍ଧନା ଜ୍ଞାପନ କରାଯାଇଛି l ଚମ୍ପେଶ୍ୱର ବେଜି ତବଡ଼ା ସ୍କୁଲ୍ ପ୍ରଧାନ ଶିକ୍ଷକ ଙ୍କ ସଭା ପତିତ୍ୱ ରେ ଅନୁଷ୍ଟିତ ଏହି ସଭାରେ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଡମ୍ବରୁ ଧର ମେହେର l ଏଠାରେ ବି ଇ ଓ ବୌଦ୍ଧ ମୁଖ୍ୟ ଅତିଥି ଉପେନ୍ଦ୍ର ପ୍ରଧାନ, ସି ଆର୍ ସି ସି ଗଜେନ୍ଦ୍ର ମହlଲିକ, ମୁଖ୍ୟ କିରାଣୀ ଦିଲୀପ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଙ୍କ ଉତ୍ସର୍ଗୀକୃତ ସେବା ଓ ବିଦ୍ୟାଳୟ ପ୍ରତି ଥିବା ତାଙ୍କ ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ l ଏବଂ ସୁଖମୟ ଓ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ଜିଲ୍ଲା ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ର ସହ ସମ୍ପାଦକ ଜୟ ରାମ ମେହେର ସମସ୍ତ କାର୍ଯ୍ଯ କୁ ତଦାରଖ କରିଥିଲେ l ବରିଷ୍ଠ ଶିକ୍ଷକ ସୁମନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ପରିବେଶ ସୁରକ୍ଷା ଓ ଏହି ଦିବସ କୁ ସ୍ମରଣୀୟ କରିବା ପାଇଁ ବି ଇ ଓ ଙ୍କ ଦ୍ଵାରା ଏକ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଶ୍ରୀ ସାହୁ ଙ୍କୁ ବିଦାୟ ସମ୍ବର୍ଧନା ଦେବା ବେଳେ ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ଭାବ ବିହ୍ୱଳ ହୋଇ ଯାଇଥିଲେ l