-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
29-Jun-2024
ସୁବର୍ଣ୍ଣପୁର,( ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା: ଦୁର୍ଗାଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମନୋଜ କୁମାର ଅଦlବର, ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା. ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଧାନ ଶିକ୍ଷକ ଗତିକୃଷ୍ଣ ମିଶ୍ର, ସହକାରୀ ଶିକ୍ଷକ ଦିଲୀପ କୁମାର ପଣ୍ଡା, ଏପିଡେମିଓଲୋଜିଷ୍ଟ ଡା ଧରଣୀଧର ସିଂ ଓ ଜିଲ୍ଲା ସଂଯୋଜକ ଅଣ ସଂକ୍ରlମକ ରୋଗ ଗୀତାଞ୍ଜଳି ମେହେର ପ୍ରମୁଖ ମଞ୍ଚାସିନ ଥିଲେ I ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ସଂଯୋଜନା ରେ ଅତିଥିବୃନ୍ଦ ବ୍ୟାପକ ସଚେତନତା ସୃଷ୍ଟି କରି ତମାଖୁ ଜନିତ ମୃତ୍ୟୁ କୁ ହ୍ରାସ କରିବା ସହିତ ବହୁ ଅଣସଂକ୍ରlମକ ରୋଗ ରୁ ଜନ ଜୀବନ ରକ୍ଷା କରି ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବାରେ ସମର୍ଥ ହେବାକୁ ଗୁରୁତ୍ୱାରୋପ କରିଛନ୍ତି l ଏ ବର୍ଷର ସ୍ଲୋଗାନ ହେଉଛି "protecting children from tobacco industry interference.''ତେଣୁ ଆମେ ସମସ୍ତେ ସୁସ୍ଥ ଜୀବନକୁ ବାଛିବା ଓ ତମାଖୁ କୁ ନା କରିବା l
ଉକ୍ତ ସଭାରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍କୁଲ ଶିକ୍ଷକ, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ କ୍ୱିଜ଼ ପ୍ରତିଯୋଗିତାର ଦଶ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ମାନସିକ ରୋଗ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅନୁପ ରଞ୍ଜନ ଦାସ ସହଯୋଗ କରିଥିବା ବେଳେ ସହକାରୀ ଶିକ୍ଷକ ଦିଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l