-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
କଣ୍ଟାବାଞ୍ଜି, (ପ୍ରେରଣା ଖବର) କଣ୍ଟାବାଞ୍ଜୀର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀର ନବମ ବାର୍ଷିକ ସାରସ୍ଵତ ସମାରୋହ କରୋନା ନିର୍ଦ୍ଦେଶ କୁ ଅନୁସରଣ କରି ସ୍ଥାନୀୟ ଶ୍ରୀ ହରିଭବନରେ ପାଳିତ ହୋଇଯାଇଛି।ଉତ୍ସବ ର ପ୍ରଥମ ଅଧ୍ବବେଶନରେ ସଭାପତି ଶ୍ରୀ ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଶ୍ରୀ ଅଜିତ କୁମାର ଯୋଷୀ,ରାଜ୍ୟ ସମ୍ପାଦକ,ଯୁବ ବିଜୁ ଜନତା ଦଳ,ମୁଖ୍ୟ ଅତିଥି, ଶ୍ରୀ ଶ୍ରଦ୍ଧାଦେବ ବଡ଼ମାଳୀ,ରେନ୍ଜର,ମୁଖ୍ୟ ବକ୍ତା, ଶ୍ରୀ ଗୌରାଙ୍ଗ ରାଉତ,ପରିବେଶ ବିତ୍ତ,ଦେବେନ୍ଦ୍ର ନାଏକ,ପ୍ରଶାନ୍ତ ନାୟକ,ସମ୍ମାନୀତ ଅତିଥି, ସଂପାଦକ ବିରଞ୍ଚି ନାରାୟଣ ଦାଶ ମଞ୍ଚାସୀନ ଥିଲେ।ସର୍ବ ପ୍ରଥମେ ମଞ୍ଚରେ ମାଁ ସରସ୍ବତୀଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ପୂଜା ଅତିଥି ମାନେ କରିଥିଲେ।ପରିଷଦର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ରାମ ପ୍ରସାଦ ପୁରୋହିତ ଓ ସଭ୍ୟ ସମ୍ବାରୁ ସାହୁଙ୍କ ସ୍ମୃତି ଚାରଣ କରିଥିଲେ।ସ୍ୱ।ଗତ ଭାଷଣ ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଦେବା ପରେ ପେନ ଏକାଡେମୀ ର ଛାତ୍ରୀ ମାନେ ସ୍ୱ।ଗତ ସଙ୍ଗୀତ ଗାନ କରିଥିଲେ।ତାପରେ ସବିତା ଭୋଇ,ସଞ୍ଜୁକ୍ତା ପରିଛ୍ଛା,ସବତା ମହରା ଓ ଉତ୍ତମ କୁମାର ଦାଶଙ୍କ ସଂଯୋଜନା ରେ ବହୁଭାଷୀ କବିତା ପାଠ ଲେଖନୀରେ ସବୁଜ ବନାନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁନିଗୁଡା, ବରଗଡ଼, ଅନୁଗୋଳ, ବଲାଙ୍ଗୀର, ପାଟଣାଗଡ଼,ଟିଟିଲାଗଡ଼, ଲାଠୋର,ସିନ୍ଧେକେଲା ଆଦି ସ୍ଥାନରୁ ଶତାଧିକ କବି କବିତା ପାଠ କରିଥିଲେ। ବିଭୁଦତ୍ତ ସାହୁ ମଞ୍ଚ ପରିଚାଳନା ଓ ଅଞ୍ଜଳି ମାଝୀ, ସହ ସଂପାଦିକା ଧନ୍ୟବାଦ ଅର୍ପଣ କରିଥିଲେ।ଦ୍ବିତୀୟ ଅଧିବେଶନରେ ଶ୍ରୀ ସନ୍ତୋଷ ସିଂ ସାଲୁଜା, ବିଧାୟକ ମୁଖ୍ୟ ଅତିଥି, ଗୁରୁଶ୍ରୀ ଡ଼ ଘାସିରାମ ମିଶ୍ର, ମୁଖ୍ୟବକ୍ତା, ଶ୍ରୀ ଶ୍ରୀରଙ୍ଗ ନାୟକ,ଗଜାନନ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଶିଶୁ ସାହିତ୍ୟିକା ସବିତା ଭୋଇଙ୍କ କବତା ସଂକଳନ ଗୀତ ଗଜରା ମହକ ଝରା ଉନ୍ମୋଚିତ ହୋଇଥିଲା। ଆଲୋଚନା ଚକ୍ର କରୋନା କାଳରେ ସାହିତ୍ୟର ସ୍ଥିତି ଉପରେ ଆଲୋଚନା କରିଥିଲେ।ବିଭିନ୍ନ ଦିଗରେ ପାରଦର୍ଶିତା ଥିବା ପ୍ରତିଭା ଧାରୀଙ୍କୁ ଶ୍ରୀ ଘାସିରାମ ମିଶ୍ର, ଅଶ୍ୱିନୀ ମହାନ୍ତି, ଡ ରବିନାରାୟଣ ସାହୁ,ପ୍ରତାପ ଦିବେଦୀ,ଟିକେଲାଲ ବେହେରା, ସାଧବୀ ସାହୁ,ଧୀରାମଣି ଦାସ,ଅଞ୍ଜଳି ମାଝୀ, ଗଜେନ୍ଦ୍ର ବାଗ,ରାଜ କିଶୋର ଭୋଇ,ନିରୁପମା ମିଶ୍ର, ସୁରୁଚି ମିଶ୍ର,ଉମେଶ ବେହେରା, ଶ୍ୟାମ ସୁନ୍ଦର ଗୁର,ରମେଶ କୁମାର ବାରିକ ଙ୍କୁ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ନିର୍ଝରିଣୀ ଦାଶ,ମମତା ପଣ୍ଡା, ନାରାୟଣ ମିଶ୍ର, ରବିନାରାୟଣ ତ୍ରିପାଠୀ, ସଞ୍ଜୟ ମିଶ୍ର, ବ୍ରଜଶ୍ୟାମ ଗୁରୁ, ଟିଙ୍କୁ ମହାପାତ୍ର,ଆଦି ସହଯୋଗ କରିଥିଲେ।