-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
26-Jun-2024
ବାଲାଙ୍ଗୀର: ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ଆଜି ବଲାଙ୍ଗୀର ନିର୍ବାଚନମଣ୍ଡଳିର ଦେଓଗାଁ ଓ ସଦରବ୍ଲକର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ଦିଇ ୧୦.୩୦ରେ ଦେଓଗାଁ ବ୍ଲକ କାର୍ଯ୍ୟାଳୟର ସଭାକକ୍ଷରେ ବୈଠକ କରିଥିଲେ । ଦେଓଗାଁ ବ୍ଲକଅଞ୍ଚଳରେ ଚାଲିଥିବା ମେଗାପାନୀୟଜଳ ପ୍ରକଲ୍ପ,ବିଭିନ୍ନ ଅନୁଦାନରେ ଚାଲିଥିବା ଉନ୍ନୟନକାମର ଅଗ୍ରଗତୀ ବିଷୟରେ ବିଡିଓ ଓ ତାଙ୍କ ବିଭାଗୀୟଅଧିକାରୀମାନେ ତଥ୍ୟ ରଖିଥିଲେ । ମେଗା ପାନୀୟଜଳ ପ୍ରକଲ୍ପରେ ଯେତେ ଗ୍ରାମ ବାଦ ପଡିଛନ୍ତି ସେହିଗ୍ରାମଗୁଡିକୁ ସର୍ଭେକରି ସରକାରଙ୍କୁ ପ୍ରସ୍ତାବ ଦେବାକୁ ବିଧାୟକ ଶ୍ରୀ ସିଂଦେଓ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚାଷ ପାଇଁ ଚାଷିମାନଙ୍କୁ ସାରବିହନ ଓ ଅନ୍ୟାନ୍ୟ ସରକାରୀ ଯୋଜନାର ସହାୟତା ଯୋଗାଇଦେବାକୁ ମଧ୍ୟ ନିର୍ଦ୍ଦେଶ କରିଥିଲେ । ଠିକ ସେହିପରି ଦେଓଗାଁଠାରେ ନିର୍ମାଣ ହୋଇଥିବା ସ୍ୱାସ୍ଥ୍ୟବିଭାଗର ଟେନିଂସେଣ୍ଟରକୁ କାର୍ଯ୍ୟକ୍ଷମ କରିବା ସହିତ ସେହି ବିଲଡିଂକୁ ଲାଗିରହିଥିବା ୧୦ ଏକର ସରକାରୀଜମି ଚିହ୍ନଟକରି ନୂଆ ସିଏଚସି ବିଲଡିଂ ନିର୍ମାଣ କରିବାକୁ ସରକାରଙ୍କୁ ପ୍ରସ୍ତାବ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଦେଓଗାଁ ବ୍ଲକଅଧ୍ୟକ୍ଷ ଦୟାନିଧି ଖମାରୀ,ପୂର୍ବତନ ଅଧ୍ୟକ୍ଷ ତଥା ସାଲେପାଲି ସମିତିସଭ୍ୟ ଲକ୍ଷ୍ମଣକୁମାର ମେହେର,ବ୍ଲକର ବିଡିଓଙ୍କ ସମେତ ବିଭିନ୍ନ ବିଭାଗୀୟଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ସେହିପରି ଦିନ ୧୨.୪୫ମି ସମୟରେ ବଲାଙ୍ଗୀର ସଦରବ୍ଲକର ସଭାକକ୍ଷରେ ବ୍ଲକର ଉନ୍ନୟନକାମର ସମୀକ୍ଷା କରିଥିଲେ । ସମୀକ୍ଷା ସମୟରେ ଜଣାପଡିଥିଲା ଯେ,ସଦରବ୍ଲକର କେବଳ ନିର୍ଦ୍ଦିଷ୍ଟ କିଛି ପଞ୍ଚାୟତକୁ ମେଗା ପାନୀୟଜଳ ପ୍ରକଲ୍ପରେ ସାମିଲ କରାଯାଇଛି । ଅନ୍ୟ ପଞ୍ଚାୟତ ଗୁଡିକୁ ସର୍ଭେକରି ପଦକ୍ଷେପ ନେବାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ । ମୁଖ୍ୟତଃ ଲୋୟରସୁକତେଲର ଅପଷ୍ଟ୍ରିମରୁ ପାନୀୟଜଳ ଯୋଗାଣ କରାଇବାକୁ ପ୍ଲାନ କରିବାକୁ କହିଥିଲେ । ସଦରବ୍ଲକ ବିଡିଓଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ,ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ବ୍ଲକଅଧ୍ୟକ୍ଷ ଗୁଲାପ ବାଗ,ବ୍ଲକଉପାଧ୍ୟକ୍ଷା ,ଜିଲ୍ଲାପରିଷଦ ସଭ୍ୟା ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ । ଲୋକଙ୍କ ସୁବିଧା ପାଇଁ ଅଧିକାରୀମାନେ ଧ୍ୟାନଦେଇ କାମ କରନ୍ତୁ ତଥା ସରକାରୀ ଯୋଜନାରେ କିଭଳି ଲୋକମାନେ ଉପକୃତ ହେବେ ସେନେଇ ଯୋଜନା ପ୍ରସ୍ତୁତ କରିବାକୁ ବିଧାୟକ କଳିକେଶ ନିର୍ଦ୍ଦେଶ କରିଥିଲେ ।