-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||     

HOME   ଜିଲ୍ଲା

ଖଣି ଲୁଟେରା ଯିବେ ଝାରପଡା ଜେଲ, ଏକସନ୍ ମୋଡ଼ ରେ ମୁଖ୍ୟମନ୍ତ୍ରୀ

26-Jun-2024



ଭୁବନେଶ୍ବର(ବିଶ୍ୱରଞ୍ଜନ ବିଶ୍ଵାଳଙ୍କ ରିପୋର୍ଟ): ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି।
୨୪ ବର୍ଷ ହେଲା ରାଜ୍ୟରେ ଖଣି ଲୁଟ୍ ପଛରେ କିଏ। କାହିଁକି କାର୍ଯ୍ୟକାରୀ ହେଲାନି ଶାହ କମିଶନ ସୁପାରିଶ। କେବଳ ଜୋରିମାନା ଆଦାୟ କରି କାହିଁକି ଖଣି ଲୁଟେରାଙ୍କୁ ମାଫ୍ କରିଦେଲେ ପୂର୍ବର ବିଜେଡି ସରକାର। ପୂରା କିକ୍ ବ୍ୟାକ ପଛରେ ଅଛନ୍ତି କେଉଁ କେଉଁ ସରକାରୀ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଖଣି ଖୋଳତାଡ଼।
ଆରମ୍ଭ ହେଲାଣି ଖୋଳତାଡ଼। ଖଣି ମାଫିଆଙ୍କ ଛାତି ଧଡ଼ ଧଡ଼। ଖୋଲିବ ଖଣି ଦୁର୍ନୀତି ପେଡି। ଜେଲ୍ ଯିବେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାରେ ଥିବା ଅଧିକାରୀ। ଶାହ କମିଶନ ନିର୍ଦ୍ଦେଶ ଅନୁସାରେ କେବଳ ଜରିମାନା ଦେଇ ଖସି ଯାଇଥିବା ଖଣି ମାଲିକ, ମାଫିଆ, ନେତା ଓ ଅଧିକାରୀଙ୍କୁ କାଠଗଡାକୁ ଟାଣିବାକୁ ମୋହନ ସରକାରର ପ୍ରସ୍ତୁତି। ବିଜେଡି ସରକାରରେ ସବୁଠୁ ବଡ ଦୁର୍ନୀତି ଖଣି ଦୁର୍ନୀତିର ଚେର ଖୋଜିବାରେ ଲାଗି ପଡିଛନ୍ତି ନୂଆ ବିଜେପି ସରକାର। ଦାୟିତ୍ୱ ନେବାର ୧୫ ଦିନ ନହେଉଣୁ ସିଧାସଳଖ ଖଣି ମାଫିଆଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ

ମୁଖ୍ୟମନ୍ତ୍ରୀଙ୍କ ନଜରରେ କିଏ ସେହି ଦୁର୍ନୀତିଖୋର ? ରାଜ୍ୟରେ ଖଣି ଦୁର୍ନୀତି ପଛରେ କିଏ ? କିଏ ଲୁଟିଛି ଡିଏମଏଫ ? କେଉଁ ଅଣଓଡିଆ ଖଣି ମାଫିଆ ଲୁଟୁଛନ୍ତି ଓଡିଶାକୁ? ସବୁର ତଦନ୍ତ କରି ଝାରପଡା ଜେଲ୍ ପଠାଇବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ବଡ଼ କଥା ହେଲା ବିଭାଗୀୟ ଖୋଳତାଡ଼ ଆରମ୍ଭ ହୋଇଥିବା ମଧ୍ୟ କହିଛନ୍ତି ମନ୍ତ୍ରୀ। ଏହା ସହ ଶାହ କମିଶନଙ୍କ ସୁପାରିଶକୁ ମଧ୍ୟ ତର୍ଜମା କରାଯିବ ବୋଲି ସୂଚନା ଦେଇଛନ୍ତି। ଏପଟେ କିନ୍ତୁ ଦୁର୍ନୀତି ଆରୋପକୁ ଖଣ୍ଡନ କରିବା ସହ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଂଶସା କରିଥିବା କହିଛି ବିଜେଡି। ଏଣେ କଂଗ୍ରେସ କହିଛି ଯଦି ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟ ଅଛି ଶାହ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରନ୍ତୁ।
 ବିଜେଡି ସରକାରର ୨୪ ବର୍ଷରେ ଖଣି ଦୁର୍ନୀତିର ରହିଛି ଲମ୍ବା ତାଲିକା। ଆରମ୍ଭ ୮୦୦ କୋଟି ଟଙ୍କାର ଉଲୁବୁରି ଖଣି ଦୁର୍ନୀତି। ପରେ ଓଡ଼ିଶାରେ ପ୍ରାୟ ୬୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ନେଇ ସୁପ୍ରିମକୋର୍ଟରେ ମାମଲା ହେବା ପରେ ଶାହ କମିଶନ ବସାଇ ତଦନ୍ତ କରିଥିଲେ ସୁପ୍ରିମକୋର୍ଟ। ଶାହା କମିଶନ ଦାଖଲ କରିଥିବା ରିପୋର୍ଟରେ ବି ସ୍ପଷ୍ଟ ହୋଇଥିଲା ଖଣି ଦୁର୍ନୀତି ହୋଇଛି। ଯେଉଁଥି ପାଇଁ ୧୩୩ ଖଣି କଂପାନୀ ଉପରେ ପ୍ରାୟ ୧୮ ହଜାର କୋଟି ଟଙ୍କାର ଫାଇନ ଆଦାୟ ପାଇଁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବି ନେବାକୁ ସୁପାରିଶ କରିଥିଲେ।କିନ୍ତୁ ତଥ୍ୟ କହୁଛି ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଆହୁରି ୨ ହଜାର ୯୬୫ କୋଟି ଟଙ୍କା ଆଦାୟ କରି ପାରି ନାହାନ୍ତି । ତା ଠୁ ବଡ କଥା ହେଲା କାହା ଉପରେ କାର୍ଯ୍ୟାନୁଷ୍ଠାନ ବି ନେଇ ନାହାନ୍ତି। ପ୍ରଶ୍ନ ଉଠୁଛି କେବଳ ଜରିମାନା ଦେଇ କାହିଁକି ଛାଡି ଦେଲା ବିଜେଡି ସରକାର? ସଂପୃକ୍ତ ଅଧିକାରୀଙ୍କ ଉପେର କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ? ଆହୁରି ସାଂଘାତିକ କଥା ହେଲା ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ଥମିନି ଦୁର୍ନୀତି। ୨୦୨୨ ଡିସେମ୍ବର ୫ ତାରିଖରେ ମଧ୍ୟ ଆଉ ଏକ ଖଣି ଦୁର୍ନୀତି ନେଇ ହୁଲୁସ୍ତୁଲ ହୋଇଥିଲା ବିଧାନସଭା। ଭିଜିଲାନ୍ସ ମାମଲା ସତ୍ତ୍ୱେ କେତେକ ମାଇନ୍ସର ଲିଜ ମିଆଦି ବଢାଇବା ପଛରେ ସାଂଘାତିକ କିକ୍ ବ୍ୟାକ ଅଭିଯୋଗ ଆଣିଥିଲେ ବିରୋଧୀ। ମୁଖ୍ୟମନ୍ତ୍ରୀଙ୍କ ଦୃଢୋକ୍ତି ପରେ ଖଣି ଦୁର୍ନୀତି ପଛରେ ଥିବା ମାଫିଆ ଓ ଅଧିକାରୀ ଜେଲ ଯିବେ ବୋଲି ଆଶାବାଦୀ ଖଣି ପୀଡିତ ଅଞ୍ଚଳ ବାସିନ୍ଦା।ନିର୍ବାଚନ ପୂର୍ବରୁ ବି ବିଜେପିର କେନ୍ଦ୍ର ନେତୃତ୍ୱ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଖଣି ଦୁର୍ନୀତି କଥା ଉଠାଇ ଜେଲ ପଠାଇବାକୁ ଚେତାବନୀ ଦେଇଥିଲେ। ସରକାର ଗଠନ ହେବା ପରେ ମୋହନ ସରକାର ଏହି ଚାଲେଞ୍ଜକୁ କେତେ ସଫଳ କରୁଛନ୍ତି ତା ଉପରେ ନଜର।


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026

You Might Also Like