-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
କଣ୍ଟାମାଲ (ଜୟ କୁମାର ମହାରଣା)
ବୋମା ସଂସ୍ପର୍ଶରେ ଆସି ଜଣେ ବୃଦ୍ଧାଙ୍କ ସହ ୩ ଜଣ ଆହତ ହୋଇଥିବା ଜଣାପଡିଛି | ସୂଚନା ମତେ ଆଜି କଣ୍ଟାମାଲ ଥାନା ଲମ୍ବଶରୀଗ୍ରାମପଂଚାୟତ ଅନ୍ତରଗତ ସାନଝାରମୁଣ୍ଡା ଗ୍ରାମରେ ଜଣକ ଘରେ ରଖିଥିବା ବୋମା ସଂସ୍ପର୍ଶରେ ଆସି ବିସ୍ଫୋରଣ ହୋଇ ଜଣେ ବୃଦ୍ଧାଙ୍କ ସହ ୨ ନାତୁଣୀ ଆହତ ହୋଇଥିଲେ I ଏମାନେ ଘରେ ସୋଇଥିବା ବେଳେ ଘର ଛପର ଉପରେ ଥିବା ଆଜବେଷ୍ଟସ ମଝିରେ ରଖାଯାଇଥିବା ବୋମାଟି କୌଣସି କାରଣରୁ ବିସ୍ଫୋରଣ ଘଟିଥିବା ଆନୁମାନ କରାଯାଉଛି I ଉକ୍ତ ବୋମାଟି ବାରହା ମାରିବା ଉଦ୍ଦେଶ୍ୟରେ ରଖିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି | ଏପଟେ ଆହତ ବୃଦ୍ଧାଙ୍କ ସହ ଦୁଇ ନାତୁଣୀଙ୍କୁ ଉଦ୍ଧାର କରି କଣ୍ଟାମାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ଖବର ପାଇ ଘଟଣା ସ୍ଥଳରେ କଣ୍ଟାମାଳ ପୁଲିସ ପହଁଚି ତଦନ୍ତ କରୁଥିବା ଜଣା ପଡ଼ିଛି |