-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ବଡ ଜଗନ୍ନାଥ ମନ୍ଦିରରେ ପ୍ରଭୂ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ତିନି ଠାକୁର ଙ୍କ ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଧୁମ ଧାମ ରେ ସ୍ନାନ ଯାତ୍ରା ଆରମ୍ଭ ହୋଇଛି l ପ୍ରଭୁ ତିନି ଠାକୁର ଙ୍କ ସ୍ନାନ ଓ ନିତି କାନ୍ତି ପରେ ବାଳଭୋଗ , ଅନ୍ନ ଭୋଗ ଲାଗି ମଙ୍ଗଳ ଆରତୀ କରା ଯାଇ ଥିଲା l ସେହିପରି ଶ୍ରୀ ଦଧି ବାମନ ମହାପ୍ରଭୁ ଙ୍କ ମନ୍ଦିର ରେ ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ରେ ମଧ୍ୟ ରିତୀ ନୀତି ରେ ପୂଜାର୍ଚ୍ଚନା କରଯାଇଥିଲା l ମହାପ୍ରଭୁ ଙ୍କ ଦର୍ଶନ ଲାଭ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିରରେ , ଶ୍ରୀ ଦାଧି ବାମନ ମନ୍ଦିର ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ରେ ଦିନ ସାରା ଭକ୍ତ ଙ୍କ ଭିଡ ଲାଗି ରହିଥିଲା l ବଡ ଜଗନ୍ନାଥ ମନ୍ଦିର ରେ ରାମ ଗୋପାଳ ପୂଜାରୀ, ସୁମନ, ଜୟ ମିଶ୍ର, ରାଜା ପୁଝାରୀ, ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ସେବାୟତ ସ୍ନାନ ପୂର୍ଣ୍ଣିମା ରୀତି ନୀତି ରେ ସହଯୋଗ କରିଥିବା ବେଳେ ଦଧି ବାମନ ମନ୍ଦିର ରେ ସେବାୟତ ଦଧି ବାମନ ପୁଝାରୀ , ସୋମନାଥ ରଥ ଦେବେସ ମିଶ୍ର, କଲ୍ୟାଣ ପାଢ଼ୀ, ବ୍ରଜ ଗୋପାଳ ପୁଝାରୀ ପୁଜା ଅର୍ଚ୍ଚନା ରେ ସହଯୋଗ କରିଥିଲେ ଏବଂ ରୀତି କାନ୍ତି ରେ ଶ୍ରୀବତ୍ସ ମଲ୍ଲିକ, ଶିବ, କାର୍ତ୍ତିକ ପଧାନ ଓ ପ୍ରଦୀପ ବକ୍ସି ସହଯୋଗ କରିଥିଲେ l ସେହିପରି ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦୀର ରେ ପଣ୍ଡିତ ରାଜେନ୍ଦ୍ର ମିଶ୍ର ଙ୍କ ତତ୍ତ୍ଵl ବଧlନ ରେ ସମସ୍ତ ରୀତି କାନ୍ତି ଅନୁଷ୍ଟିତ ହୋଇଥିଲା l ପୀତବାସ ମିଶ୍ର, ମିକୁ ମିଶ୍ର, ବିକନ ମିଶ୍ର, ଶୁଭ୍ରାଂଶୁ ମିଶ୍ର, ବଂଶୀ ଧର ପଣ୍ଡା ଓ କୁନା ନାଏକ ସହଯୋଗ କରିଥିଲେ l ଦେବୋତ୍ତର କମିଟି ର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ ଙ୍କ ତତ୍ତ୍ୱl ବଧାନ ରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ର ସମସ୍ତ କାର୍ଯ୍ୟ କୁ ସମାପନ କରଯାଇଥିଲା l