-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
କନ୍ଧମାଳ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ପ୍ରଥମଥର ପାଇଁ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଇଯାଇଛି l ସେହିପରି କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍ ଏବଂ ସ୍କୁଲ ମାନଙ୍କରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିବା ବେଳେ ଟିକାବାଲି ଗୋଷ୍ଠୀ ଉନୟନ ଅଧିକାରୀଙ୍କ ନେତୃତ୍ୱରେ ସରକାରୀ ହାଇସ୍କୁଲ ଟିକାବାଲି ଖେଳ ପଡ଼ିଆରେ ଠାରେ ଅତି ସୁନ୍ଦର ଭାବେ
ଯୋଗ ଦିବସ ଏହି ବିଦ୍ୟାଳୟର କୋମଳମତୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାଳନ ହୋଇଯାଇଛି l ଯୋଗ ଶିକ୍ଷା ଗୁରୁ ଜିତେନ୍ଦ୍ର କୁମାର ଡାକୁଆ ସମସ୍ତଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିବା ଜଣାପଡ଼ିଛି । ଟିକାବାଲି ବ୍ଳକ ସମସ୍ତ କର୍ମଚାରୀ ଏବଂ ସମସ୍ତ ଅଫିସ କର୍ମଚlରୀ ଓ ଟିକାବାଲିର ସମସ୍ତ ଜନସାଧାରଣଙ୍କ ଉପସ୍ଥିତ ରହି ଏହି ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ଜଣାପଡ଼ିଛି ।
(କନ୍ଧମାଳ ଜିଲ୍ଲା ଟିକାବାଲିରୁ ରମେଶ ପଣ୍ଡାଙ୍କ ରିପୋର୍ଟ)