-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (05-Oct-2026)       ||     

HOME   ଜିଲ୍ଲା

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଚିକିତ୍ସାବେପାର ! ଘରୋଇ ହସ୍ପିଟାଲରେ ତ୍ରୂଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ପ୍ରସୂତୀମହିଳାଙ୍କ ମୃତ୍ୟୁ ଅଭିଯୋଗ ଆଇସିୟୁରେ ତିନିଚାରିଦିନ ଲୁଚାଇ ରଖିଲେ ଶବ !

22-Jun-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ୧୨ ତାରିଖରେ ଭର୍ତ୍ତିହୋଇଥିବା ଜଣେ ମହିଳାଙ୍କର ପ୍ରସବ କରାଯିବା ପରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଓ ପରିବାରଲୋକଙ୍କୁ ନ ଜଣାଇ ଆଇସିୟୁରେ ଶବକୁ ତିନିଚାରିଦିନ ଲୁଚାଇ ରଖିବା ସହ ନିଜ ଭୁଲ୍ କୁ ଚପାଇଦେବା ଅଭିଯୋଗରେ ବଲାଙ୍ଗୀରର ଏକ ଘରୋଇ ହାସପାତାଳ 'ସ୍ବରାଜ' ହସ୍ପିଟାଲ ଆଣ୍ଡ୍ ରିସର୍ଚ ଇନ୍ ଷ୍ଟିଚ୍ୟୁଟ୍ ବିରୁଦ୍ଧରେ ଟାଉନ୍ ଥାନାରେ ଏତଲା କରାଯାଇଥିବା ଜଣାଯାଇଛି । ଏହାର ପ୍ରତିବାଦରେ ଉକ୍ତ ହସ୍ପିଟାଲ ଆଗରେ ମଧ୍ୟ ଶବ ରଖି ଉକ୍ତ ହସ୍ପିଟାଲର ଚିକିତ୍ସାପ୍ରକ୍ରିୟାର ଉପଯୁକ୍ତ ତଦନ୍ତ ସହ କ୍ଷତିପୂରଣ ଦାବିରେ ଧାରଣା ଦିଆଯାଇଥିଲା । ଘଟଣାସ୍ଥଳରେ ଥାନାଧିକାରୀ ପହଞ୍ଚି ତଦନ୍ତର ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା । ଏହି ଘଟଣା ସହ ଉକ୍ତ ହସ୍ପିଟାଲର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ଚର୍ଚ୍ଚା ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶପାଇବା ପରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି ।

ପ୍ରକାଶ ଯେ , ବେଲପଡା ଥାନାର ମଣ୍ଡଳ ଗ୍ରାମର ଜଣେ ସେବାନିବୃତ୍ତ ଗ୍ରାମରକ୍ଷୀ ବିଶ୍ବାମିତ୍ର ମହାନନ୍ଦଙ୍କର ଝିଅ ତଥା ପାଟଣାଗଡ ବଡପଡାର ନିଲୁ କୁମ୍ଭାରଙ୍କ ପତ୍ନୀ ଶ୍ରଦ୍ଧାଞ୍ଜଳି(୨୩) ଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଯାଇଥିବା ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ଆଣି ବଲାଙ୍ଗୀରରେ ପୂର୍ବତନ ସିଡିଏମଓ ଡା ସୁଜ୍ଞାନୀ ମିଶ୍ରଙ୍କର ଘରୋଇ ସ୍ବରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭୀମଭୋଇ ମେଡିକାଲ କଲେଜର ହାସପାତାଳରେ ତାଙ୍କର ଉଚ୍ଚ ରକ୍ତଚାପ ରହି ଥିବାରୁ ଦୁଇଚାରିଦିନ ଅପେକ୍ଷା କରିବାକୁ ଦିଆଯାଇଥିବା ପରାମର୍ଶ ସତ୍ତ୍ୱେ ପ୍ରସବବେଦନା ତୀବ୍ରତର ହେବାରୁ ସେତେବେଳେ ସ୍ବରାଜରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ଶ୍ରଦ୍ଧାଞ୍ଜଳିଙ୍କର ବାପାମାଆ ତାଙ୍କୁ ସେଠାକୁ ନେଇ ଆସିଥିଲେ । ତେବେ ସ୍ବରାଜରେ ଭର୍ତ୍ତି କରାଯିବାର କିଛିସମୟ ପରେ ସେହିଦିନ ହିଁ ଉକ୍ତ ପ୍ରସୂତୀଙ୍କର ଅସ୍ତ୍ରୋପଚାର କରାଯାଇ ଏକ ଶିଶୁପୁତ୍ର ପ୍ରସବ କରାଯାଇଥିଲେ ହେଁ , ଶ୍ରଦ୍ଧାଞ୍ଜଳିଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ଛଅଦିନ ପର୍ଯ୍ୟନ୍ତ ରୋଗିଣୀଙ୍କୁ ପରିବାରର ଲୋକଙ୍କୁ ପାଖକୁ ଛଡା ନଯିବାରୁ ସେଠାକାର ଡାକ୍ତର ତଥା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସାନ୍ତ୍ବନା ସତ୍ତ୍ୱେ ସନ୍ଦେହ ହେବାରୁ ପରିବାରଲୋକେ ସେମାନଙ୍କର ଲୋକଙ୍କୁ ଖବର ଦେଇ ଜଣେ ପୁଲିସ୍ ଡିଏସପି, ରାଜନେତା ଓ ନେତୃସ୍ଥାନୀୟ ଲୋକଙ୍କ ଦ୍ବାରା ଚାପ ପକାଇବାରୁ ଗତ ୧୭ ତାରିଖରେ ଅନ୍ୟତ୍ର ରେଫର ନିମନ୍ତେ କୌଣସି ମେଡିକାଲ ସହାୟତା  ଦେବାକୁ ରାଜି ନଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ତରବରିଆ ଭାବେ ତାଙ୍କ ଲୋକଙ୍କ ଦ୍ବାରା ତାଙ୍କ ଗାଡିରେ ସବୁ ଉପକରଣ ସହ ବରଗଡର ' ବିକାଶ ' ଘରୋଇ ହାସପାତାଳକୁ ରେଫର କରିଥିଲେ । ସେଠାରେ ପହଞ୍ଚିଲା ପରେ 'ବିକାଶ 'ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ରୋଗିଣୀଙ୍କର ତ ତିନିଚାରିଦିନରୁ ମୃତ୍ୟୁ ହୋଇଗଲାଣି ବୋଲି କହିଥିଲେ । ଏହାପରେ ପରିବାର ପକ୍ଷରୁ ମୃତଦେହ ଆଣି ସ୍ବରାଜ ହସ୍ପିଟାଲ ଆଗରେ ରଖି ଧାରଣା ଦିଆଯିବା ସହ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେ ଓ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତାମହିଳାଙ୍କ ବାପଘର ଓ ଶାଶୁଘର ପକ୍ଷରୁ ଅସ୍ତ୍ରୋପଚାରରେ କୌଣସି ଗୁରୁତର ତ୍ରୁଟି ଯୋଗୁଁ ସେହିଦିନ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଓ ଜାଣିଶୁଣି ହସ୍ପିଟାଲରେ ତାଙ୍କ ମୃତଦେହକୁ ଆଇସିୟୁରେ ଭର୍ତ୍ତି କରି ଘରଲୋକଙ୍କୁ ଲୁଚାଯାଇ ଆସୁଥିବା ଅଭିଯୋଗ କରାଯାଇଛି । ଥାନାରେ ଅଭିଯୋଗ କରିଥିବା ଶ୍ରଦ୍ଧାଞ୍ଜଳିଙ୍କ ବଡଭଉଣୀ ଏଭଳି ହସ୍ପିଟାଲକୁ ତୁରନ୍ତ ସିଲ୍ କରାଯିବାକୁ ଗଣମାଧ୍ୟମରେ ଦାବି କରିଥିବା ସହିତ ପରିବାରପରିଜନ ଓ ଜାତିସମାଜର ନେତୃସ୍ଥାନୀୟ ଲୋକଙ୍କ ପକ୍ଷରୁ ଧାରଣାଦିଆଯାଇ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗଙ୍କର ଦୃଷ୍ଟିଆକର୍ଷଣ କରାରାଇଥିବା ପ୍ରକାଶ । 

ଅପରପକ୍ଷରେ ସ୍ବରାଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗକୁ ଅସ୍ବୀକାର କରାଯାଇଛି । ଚିକିତ୍ସା ପ୍ରକ୍ରିୟାରେ ଡାକ୍ତରମାନଙ୍କ ଦ୍ବାରା ସମସ୍ତପ୍ରକାରର ଉଦ୍ୟମ କରାଯାଇଛି ବୋଲି ସଫେଇ ଦିଆଯିବା ସହ ରେଫରବେଳେ ବିନାମୂଲ୍ୟରେ  ସହଯୋଗ କରାଯାଇଥିବା ପ୍ରକାଶ । ଏଠାରେ ଉଲ୍ଲେଖଯୋଗ୍ୟ ଯେ , ଏଥିପାଇଁ ସ୍ବରାଜ ହସ୍ପିଟାଲ ଦୁଇଲକ୍ଷ ସତୁରୀ ହଜାର ଟଙ୍କା ନେଇଥିବା ଶ୍ରଦ୍ଧାଞ୍ଜଳିଙ୍କ ବାପା ବିଶ୍ବାମିତ୍ର ମହାନନ୍ଦ ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଥିବାବେଳେ ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ବରାଜ ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ନିମନ୍ତେ ୨୩୦, ୮୮୦ ଟଙ୍କାରୁ ୧ ୩୦, ୮୮୦ ବାକି ରହିଥିବା ବେଳେ ରେଫର ନିମନ୍ତେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ବ୍ୟୟ ବହନ କରିଥିବା ଉଲ୍ଲେଖ କରାଯାଇଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାରୀ ହାସପାତାଳରେ ସରକାର ପୂର୍ବ କେଇମାସ ଧରି ଶିଶୁ ଓ ପ୍ରସୂତୀମହିଳାଙ୍କୁ ଜନନୀସୁରକ୍ଷା ଯୋଜନାରେ ପୁଷ୍ଟିକର ଖାଦ୍ୟ ସମେତ ସମସ୍ତପ୍ରକାରର ମାଗଣା ସହାୟତା ଯୋଗାଇ ଆସୁଥିବାବେଳେ ବଲାଙ୍ଗୀର ପରି ଏକ ଦାଦନପ୍ରବଣ ଗରିବଜିଲ୍ଲାରେ ଏଭଳି ଖର୍ଚ୍ଚବହୁଳ ଘରୋଇ ହାସପାତାଳ ଖୋଲି ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚଆଦାୟ ସତ୍ତ୍ୱେ ଜୀବନ ବଞ୍ଚାଇ ନପାରିବା ଓ ସରକାରୀ ମେଡିକାଲ କଲେଜର ହାସପାତାଳରୁ ଫେରିଥିବା ଏହି ପ୍ରସବମାମଲାଟିର ତ୍ରୁଟିପୂର୍ଣ୍ଣ ଚିକିତ୍ସା କରି ଅବସ୍ଥା ଗୁରୁତର ହୋଇପଡିବାରୁ ପୁଣି ଏକ ଘରୋଇ ହାସପାତାଳକୁ ପଠାଇବା କେତେଦୂର ଠିକ୍  ?  ସର୍ବୋପରି କାହାକଥା ସତ  ? ଏଭଳି ଶୋଷଣର ଶିକାର ହୋଇଥିବା ଅସହାୟ ପରିବାରବର୍ଗ ନା ଏହି ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସଫେଇ  ?

ଶେଷୋକ୍ତ ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ , ପୁଲିସ୍ ଶବବ୍ୟବଚ୍ଛେଦ କରାଇଛି । ତେବେ ଏଥରୁ ଯେ ସଠିକ୍ ମୃତ୍ୟୁର କାରଣ ଜଣାପଡିବ, ଏହା ଆଶା କରିବା ଏଠାରେ ବୃଥା । କାରଣ ବଲାଙ୍ଗୀର ବା ଏଭଳି ପଛୁଆଜିଲ୍ଲାରେ ସଂଘଟିତ ବହୁ ଗୁରୁତର ସନ୍ଦେହଜନକ ଅପରାଧ ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟର ଟାମ୍ପରିଂ ଅଭିଯୋଗ ଏଠାରେ ପୁରୁଣା । ଏହା ତ ପୁଣି ଜଣେ ପୂର୍ବତନ ସିଡିଏମଓଙ୍କ ନିଜସ୍ୱ ଘରୋଇ ହାସପାତାଳର ମାମଲା । 

ଜନସାଧାରଣଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ ଏହି ଘରୋଇ ହାସପାତାଳରେ ଏହା ପ୍ରଥମ ବା ନୂଆଘଟଣା ନୁହେଁ । ମୃତା ପ୍ରସୂତୀମହିଳାଙ୍କର ପିତା ମଧ୍ୟ ତାଙ୍କ ବେଲପଡା ଅଞ୍ଚଳରେ ଏପରି ଏକାଧିକ ଅଭିଯୋଗ ଶୁଣିବାକୁ ପାଇଥିବା ପ୍ରକାଶ କରିଛନ୍ତି ।  ଆହୁରି ମଧ୍ୟ କିଛିଦିନତଳେ ବଲାଙ୍ଗୀର ଶାନ୍ତପଡାର ଜନୈକା ପ୍ରସୂତୀଙ୍କର ଅସ୍ତ୍ରୋପଚାର ବେଳେ ଏହି ହସ୍ପିଟାଲ ମାଲିକ ଡାକ୍ତରଙ୍କର ଡାକ୍ତରପୁତ୍ରଙ୍କ ଦ୍ବାରା ଶିରା କଟିଯିବା ଓ ସେ ତୁରନ୍ତ ତାଙ୍କ ବାପାଙ୍କୁ ଡକାଇ ଏହା କହିଥିବା ସମ୍ପର୍କରେ ଏକ ଗୁରୁତର ଅଭିଯୋଗର ଚର୍ଚ୍ଚା ଉଠିଛି । ଯଦିଓ ଏଭଳି ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କର୍ତ୍ତୃପକ୍ଷଙ୍କ ଦ୍ବାରା ଖଣ୍ଡନ କରାଯାଇଛି ।

ସର୍ବୋପରି ଉକ୍ତ ମୃତାମହିଳାଙ୍କ ଶବକୁ କାହିଁକି ହସ୍ପିଟାଲ କର୍ତ୍ତୃପକ୍ଷ ଆଇସିୟୁରେ ଦିନଦିନ ଲୁଚାଇରଖି ତାଙ୍କ ଆତ୍ମୀୟସ୍ବଜନଙ୍କୁ ଅନ୍ଧାରରେ ରଖିଲେ , ଏହାର ଉତ୍ତର ଦେବ କିଏ  ? ଉଲ୍ଲେଖନୀୟ ଯେ କିଛିଦିନତଳେ ଏହି ଘରୋଇ ହସ୍ପିଟାଲକୁ ବି ଏସ୍ କେ ୱାଇ (BSKY)ରେ ହେରଫେର ଅଭିଯୋଗରେ  ବାତିଲ୍ କରାଯାଇଥିଲା ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026
  ଜିଲ୍ଲା  
ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   05-Oct-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   05-Oct-2026

You Might Also Like