-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ଏକ ଜରୁରୀକାଳୀନ କାର୍ଯ୍ୟକାରୀ କମିଟି ବୈଠକ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ କିଛି ଦିନ ତଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରସଙ୍ଗକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଏହି ବୈଠକରେ ଦୃଢ଼ ନିନ୍ଦା କରାଯାଇଥିଲା । ଯଶୋବନ୍ତ କମିଶନର ରିପୋର୍ଟ ଆଧାରରେ ବଲାଙ୍ଗୀର ହିଁ ହାଇକୋର୍ଟ ସ୍ଥାୟୀ ବେଂଚ ପାଇଁ ପ୍ରକୃଷ୍ଠ ସ୍ଥାନ । ୧୯୪୮ ମସିହାରୁ ଏହି ଦାବିକୁ ନେଇ ବଲାଙ୍ଗୀର ଜିଲ୍ଲାର ଓକିଲ ମାନେ ଅନବରତ ଭାବରେ ନିଜର ଆନ୍ଦୋଳନ ଚଳାଇ ଆସିଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁରକୁ ସୁହାଇଲା ଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ଓକିଲ ସଂଘ ପକ୍ଷରୁ କୁହାଯାଇଛ । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପସଭାପତି ସରୋଜ ଗୁପ୍ତା, ଏଡଭୋକେଟ୍ ଦିଲୀପ ବିଶି, ସତ୍ୟ ନାରାୟଣ ନାୟକ, ବିକାଶ ପ୍ରଧାନ, ଶ୍ରୀନିବାସ ରାଓ, ସନ୍ତୋଷ ପାଣିଗ୍ରାହୀ, ରଶ୍ମୀରଂଜନ ପଣ୍ଡା, ଗଜେନ୍ଦ୍ର ବାଗ, ଦୀନେଶ ନାଗ, ଶିବଦତ୍ତ ଦ୍ୱିବେଦୀ, ସୌମ୍ୟ ରଂଜନ ପଣ୍ଡା, ରାଧାକାନ୍ତ ମହାକୁର, ରାଜେନ୍ଦ୍ର ମିଶ୍ର, ସୁଧୀର ବେହେରା, ପ୍ରବୀର ନାଏକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଆଗାମୀ ଦିନରେ ଏକ ବୃହତ୍ତର ଜନ ଆନ୍ଦୋଳନକୁ ଖୋରାକ୍ ଯୋଗାଇ ବ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଭା ଶେଷରେ ଓକିଲ ସଂଘର ସଂପାଦକ ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ ।