-+91-9937148622 |

prerana_bgr@rediffmail.com |

  Tuesday 6th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   (06-Oct-2026)       ||      ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   (06-Oct-2026)       ||      ୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   (06-Oct-2026)       ||      ସେବା ସେତୁ କାର୍ଯ୍ୟକ୍ରମ   (06-Oct-2026)       ||      ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ    (06-Oct-2026)       ||      ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   (06-Oct-2026)       ||      ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   (06-Oct-2026)       ||      ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ    (05-Oct-2026)       ||      ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   (05-Oct-2026)       ||      ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   (05-Oct-2026)       ||      ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ    (05-Oct-2026)       ||      କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   (05-Oct-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୯ଟି ଦରଖାସ୍ତ ଗ୍ରହଣ   (05-Oct-2026)       ||      *ସୁବର୍ଣ୍ଣପୁର ରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ*- *ମୌଳିକ ସମସ୍ୟା ର ସମାଧାନ ପାଇଁ ଦେଲେ ଦୃଢ଼ ପ୍ରତିଶୁତି*   (05-Oct-2026)       ||      ବିଜେପିର ସେବା ସଂକଳ୍ପ ଅଭିଯାନ ,ଜାରିଂ ରେ ବିଜେପି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ   (05-Oct-2026)       ||      ବିଜେପୁର ନିର୍ବାଚନମଣ୍ଡଳୀର ଚାଷୀଙ୍କ ପାଇଁ ଖୁସିର ଖବର ଓଏଲଆଇସି ପକ୍ଷରୁ ୩୨ଟି ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ   (05-Oct-2026)       ||      ଆଗଲପୁର ଥାନା ରେ ନୂତନ ଥାନାଧିକାରୀ ଙ୍କ ଯୋଗଦାନ    (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ସାଙ୍ଘାତିକ ଦୁର୍ନୀତି ଆୟବହିର୍ଭୂତ ସମ୍ପତ୍ତି ଅଭିଯୋଗରେ R&B ବିଭାଗର ଏଇଇଙ୍କ ୧୦ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ   (05-Oct-2026)       ||      ଇଣ୍ଡୋ-ନେପାଳ ଓପନ୍ ଇଣ୍ଟରନ୍ୟାସନାଲ କରାଟେ ଚାମ୍ପିୟନଶିପ୍‌ରେ ଟିଟିଲାଗଡ ଓମ ଭ୍ୟାଲି ସ୍କୁଲର ଅଥର୍ବ ପଟ୍ଟନାୟକଙ୍କ ଚମତ୍କାର ସଫଳତା   (05-Oct-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ, ସ୍ୱାସ୍ଥ୍ୟବିଭାଗରେ ରହିଥିବା ତୃଟିବିଚ୍ୟୁତିକୁ ସୁଧାରିବୁ-ମନ୍ତ୍ରୀ

22-Jun-2024



ବଲାଙ୍ଗୀର(ପ୍ରେରଣା ଖବର):-ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତରେ ରାଜ୍ୟ ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ସୂଚନା ବୈଷୟିକ ବିଭାଗର ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆସି ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟବିଭାଗର ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଟିଟିଲାଗଡ ବିଧାୟକ ନବୀନ ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଘ, ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟକୁମାର ସେଠୀ, ଜିଲ୍ଲାଉନ୍ନୟନ ଅଧିକାରୀ ପ୍ରଭାତକୁମାର ମହାପାତ୍ର, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ.ପ୍ରଦୀପକୁମାର ଗୁରୁ, ଭୀମଭୋଇ ମେଡିକାଲ କଲେଜର ଡିନ ପ୍ରଫେସର ଡ.ସ୍ୱୟଂପ୍ରଭା ପ୍ରଧାନ, ଅଧିକ୍ଷିକା ଡ.ମାନସୀ ପଣ୍ଡା, ଟିଟିଲାଗଡ,ପାଟଣାଗଡ ଓ କଣ୍ଟାବାଞ୍ଜିର ଉପଖଣ୍ଡ ସ୍ତରୀୟ ହସପିଟାଲର ଏସଡିଏମଓ, ସମସ୍ତ ସିଏଚସି/ପିଏସି ମାନଙ୍କର ଅଧିକାରୀଗଣ, ଏନଏଚଏମର ଅଧିକାରୀଗଣ ଯୋଗଦେଇଥିଲେ। ସମୀକ୍ଷା ବେଳେ ଜିଲ୍ଲାରେ ମୋଟ ଡାକ୍ତରପଦବୀରୁ ମାତ୍ର ୫୦% ଡାକ୍ତର ଥିବା, ଅନେକ ଡାକ୍ତର ବିନାଛୁଟିରେ ରହିଥିବା,ଅନେକ ଡାକ୍ତରଖାନାରେ ମେସିନ୍ ଗୁଡିକ ଅଚଳ ଥିବାରୁ ରକ୍ତପରୀକ୍ଷା, ଅପରେସନ ଇତ୍ୟାଦି ହୋଇପାରୁନଥିବା, ହସପିଟାଲ ଗୁଡିକର ଏକ୍ସରେ ମେସନ ସବୁ ଅଚଳ ଥିବା ଭଳି ବିଷୟ ନଜରକୁ ଆସିଥିଲା। ସ୍ୱାସ୍ଥ୍ୟବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଏତେ ପରିମାଣରେ ତୃଟିବିଚ୍ୟୁତି ଥିବାରୁ ମନ୍ତ୍ରୀ ମହାଲିଙ୍ଗ ହତବାକ ହୋଇଯାଇ ଥିଲେ। ଉପସ୍ଥିତ ଥିବା ସମସ୍ତ ପିଏସି, ସିଏଚସି ଓ ଜିଲ୍ଲାସ୍ତରୀୟ ଡାକ୍ତରଖାନା ର ସମସ୍ୟା ଲିଖିତ ଭାବରେ ରିପୋର୍ଟ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ କରିବା ସହିତ ଲୋକଙ୍କୁ ଠିକସମୟରେ ଓ ଉଚିତ ଆକାରରେ ସ୍ୱାସ୍ଥ୍ୟ ଯୋଗାଇ ଦେବାରେ ସରକାରଙ୍କୁ ଅଧିକାରୀମାନେ ସହ ଯୋଗ କରିବେ ବୋଲି ଅନୁରୋଧ କରିଥିଲେ। ତେବେ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ନୂତନ ବିଲଡିଂ ନିର୍ମାଣ ସରିଥିଲେ ହେଁ ତାହା କାର୍ଯ୍ୟକ୍ଷମ ହେବାକୁ ଆଉ ୬ମାସ ସମୟ ଲାଗିବ ବୋଲି ଅଧିକ୍ଷିକା ସୂଚନା ଦେଇଥିଲେ । ସେଠାରେ ପେଥୋଲୋଜିରେ ମେସିନ ଲାଗିନଥିବା,ଓଟି କାର୍ଯ୍ୟକ୍ଷମ ନହେବା ଓ ଅହୁରି ଅନେକ ସମସ୍ୟା ଥିବାରୁ ଏହାକୁ ସ୍ୱୟଂସଂପୂର୍ଣ୍ଣ କାର୍ଯ୍ୟକ୍ଷକ କରିବାକୁ ଆହୁରି ଅଧିକ ସମୟ ଲାଗିବ ବୋଲି ଡ.ମାନସୀ ପଣ୍ଡା କହିଥିଲେ । ଠିକ ସେହିପରି ଜିଲ୍ଲା ହସପିଟାଲରେ ଚାଲିଥିବା ମେଡିକାଲ କଲେଜ ହସପିଟାଲରେ କୋଭିଡ ସମୟରେ ଲାଗିଥିବା ଅକ୍ସିଜେନ ବ୍ୟାଙ୍କ ଗତ ଦୁଇବର୍ଷ ହେଲା ଅଚଳ ପଡିଥିବା,ସବଡିଭିଜନମାନଙ୍କରେ ଥିବା ଏକ୍ସରେ ମେସିନ,ସିବିସି ପରୀକ୍ଷା ମେସିନ ଓ ଅନାଲାଇଜର ଅଚଳ ହୋଇ ପଡିରହିଥିବାରୁ ଏହାକୁ ସଜାଡିବାକୁ ସରକାରଙ୍କଠାରୁ ଠିକା ନେଇଥିବା କେଟିପିଏଲ କମ୍ପାନୀର ଇଞ୍ଜିନିୟରଙ୍‌ୁ ଡାକି ତାଗିଦ କରିଥିଲେ । ଆସନ୍ତା ୭ଦିନ ମଧ୍ୟରେ ଯଦି ମେସିନ ଗୁଡିକ ସଜଡାନଯାଏ ତାହେଲେ କମ୍ପାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ କରିଥିଲେ। ଜିଲ୍ଲାର ସ୍ୱାସ୍ଥ୍ୟସମସ୍ୟାକୁ ନେଇ ବିଭାଗୀୟ ଅଧିକାସରୀମାନେ ତାଙ୍କର ରିପୋର୍ଟ ଦେଲାପରେ ସ୍ୱାସ୍ଥ୍ୟବିଭାଗରେ ଥିବା ତୃଟିବିଚ୍ୟୁତିକୁ ସୁଧାରିବୁ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଗାମୀ ୧୦୦ ଦିନର ଖସଡା ପ୍ରସ୍ତୁତ ହୋଇ ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଯିବ ବୋଲି ମନ୍ତ୍ରୀ ଡ.ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରୋଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ*   06-Oct-2026
  ଜିଲ୍ଲା  
ଭରସୂଜା ପଞ୍ଚାୟତ ରେ ଜନ ଶୁଣାଣି ଶିବିର   06-Oct-2026
  ଜିଲ୍ଲା  
୩୨ ଦିନର ଶିଶୁ ପାଇଁ ଟିଟିଲାଗଡ଼ରୁ ବରଗଡ଼ ଆସି ରକ୍ତଦାନ, ମାନବିକତାର ଉଦାହରଣ ସୃଷ୍ଟି କଲେ ସୁଦୀପ ତ୍ରିପାଠୀ   06-Oct-2026
  ଜିଲ୍ଲା  
ସେବା ସେତୁ କାର୍ଯ୍ୟକ୍ରମ   06-Oct-2026
  ଜିଲ୍ଲା  
ଜାତୀୟସ୍ତରୀୟ ପଞ୍ଚାୟତ ରତ୍ନ–୨୦୨୬ ସମ୍ମାନରେ ସମ୍ମାନିତ ହେଲେ ସିହିନୀ ସରପଞ୍ଚ ବୀରବର ସାହୁ   06-Oct-2026
  ଜିଲ୍ଲା  
ଅନ୍ୟଜାତିରେ ବିବାହ କରିଥିଲେ, ଶବ ସତ୍କାର ପାଇଁ ଆସିଲେନି ପରିବାର ସଂକଳ୍ପ ପରିବାର ଦ୍ଵାରା ଶବ ସତ୍କାର   06-Oct-2026
  ଜିଲ୍ଲା  
ବ୍ରହ୍ମପୁର ଯଜ୍ଞ ପାଇଁ ବିରିଶଳା ମଠରୁ ସାଧୁ-ଭକ୍ତଙ୍କ ପଦଯାତ୍ରା*   06-Oct-2026
  ଜିଲ୍ଲା  
ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍‌ ଅନୁଷ୍ଠିତ - ଟିଟିଲାଗଡ଼ ଚାମ୍ପିଅନ ଏବଂ କଳାହାଣ୍ଡି ହେଲା ରନର୍ସ-ଅପ   05-Oct-2026
  ରାଜ୍ୟ  
ଗ୍ରାମସଭାରେ କିଶୋର-କିଶୋରୀଙ୍କ ଦାବିପତ୍ର ଉପସ୍ଥାପନ♦️ ସ୍ୱାସ୍ଥ୍ୟ, ପୋଷଣ, ଶିକ୍ଷା ଓ ଶିଶୁ ସୁରକ୍ଷାକୁ ଜିପିଡିପି ରେ ସାମିଲ କରିବାକୁ ଦାବି   05-Oct-2026
  ରାଜ୍ୟ  
ଜିଲ୍ଲାସ୍ତରୀୟ ସେବା ଜ୍ୟୋତି ଯାତ୍ରାକୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ   05-Oct-2026
  ରାଜ୍ୟ  
ଅନ୍ତର୍ଜାତୀୟ ଗୁରୁ ଦିବସ ପାଳିତ   05-Oct-2026
  ଜିଲ୍ଲା  
କୁମ୍ଭାରୀରେ ମା’ କରମସାନି ପୂଜା ମହୋତ୍ସବ ଧୂମଧାମରେ ପାଳିତ,   05-Oct-2026

You Might Also Like