-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
22-Jun-2024
କନ୍ଧମାଳ: ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଥିବା ବେଳେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମହନ ଚରଣ ମାଝୀ ଙ୍କ ନିର୍ଦେଶ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଇଯାଇଛି l ସେହିପରି କନ୍ଧମାଳ ଜିଲ୍ଲା ସମସ୍ତ ବ୍ଲକ୍ ଏବଂ ସ୍କୁଲ ମାନଙ୍କରେ ପାଳନ
ହେଇଥିବା ବେଳେ ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଲମ୍ବାଗୁଡ୍ରି ସରକାରୀ ସେବାଶ୍ରମ ସ୍କୁଲ ରେ ପ୍ରଧାନ ଶିକ୍ଷକ କୁମାର ଚନ୍ଦ୍ର ପାଢ଼ୀ ଏବଂ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କ ମିଳିତ ଆନୁକୂଲ୍ୟ ରେ ଆନ୍ତର୍ଜାତୀୟ ଦିବସ ପାଳନ ହେଇଯାଇଛି l ଏହି ଅବସରରେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ. ସମସ୍ତ କର୍ମକର୍ତ୍ତା ଓ ଅଭିଭାବକ ପ୍ରିହମ୍ ଚାରିଟେବଲ୍ ଟ୍ରଷ୍ଟ ର ସମସ୍ତ ସଦସ୍ୟ ସଦସ୍ୟା ବୃନ୍ଦ ଯୋଗଦେଇଥିଲେ l ସେହିପରି ଖଜୁରୀପଡ଼ା ବ୍ଲକ୍ ରେ ସମାଜ ସୁରକ୍ଷା ଅଧିକାରୀ ମନଜ କୁମାର ସାହୁ ଏବଂ ଗୋଷ୍ଠି ଉନୟନ ଅଧିକାରୀ ଜର୍ଜ ଡୁଙ୍ଗୁ ଡୁଙ୍ଗୁ ଙ୍କ ନେତୃତ୍ୱରେ ଖଜୁରୀପଡ଼ା କଲ୍ୟାଣୀ ମଣ୍ଡପ ଠାରେ ଅତି ସୁନ୍ଦର ଭାବେ ଯୋଗ ଦିବସ ପାଳନ ହେଇଯାଇଛି l (ରମେଶ ପଣ୍ଡା ଙ୍କ ରିପୋର୍ଟ )