-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାର ଜାତୀୟ ସେବାସଂସ୍ଥା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ।ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ମୁଣ୍ଡ ମୁଖ୍ୟ ଅତିଥି ,କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ,ମୁଖ୍ୟ ବକ୍ତା ରୂପେ ସମାଜ ଖବର ପ୍ରତିନିଧି ସୁଶାନ୍ତ କୁମାର ପାଣିଗ୍ରାହି ଓ ଯୋଗ ପ୍ରଶିକ୍ଷକ ଭାବରେ ଅଧ୍ୟାପିକା ବିଜେତା ଚାଉଳିଆ ମଞ୍ଚାସିନ ଥିଲେ ।ଏହି ଅବସରରେ ଡଃ କର୍ଣ୍ଣ ସ୍ବାଗତ ସମ୍ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ଯୋଗ ଦିବସର ଆଭିମୁଖ୍ୟ ,ଏହି ବର୍ଗର ଶୀର୍ଷକ "ଯୋଗ ଓ ମହିଳା ସଶକ୍ତିକରଣ ଏବଂ ଯୋଗ ନିଜ ପାଇଁ ଓ ସମାଜ ପାଇଁ " ଉପରେ ଆଲୋଚନା କରିଥିଲେ ।ଶରୀର ପାଇଁ ତଥା ଦୈନନ୍ଦିନ ଜୀବନରେ ନିରୋଗୀ ରହିବା ପାଇଁ ଯୋଗ,ପ୍ରାଣାୟମ, ବ୍ୟାୟାମ ନିତାନ୍ତ ଆବଶ୍ୟକ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ ।ଯୋଗ ପ୍ରଶିକ୍ଷକ ଚାଉଳିଆ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଦାନ ଶିକ୍ଷାଦାନ ସହ ଶପଥ ପାଠ କରାଇଥିଲେ। ମହାବିଦ୍ୟାଳୟର କର୍ମଚାରୀ ଓ ଜାତୀୟ ସେବା ସଂସ୍ଥାର ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ସୁନ୍ଦର ଭାବରେ ଯୋଗାସନ କରି ନିଜ ନିଜ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି ।ଡଃ କିଶୋର କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।