-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ବଲାଙ୍ଗୀର(ଚିତ୍ରସେନ ବେହେରା ): ଅଗ୍ରୀଣ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଏବଂ ବଲାଙ୍ଗୀର ନଗରପାଳିକା ଯୁଗଳ ଭାବେ ବଲାଙ୍ଗୀର ରାଜେନ୍ଦ୍ର ପାର୍କରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ସୁଜିତ କୁମାର ସାହୁ ଯୋଗ ଅଧିବେଶନର ଅନୁଷ୍ଠାନ କଲେ। ବଲାଙ୍ଗୀର ନଗରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ ଦିବସର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ ।
ସହଯୋଗ ଫାଉଣ୍ଡେସନ୍ ଅନ୍ୟ ଏକ ଯୋଗ ଅଧିବେଶନ ବଲାଙ୍ଗୀର ଜିଲ୍ଲା ଜେଲରେ ଆୟୋଜନ କରିଥିଲେ, ଯେଉଁଥିରେ ୪୦୦ରୁ ଅଧିକ ବନ୍ଦୀ ଅଂଶଗ୍ରହଣ କରିଲେ ଏବଂ
ଲାଭାନ୍ବିତ ହେଲେ। ଏହି ଅଧିବେଶନର ସଂଚାଳନ ଯୋଗ ଗୁରୁ ଶଙ୍କର ପ୍ରସାଦ ଅଗ୍ରୱାଲ କଲେ। ଏହି ସୁଅବସରରେ ବିଶେଷ ଅତିଥି ଭାବେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ସର୍ବେଶ୍ଵର ସାହୁ ଉପସ୍ଥିତ ଥିଲେ। ଆଜିର ଯୋଗ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବାରେ ଶ୍ରୀମତୀ ବନ୍ଦନା ଅଗ୍ରୱାଲ, ଶ୍ରୀମତୀ ମୁସ୍କାନ ମଲଙ୍ଗ, ସୁଦୀପ୍ତ ତ୍ରିପାଠୀ, ତୋଫାନ ପାତ୍ର, ଲଲିତ ମୁଣ୍ଡ, ନିରଞ୍ଜନ କିସନ୍, ବିବୁତି ଭୂଷଣ ବେହେରା, ଅନିଲ ଜାୟସ୍ୱାଲ, ଡେନିମ୍ କୁମାର, ପଞ୍ଚାନନ ଭୋଇ, ପ୍ରଭାତ ଶ୍ରୀବାସ୍ତବ ଏବଂ ଆଶୀଷ ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା।
ସହଯୋଗ ଫାଉଣ୍ଡେସନର ମହାସଚିବ ପିଙ୍କି ମୋଦି କହିଲେ ଯେ ସ୍ୱାସ୍ଥ୍ୟ ଏବଂ କୁଶଳତା ବାବଦରେ ସଚେତନତା ବୃଦ୍ଧି
କରାଇବା ହିଁ ଆମର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ସେ ବିଶେଷ ଭାବେ ଉଲ୍ଲେଖ କରିଲେ ଯେ ଯୋଗ ଆତ୍ମାକୁ ସାନ୍ତ୍ୱନା ଏବଂ ଶରୀରକୁ ସ୍ୱାସ୍ଥ୍ୟ ଦାନ କରେ, ଏହା ମନ ଏବଂ ଶରୀରକୁ ନୂଆ ଶକ୍ତି ପ୍ରଦାନ କରେ, ଯାହା ଆମକୁ ସନ୍ତୁଳିତ ଜୀବନ ବ୍ୟତୀତ କରିବାରେ ସାହାଯ୍ୟ କରେ। ସେ ଏହା ମଧ୍ୟ କହିଲେ ଯେ ଯୋଗକୁ ଆମ ଜୀବନର ଅଂଶ କରିବା ଦ୍ୱାରା ସମାଜକୁ ସ୍ୱାସ୍ଥ୍ୟକର ଏବଂ ସୁଖୀତ କରାଯାଇପାରେ ଏବଂ ଆଗକୁ ମଧ୍ୟ ଏପରି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୂଚନା ଦେଇଛନ୍ତି।