-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
21-Jun-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ସାରା ବିଶ୍ୱ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଥିବା ବେଳେ ଆଜି ଏହାର ପ୍ରଭାବ ବଲାଙ୍ଗୀର ଜିଲ୍ଲା ତଥା ଲୋଇସିଂହା ବ୍ଲକ ରେ ମଧ୍ୟ ଦେଖିବାକୁ ମିଳିଛି l ବିଡ଼ିଓ ଙ୍କ ଅନୁପସ୍ଥିତି ରେ ଏବିଡିଓ ରାଜେନ୍ଦ୍ର ବାବୁ ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ବ୍ଲକ ଠାରେ ହୋଇଥିବା ବେଳେ ଲୋଇସିଂହା ସରସ୍ବତୀ ଶିଶୁମନ୍ଦିର ର କରୁଣାକର ଗୁରୁ ଏବଂ ସହଯୋଗୀ ଉପସ୍ଥିତ ସମସ୍ତ ଙ୍କୁ ଯୋଗ ଶିଖାଇଥିଲେ l ଏହି ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ରେ ବ୍ଲକ ର ଅନେକ କର୍ମଚାରୀ ସାମିଲ ଥିଲେ ସେଥିରୁ ମହିଳା କର୍ମଚାରୀ ଛାତ୍ର ଛାତ୍ରୀ ଙ୍କୁ ବିଶେଷ ମାତ୍ରାରେ ଦେଖିବାକୁ ମିଳିଥିଲା l ଏହି ଯୋଗ କାର୍ଯ୍ୟକ୍ରମ ରେ ଜିପିଓ କିଶୋରଚନ୍ଦ୍ର ମାନସିଂହ, ସରପଞ୍ଚ ନବକିଶୋର ନାଏକ, ପିଇଓ ପ୍ରେମାନନ୍ଦ ମହାଲିଙ୍ଗ, ସରପଞ୍ଚ ରମାକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l