-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଜିଲ୍ଲା

ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା : ମୃତ୍ୟୁକୁ ବର୍ଷେ ପୂରିଲା, ସତ କଣ…

28-Dec-2020



ମାଲକାନଗିରି (ପ୍ରେରଣା ଖବର) : ମାଲକାନଗିରି ଜିଲ୍ଲାପାଳ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ଡିସେମ୍ବର ୨୮ ତାରିଖରେ ବର୍ଷେ ପୂରୁଛି। ବର୍ଷେ ପୂରିବାକୁ ଯାଉଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଆଜି ପର୍ଯ୍ୟନ୍ତ ଉନ୍ମୋଚନ ହୋଇପାରିଲା ନାହିଁ।ଏହି ମୃତ୍ୟୁକୁ ନେଇ ବହୁ ଆରୋପ ପ୍ରତ୍ୟାରୋପ ଚାଲିଛି।ଏହି ଘଟଣାକୁ ନେଇ ସେତେବେଳେ ମାଲକାନଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଅନୁସନ୍ଧାନ ଚାଲିଥିଲା। କିନ୍ତୁ ମୃତକଙ୍କ ପରିବାର ବର୍ଗ ପ୍ରାୟ ୬ ମାସର ବ୍ୟବଧାନ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସଂଦେହକରି ଏସଡିଜେଏମ କୋର୍ଟରେ ଫେରାଦ ହୋଇଥିଲେ।ଏଥିସହ କୋର୍ଟଙ୍କ ନିର୍ଦେଶକ୍ରମେ ମାଲକାନଗିରି ଥାନାରେ ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ୍ ସମେତ ତିନି ଜଣଙ୍କ ନାମରେ କେଶ ରୁଜୁ ହୋଇଥିଲା। ଏହି କେଶକୁ ଏକ ଏସଆଇଟି ଟିମ ଗଠନ କରାଯାଇ ତଦନ୍ତ କରାଯାଉଛି। ବର୍ତ୍ତମାନ ଯାଏଁ ବିଶ୍ବସ୍ତ ସୂତ୍ରରୁ ଜଣାପଡୁଛି ଯେ ଗତ ଡିସେମ୍ବର ୨୭ ତାରିଖରେ ସ୍ବର୍ଗତ ପଣ୍ଡା ସବୁଦିନ ଭଳି ଅଫିସ ଯାଇଥିଲେ ଏବଂ ମଧ୍ୟାହ୍ନ ଭୋଜନ ପାଇଁ ଅଫିସରୁ ବାହାରି ଘରକୁ ଯାଇନଥିଲେ।ପରେ ସଂଧ୍ୟା ଯାଏଁ ନଫେରିବାରୁ ତାଂକ ପରିବାର ବର୍ଗ ତାଂକୁ ଖୋଜାଖୋଜି କରିଥିଲେ।ସେହି ଦିନ ଅପରାହ୍ନରେ ଶ୍ରୀ ପଣ୍ଡା ଡ୍ୟାମ ସାଇଡରେ ବସିଥିବା ସ୍ଥାନୀୟ ଲୋକ ଦେଖିଥିବା କୁହାଯାଇଛି।ସେଠାରେ କିଛି ପିଲା ଗାଧୋଉଥିବା ବେଳେ ସେଠାରୁ ଚାଲିଯିବାକୁ ମଧ୍ୟ ସେ କହିଥିବା ଜଣାପଡିଛି।ତାଂକର ମଟର ସାଇକେଲ,ଚପଲ,ହେଲମେଟ ଏବଂ ଅନ୍ୟ କିଛି ଜିନିଷ ତାପର ଦିନ ସକାଳୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ ବୋଲି ଜଣାପଡିଛି। ପୁଲିସ ଆସି ତାକୁ ଜବତ କରି ନେଇଥିଲା। ସଂଦେହ ଘନୀଭୂତ ହେବାରୁ ପୁଲିସ ଓ ଦମକଳ ବାହିନୀ ସତୀଗୁଡା ଜଳଭଣ୍ଡାରରେ ଖୋଜାଖୋଜି କରିଥିଲେ।କିଛି ଘଣ୍ଟା ପରେ ଶ୍ରୀ ପଣ୍ଡାଙ୍କ ମୃତ ଦେହ ସେଠାରୁ ଉଦ୍ଧାର କରାଯାଇଥିଲା।ଏହି ସମୟରେ ସେଠାରେ ବହୁ ଜନଗହଳି ହୋଇଯାଇଥିଲା।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ଜଣାପଡିଛି।ପୁଣି ଏହି ସମୟରେ ସ୍ବର୍ଗତ ପଣ୍ଡାଙ୍କର ବଡଭାଇ ମଧ୍ୟ ଉପସ୍ଥିତ ଥିଲେ ।ମୃତଦେହର ଉଦ୍ଧାର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା ମଧ୍ୟ ହୋଇଥିବା ଜଣାପଡିଛି।ଶ୍ରୀ ପଣ୍ଡାଙ୍କ ଦେହରେ କ୍ଷତ ଚିହ୍ନ ନଥିବା ପଞ୍ଚନାମା ବେଳେ ସେତେବେଳେ ଜଣାପଡିଥିଲା।ଏହାପରେ ତାଂକର ମୃତଦେହକୁ ଏକ ଡାକ୍ତରୀ ଟିମ ଶବ ବ୍ୟବଛେଦ କରିଥିଲେ। ଶବ ବ୍ୟବଛେଦ ରିପୋର୍ଟରେ ପାଣିରେ ବୁଡି ମରିଥିବାର ନେଇ ଉଲ୍ଲେଖ କରାଯାଇଛି।ତେବେ ଏସଆଇଟି ଟିମ କିନ୍ତୁ ଏହି ଘଟଣାରେ ପର୍ଦାଫାସ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି।ଏନେଇ ପରିବାର ଲୋକଙ୍କୁ ପଚରାଉଚରା ମଧ୍ୟ ଜାରି ରଖିଛି।ଅନ୍ୟଦିଗରେ କିନ୍ତୁ ପରିବାର ଲୋକେ ପୁଲିସ ଉପରେ ଆଣିଛନ୍ତି ପାଲଟା ଅଭିଯୋଗ। କିନ୍ତୁ ଏଯାଏଁ ପୁଲିସକୁ ପରିବାର ଲୋକେ କୌଣସି ଠୋସ ପ୍ରମାଣ ଦେଇପାରିନଥିବା ଜଣାପଡିଛି।ତେବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ସେହି ସମୟରେ କାହିଁକି କୌଣସି ବ୍ୟକ୍ତି କିମ୍ବା ଅଧିକାରୀ ନାମରେ ହତ୍ୟା ଅଭିଯୋଗ କଲେ ନାହିଁ। ସୁଶାନ୍ତ ସିଂ ରାଜପୁତଙ୍କ ଘଟଣାର ପ୍ରଭାବ ପଡିଲା ଭଳି ଜଣାପଡୁଛି।ପୁଲିସ ଏବେ ଚାପରେ ରହିଥିବା ମଧ୍ୟ ଜଣାପଡିଛି।ଶ୍ରୀ ପଣ୍ଡାଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚା ହେବା ପରେ ପୁଲିସ ଏହାର ସତ୍ୟ ପର୍ଯ୍ୟନ୍ତ ପହଞ୍ଚି ଘଟଣାର ପର୍ଦାଫାସ କରିବାକୁ ନିରପେକ୍ଷ ଉଦ୍ୟମ କରୁଥିବା ଜଣାପଡିଛି।ତେବେ ଏହି ଘଟଣାର ସତ୍ୟ କଣ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।ଏହି ଘଟଣାର ସତ୍ୟାସତ୍ୟ କେବେ ଉନ୍ମୋଚନ ହେଉଛି ତାହା ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like