-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
17-Jun-2024
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମିଲେଟ ମିଶନ ପ୍ରକଳ୍ପ ପକ୍ଷରୁ ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଗ୍ରାମର ୧୬ ଜଣ ଅଗ୍ରଣୀ ଚାଷୀ ଙ୍କ ଉପସ୍ଥିତି ରେ ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ଯୋଗ ଦେଇ ମାଣ୍ଡିଆ ଚାଷ ର ବିଭିନ୍ନ ପଦ୍ଧତି, ଚାଷ ର ପ୍ରଣାଳୀ, ସରକାରୀ ସହାୟତା, ମଣ୍ଡି ବ୍ୟବସ୍ଥା ତଥା ଖାଦ୍ୟ ରୂପେ ବ୍ୟବହାର ର ଉପକାରୀତା ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ କୁ ସିଆରପି ବାଲ୍ମିକୀ ଛତ୍ରୀଆ ଆୟୋଜନ କରିଥିଲେ।ସେହିପରି ବ୍ଲକ ର ଦେଓଗାଁ, ବିଜାପାଟି,କୁଶୁର୍ଲା ,ଧରାଖମନ ଗାଁ ଗୁଡିକ ରେ ସିଆରପି ଭାନୁମତି ପଧାନ,ଜୀବର୍ଦ୍ଧନ ସାହୁ,ଧୁରାବନ ବାଗ, କମଳ ସୁନା ଙ୍କ ଦ୍ଵାରା ମାଣ୍ଡିଆ ଚାଷ ପାଇଁ ଗ୍ରାମ୍ୟ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି।