-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ସାବତ କୋଳରେ ଡୁଙ୍ଗୁରିପାଲି........ ବଦଳିଛି ସରକାର , ବଦଳି ନାହିଁ ବିଧାୟକ, ବଦଳିବ କି ଡୁଙ୍ଗୁରିପାଲିର ଭାଗ୍ୟ

17-Jun-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ତିନୋଟି ଜିଲ୍ଲାପରିଷଦ ଜୋନକୁ ନେଇ ଗଠିତ। ଭୌଗୋଳିକ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବ୍ୟବସାୟିକ, ରାଜନୈତିକ ଦୃଷ୍ଟିକୋଣରୁ ଏକ ସ୍ୱତନ୍ତ୍ରତା ରହିଛି । ଜିଲ୍ଲା ଗଠନ ହେବାଠାରୁ ଅଂଚଳ ଯେଭଳି ଉନ୍ନତି କରିବା କଥା ସେଭଳି ଆଖିଦୃଶିଆ ହୋଇ ନାହିଁ । ବିଜେଡି ସରକାର ସମୟରେ ଜିଲ୍ଲାର ଦୁଇ ଜଣ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ନିରଞ୍ଜନ ପୁଜାରୀ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ଏହି ଅଂଚଳରେ ଗମନାଗମନ କ୍ଷେତ୍ରରେ ପ୍ରତ୍ୟେକ ଗ୍ରାମକୁ ପକ୍କା ରାସ୍ତା, ବିଭିନ୍ନ ନାଳ, ନଦୀ ଉପରେ ପୋଲ ନିର୍ମାଣରେ ଜିଲ୍ଲା ତଥା ରାଜ୍ୟରେ ଆଗୁଆ ରହିଛନ୍ତି। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଡୁଙ୍ଗୁରିପାଲି ଅଂଚଳର ଅନେକ ଗୁଡିଏ କାମ ରହିଯାଇଛି । ଶିକ୍ଷା କ୍ଷେତ୍ରରେ ୧୯୮୪ ମସିହାର ମହାବିଦ୍ୟାଳୟ ବର୍ତ୍ତମାନ ଏକ ଅପରିତ୍ୟକ୍ତ ପୁରୁଣା କାର୍ଯ୍ୟଳୟ ଭଳି ଦେଖା ଯାଉଛି । ଏହି କଲେଜର ଶିକ୍ଷା କ୍ଷେତ୍ରରେ ନାଁ ରହିଥିଲେ ମଧ୍ୟ ଶୈକ୍ଷିକ ବାତାବରଣ ନକହିଲେ ଚଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଲେଜରେ ଆଜି ପର୍ଯ୍ୟନ୍ତ ପାଚେରୀ ନିର୍ମାଣ ହୋଇ ନାହିଁ । ଯାହାଦ୍ୱାରା ଅନାୟସରେ ଅସମାଜିକ ବ୍ୟକ୍ତିମାନେ କଲେଜ ପରିସରରେ ମଦର ଆସର ଜଣାଉଛନ୍ତି । ସଂଧ୍ୟା ନଇଲେ ଏମାନଙ୍କ କବ୍ଚାକୁ ଚାଲିଯାଉଛି କଲେଜ । ଯୁଆଡେ ଦେଖିବ ମାଲ ମାଲ ନିଶା ବୋତଲ, କ୍ୟାପସୁଲ, ମଦପାଉଚ । ଶ୍ରେଣୀ କୋଠରୀ ଅଭାବରୁ ଯୁକ୍ତ ଦୁଇ ଓ ତିନି କାଳାଂଶ ଅନୁସାରେ ପଢା ଚାଲିଛି । ଛାତ୍ରୀମାନଙ୍କ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଥିବା ବେଳେ ଛାତ୍ରମାନଙ୍କ ପାଇଁ ଶୌଚାଳୟ ନାହିଁ । ରିଡିଂ ରୁମ ସ୍ୱପ୍ନ । ଅବସର ସମୟରେ ଛାତ୍ରୀମାନେ କମନ ରୁମ ଅଭାବରୁ ଗଛ ତଳେ ବସୁଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ବିଭାଗର ଡାକ୍ତର ପୁରଣ ହୋଇଥିବା ବେଳେ ଅଂଚଳରେ କ୍ୱାକମାନଙ୍କ ପ୍ରାର୍ଦୁଭାବ ଏବଂ କେତେକ ଡାକ୍ତରମାନଙ୍କ ଘରୋଇ ଚିକିତ୍ସା ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାର ଦେଖାଯାଉଛି । ଡାଇଲେସିସ୍ ସେଣ୍ଟର ପାଣିର ଅଭାବ ଯୋଗୁଁ ରୋଗୀ ହନ୍ତସନ୍ତ ହେଉଛନ୍ତି । ୨୬ ନମ୍ବର ଜାତୀୟ ରାଜପଥ ଚିନାଯୁରୀଠାରୁ ବୈଦୁପାଲି ପର୍ଯ୍ୟନ୍ତ କାମ ଅଧପନ୍ତରିଆ ଭାବେ ପଡି ରହିଛି । ଡ୍ରେନ କାମ ଅଧାରେ ମୁକୁଳା ହୋଇ ରହିଛି । ଗତ ୨୦୨୩ନଭେମ୍ବର ସୁଦ୍ଧା କାମ ସମାପ୍ତ ହେବାକୁ ଜିଲ୍ଲାପ୍ରସାଶନର ପ୍ରତିଶୃତି ପାଣିର ଗାର ପାଳଟିଛି । ଏଠାରେ ଚାଲିଥିବା ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପାଞ୍ଚ ବର୍ଷ ହେବ ବନ୍ଦ ରହିଛି । ଯାହାଦ୍ୱାରା ଲୋକେ ସାମାନ୍ୟ କାମରେ ରାମପୁର ତହସିଲ ଉପରେ ନିର୍ଭର କରୁଛନ୍ତି । ଏହି ଅଂଚଳର ଇଚ୍ଛାପୁର, କର୍ଲାଯୁରୀ, ଶୁଖା, ଚେରୁପାଲି, ବୈଦୁପାଲି, ଦିଗସିରା, ତମାମୁରା, କପାସିରା ପଞ୍ଚାୟତର ଟେଲ ଏରିଆ ଗ୍ରାମର ଚାଷୀମାନେ ପାଣି ପାଇ ପାରୁ ନାହାନ୍ତି । ୨୦ ବର୍ଷ ଆଗରୁ ସମଗ୍ର ବ୍ଲକ ଉଭୟ ଋତୁରେ ଚାଷ କରିପାରୁଥିବା ବେଳେ ଧିରେଧିରେ କେନାଲ ପାଣି ତଳ ମୁଣ୍ଡାକୁ ପହଞ୍ଚି ପାରୁ ନାହିଁ । ଯଦ୍ୱାରା ଜମି ପଡିଆ ବଢିବାରେ ଲାଗିଛି ।କେନାଲ ମରାମତିରେ କେଉଁ ଅଂଳକୁ ମେଞ୍ଚେ ତ କେଉଁ ଅଂଚଳକୁ କେଞ୍ଚେ ନିତିରେ କାମ ଚାଲିଛି। ଗାଁ ମାନଙ୍କରେ କୁରଟୀର ଶୀଳ୍ପର ଅଭାବ ଦେଖା ଦେଇଥିବା ବେଳେ କୁଚିଆ ମଦଭାଟି ଗୁଡିକ କୁଟୀର ଶିଳ୍ପର ସ୍ଥାନ ନେଇଛି । ଅବକାରୀ ବିଭାଗ ମଧ୍ୟ ଏଥିରେ ଦୃଢ ପଦକ୍ଷେପ ନେଉନାହିଁ । ଡୁଙ୍ଗୁରିପାଲି ସହରକୁ ଆଜିପର୍ଯ୍ୟନ୍ତ ପାନୀୟ ଜଳର ଦେଖା ନାହିଁ । ଗତ ୨୦ ବର୍ଷ ତଳେ ଅଙ୍ଗନଦୀରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଉକ୍ତ ପ୍ରକଳ୍ପ ମରାମତି, ପୁନଃ ମରାମତି, ନିର୍ମାଣ, ପୁନଃ ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପାଣି ପହଞ୍ଚି ନାହିଁ । ପୁଣି ଡୁଙ୍ଗୁରିପାଲିର ସ୍କୁଲ ପଛ ପଟେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇ ଏହା ଦ୍ୱାରା ସହରକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ତାହା ବି ଫେଲ ମାରିଛି । ସହରରେ ଆଲୋକି କରଣ ନାଁ ରେ ବାରମ୍ବାର ନୁଆ ଲାଇଟ ଲଗା ଯାଇଥିଲେ ମଧ୍ୟ କିଛି ଦିନ ପରେ ତାହା ଅଚଳ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମରାମତି ହୋଇ ନାହିଁ । ଶିକ୍ଷା କ୍ଷେତ୍ରରେ ୫-ଟି ନାଁରେ ବ୍ଲକର ୨୮ ସ୍କୁଲକୁ ରୁପାନ୍ତରିଣ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚକାଚକ କରାଯାଇଛି । ହେଲେ ଗୋଟିଏ ବି ଛାତ୍ର ଏ-୧ ପାଇ ନାହାନ୍ତି । ବିଭିନ୍ନ ଉନ୍ନୟନ କ୍ଷେତ୍ରରେ ଅଧିକାଂଶ କାମର ସୂଚନା ଦିଆଯାଇ ନାହିଁ । ଯାହା ଦ୍ୱାରା ଲୋକେ ଏହାର କାର୍ଯ୍ୟକାରିତା, ସଂସ୍ଥା , ଅନୁଦାନ ଉପରେ କିଛି ଜାଣି ପାରୁ ନାହାନ୍ତି । ବ୍ଲକର ବିଭିନ୍ନ କାର୍ଯ୍ୟାଳୟରେ ଅବସ୍ଥାପିତ ବଡ ବଡ କର୍ମଚାରୀମାନେ ବ୍ଲକ ସଦର ମହକୁମାରେ ରହିବା କଥା। କିନ୍ତୁ ଅଧିକାଂଶ ଏଠାରେ ନରହି ଦୀର୍ଘ ୪୦ରୁ ୫୦ କିମି ଦୂରରୁ ଯିବା ଆସିବା କରୁଛନ୍ତି । ସେମାନେ ନିର୍ଦ୍ଧାରିତ ସମୟରେ ନ ପହଞ୍ଚି ବିଳମ୍ବରେ ପହଞ୍ଚି ଶିଘ୍ର ଘରକୁ ଫେରିବାର ଚିନ୍ତା କରିଥାନ୍ତି । ସେଥିମଧ୍ୟରେ ବ୍ଲକର ମୁଖ୍ୟ ଯନ୍ତ୍ରୀ ତଥା ସହକାରୀ ନିର୍ବାହୀ ଗୋଟିଏ ଉଦାହରଣ ମାତ୍ର । ଡୁଙ୍ଗୁରିପାଲିରେ ବସ୍ ଷାଣ୍ଡ, ଭଲ କଲ୍ୟାଣ ମଣ୍ଡପ, ଶୀତଳ ଭଣ୍ଡାର, ଷ୍ଟାଡିୟମ, ଏନଏସି, ଶବଦାହ କେନ୍ଦ୍ର, ସବ୍ ଡିଭିଜନ, କଲେଜରେ ବିଜ୍ଞାନ ବିଭାଗ, କଲେଜରେ ସ୍ଥାୟୀ ଅଧ୍ୟକ୍ଷ ଦେଖିବାକୁ ମିଳିବ । ବର୍ତ୍ତମାନ ସରକାର ବଦଳି ଯାଇ ନୂତନ ସରକାର ଆସିଛି । କିନ୍ତୁ ଏଠାକର ବିଧାୟକ ବଦଳି ନାହାନ୍ତି । ଦେଖା ଯାଉ ଡୁଙ୍ଗୁରିପାଲିର ଉନ୍ନୟନ ଉପରେ କିଏ କେତେ ଗୁରତ୍ୱ ଦେଇ ସାବତ ଆଖ୍ୟାରୁ ଅଂଚଳକୁ ମୁକ୍ତି କରୁଛି ।


 


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like