-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ମାଁ ଅଭୟା କାଳୀ ଙ୍କ ପୂଜା ଆରମ୍ଭ

17-Jun-2024



ବଲାଙ୍ଗୀର: ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ବଲାଙ୍ଗୀର ସହର ଠାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ।କେଉଁ ଆବହମାନ କାଳରୁ ଏହି ଗ୍ରାମରେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା କାଳୀ। ମାଁ ଅଭୟା ୧୯୩୬ ମସିହାରୁ ଆବିର୍ଭାବ ହୋଇ ଗାଁ ମଝିରେ ଥିବା ଅଭୟା ଦେବୀ ପୀଠରେ ପୂଜା ପାଇ ଆସୁଛନ୍ତି।ଜୈଷ୍ଠମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଦିନ ଠାରୁ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମାଁ ଙ୍କ ପୂଜା ରୀତି ନୀତିରେ ମହାଆଡମ୍ବରରେ ପାଳନ କରାଯାଏ। ସେହିଭଳି ଚଳିତ ବର୍ଷ ୧୭.୦୬.୨୦୨୪ ରୁ ୨୨.୦୬.୨୦୨୪ ପର୍ଯ୍ୟନ୍ତ ମହାଆଡମ୍ବରରେ ପାଳିତ ହେବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି। ପ୍ରଥମରୁ ଷଷ୍ଠ ଦିନ ପର୍ଯ୍ୟନ୍ତ ମାଁ ଙ୍କୁ ଦେଶୀ ମଦ,ଘିଅ ସଲିତା,ଗୋରସ ଏବଂ ଧୂପ କାଠିରେ ପୂଜା କରାଯାଇଥାଏ।ଗାଁ ଝାଙ୍କର ଏଠି ପୂଜକ। ତାଙ୍କ ସହ ଘଣ୍ଟଧାରି ଓ ଛତ୍ରଧାରୀ

ମଧ୍ୟ ଥାଆନ୍ତି।ଏଠି ମାଁ ଙ୍କ ପୂଜା ବିଧି ଅନୁସାରେ ପାଳନ କରାଯାଏ।ସନ୍ଧ୍ୟା ସମୟରେ ଗାଁ ର ଚତୁର୍ଦ୍ଦିଗରେ ଶୁଖିଲା କାଠ କୁ ଦୀପ ରଖିବା ପାଇଁ ଷ୍ଟାଣ୍ଡ କରାଯାଇ, ତା ଉପରେ କଞ୍ଚା ମାଟିର ଦୀପରେ ଫୁଲି କରି ଦେଶୀ ମଦରେ ୭ ଦିନ ବ୍ୟାପୀ ଅଖଣ୍ଡ ଜଳିଥାଏ। ସପ୍ତମ ଦିନ ମାଁ ଙ୍କ ମୁଖ୍ୟାପୂଜା ହୁଏ। ଜୈଷ୍ଟ ମାସ ଚତୁର୍ଦ୍ଦଶୀ ଦିନ ଗ୍ରାମର ପ୍ରତ୍ୟେକ ପରିବାରରୁ ମାଁ ଙ୍କ ପୀଠକୁ ନଡ଼ିଆ, ଧୂପକାଠି, ଘିଅ, ସିନ୍ଦୂର, ଫୁଲ ଆସେ। ନୈଷ୍ଠିକ ବ୍ରାହ୍ମଣ ଦ୍ଵାରା ମାଁ ଅଭାୟାଙ୍କ ଠାରେ ଭାଗବତର ସପ୍ତମ ସ୍କନ୍ଧ ପାରାୟାଣ କରାଯାଏ। ଏଠି ମାଁ ଙ୍କ ମୁଖ୍ୟ ଭୋଗ ନଡ଼ିଆ। ଅନ୍ୟ ଭୋଗ ମଧ୍ୟରେ ମୁଗରେ ତିଆରି ଖିରି ଓ ଖଇ(ଲିଆ)।ଏହି ଭୋଗ କେବଳ ବୟସ୍କା ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି।ଏଠାରେ ମାଁ ଙ୍କ ଠାରେ ଭୋଗ ଲଗା ଯାଇଥିବା ନଡ଼ିଆ ଯେତେ ଖାଇଲେ ମଧ୍ୟ ତାହା ଶରୀର କୁ କ୍ଷତି କରିନାହିଁ ବରଂ ଯେତେ ଖାଇଲେ ସେତେ ଖାଇବାର ଜିଜ୍ଞାସା ବଢେ ବୋଲି ଲୋକଙ୍କ ବିଶ୍ୱାସ।ମାଁ ଙ୍କ ପୂଜା ଆଠ ଦିନ ଧରି ପାଳନ କରାଯାଏ।ଏହି ଆଠଦିନ ପର୍ଯ୍ୟନ୍ତ ଗାଁ ରେ ମାଛ ମାଂସ ଭକ୍ଷଣ ନିଷେଧ।ଏହି ଆଠଦିନ ମଦ ପିଇବା ମନା।ମଦୁଆ ମାନଙ୍କ ପାଇଁ ମଦ ସ୍ବପ୍ନ ହୋଇଯାଏ।ଶେଷରେ ଜୈଷ୍ଠ ପୂର୍ଣ୍ଣିମା ଦିନ ସକାଳେ ଗ୍ରାମର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ପ୍ରସ୍ତୁତ ହୋଇଥିବା ଖଇ ଲିଆ, ଅରୁଆ ଚାଉଳ,ଘିଅ ବଳିତା ଓ ପାଳ ବିଡାରେ ତିଆରି(ନିଆଁ ବେଣ୍ଟିଆ) ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ୱତ୍ଥ ବୃକ୍ଷ ମୂଳକୁ ଯାଇ ମାଁ ଙ୍କୁ ମେଲାଣି ଦେଇଥାନ୍ତି।ମାଁ ଅଭୟା କାଳୀ ଦେବୀ ପୀଠ କୁ ପଶ୍ଚିମ ଓଡ଼ିଶାର ମାଁ ତାରିଣୀ ପୀଠ କହିଲେ ଅତ୍ୟୁକ୍ତି ହେବନାହିଁ। ମାଁ ଅଭୟା ଙ୍କ ପୂଜା ଅବସରରେ ବିଶେଷ ଆକର୍ଷଣ ରାବଣ ଦରବାର, କୀର୍ତ୍ତନ ଏବଂ ଦୈନନ୍ଦିନ ମାଁ ଙ୍କ ନାମରେ ଯଜ୍ଞ ଅନୁଷ୍ଠାନ ଅନୁଷ୍ଠିତ ହୁଏ।ମାଁ ଙ୍କ ପୀଠକୁ ଅନେକ ମାନସିକଧାରୀ ମନୋକାମନା ପୂର୍ଣ୍ଣ ହେତୁ ନଡ଼ିଆ ଧରି ଆସନ୍ତି।ମାଁ ଙ୍କ ଠାରେ ହଜାର ହଜାର ନଡ଼ିଆ ଅର୍ପଣ କରାଯାଇଥାଏ। ମନ୍ଦିର ବାହାର ଭିତର

ନଡ଼ିଆରେ ପରିପୂର୍ଣ୍ଣ ହୋଇଯାଏ।ନଡ଼ିଆ ମାଁ ଙ୍କ ପୀଠରେ ପାହାଡ ସଦୃଶ ପଡ଼ିରହେ।ମାଁ ଅଭୟା କାଳୀଙ୍କ ପରମ କରୁଣାରୁ ଗ୍ରାମବାସୀ ଏହି ପୂଜାକୁ ପ୍ରତି ବର୍ଷ ଧୁମ୍ ଧାମରେ ପାଳନ କରି ଆସୁଛନ୍ତି।ଗାଁ ର ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଗାଁ ର ଝାଙ୍କର୍, ଦେହେରି ଶ୍ରିହରୀ ଭୁଏ, ପିତାମ୍ବର ନାଗ,ଗରୁଡ଼ ସା, ବାଳି ବାଗ,ଲେକ୍ରୁ ସାହୁ,ଜଗବନ୍ଧୁ ସାହୁ ପୂଜାର ମୁଖ୍ୟ ଦାୟିତ୍ଵ ନିର୍ବାହ କରନ୍ତି।ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଏବଂ ଶତ୍ରୁଘ୍ନ ପୁରୋହିତ ପୂଜା କାର୍ଯ୍ୟ ତୁଲାଇଥାନ୍ତି।ଏହି ପୂଜା ପରିଚାଳନା ପାଇଁ ସଭାପତି ଭାବେ ଗୋବର୍ଦ୍ଧନ ସାହୁ,ସମ୍ପାଦକ ଭାବେ ପ୍ରଦୀପ ପାତ୍ର ଦାୟିତ୍ୱରେ ଥିବା ବେଳେ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗରେ ପୂଜା ସମାପନ ହୁଏ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like