-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||      ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   (11-Oct-2026)       ||      ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ    (11-Oct-2026)       ||      କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||     

HOME   ଜିଲ୍ଲା

ଅଘୋଷିତ ବିଦ୍ୟୁତ୍ କାଟରେ ଅତିଷ୍ଠ କଣ୍ଟାମାଳବାସୀ ଉତ୍ୟକ୍ତ ଲୋକଙ୍କ ରାସ୍ତା ଓ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ

16-Jun-2024



କଣ୍ଟାମାଳ, (ଜୟ କୁମାର ମହାରଣା )
 ଗତ ଶନିବାର ବିଳମ୍ବିତ ରାତ୍ରିରୁ ରବିବାର ମଧ୍ୟାହ୍ନ ପର୍ଯ୍ୟନ୍ତ କୌଣସି ସୂଚନା ନ ଥାଇ ସମ୍ପୂର୍ଣ୍ଣ ବିଦ୍ୟୁତ କାଟରେ ଅତିଷ୍ଠ କଣ୍ଟାମାଳବାସୀ  ଉତ୍ୟକ୍ତ ହୋଇ. ଆଜି ମନମୁଣ୍ଡା -ସିନ୍ଧୁଗୋରା 41ନମ୍ବର ରାଜ୍ୟ ରାଜପଥର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  |  ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା | ବୌଦ୍ଧ ଜିଲ୍ଲା ମନମୁଣ୍ଡା ବିଦ୍ୟୁତ୍ ବିଭାଗ ଅଧୀନ କଣ୍ଟାମାଳ ଅଞ୍ଚଳରେ କ୍ରମାଗତ ଭାବରେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ବିଦ୍ୟୁତ୍ ସମସ୍ୟା ଲାଗି ରହିଛି | ଗତକାଲି ରାତିରୁ କଣ୍ଟାମାଳ ଅଞ୍ଚଳରେ ବିଦ୍ୟୁତ ନ ଥିବା ବେଳେ ବାରମ୍ବାର କାର୍ଯ୍ୟାଳୟକୁ ଫୋନ୍ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି | ଯାହା ଫଳରେ ଲୋକେ ଉତ୍ୟକ୍ତ ହୋଇ ରାଜ୍ୟ ରାଜପଥ କୁ ଅବରୋଧ କରିଥିଲେ | ଏ ନେଇ କଣ୍ଟାମାଳ ଅଞ୍ଚଳର ସହସ୍ରାଧିକ ବିଦ୍ୟୁତ୍ ଉପଭୋକ୍ତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ| ଏହାର ସମାଧାନ ନେଇ ଅନେକ ଥର ମନମୁଣ୍ଡା ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଆସି ଉପଖଣ୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି | ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇ ପାରି ନାହିଁ | ବିନା ସୂଚନାରେ ଅଘୋଷିତ ଭାବରେ ବିଦ୍ୟୁତ୍ କାଟ ଦେଉଥିବା ବେଳେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଞ୍ଚଳବାସୀ କହିଛନ୍ତି | ବିଦ୍ୟୁତ୍ ସମସ୍ୟା ସାଙ୍ଗକୁ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି | ଅନ୍ୟପଟେ ପିଲା ମାନଙ୍କ ପାଠ ପଢାରେ ଅସୁବିଧା ହେଉଛି | ଏପରିକି ସାମାନ୍ୟ ବର୍ଷା କି ପବନ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଦିଆ ଯାଉଥିବା ଅଭିଯୋଗ କରିଛନ୍ତି | ଦୀର୍ଘ ଏକ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଏହାର କୌଣସି ସ୍ଥାୟୀ ସମାଧାନ କରା ଯାଉ ନାହିଁ | ଯାହା ଫଳରେ ବିଦ୍ୟୁତ୍ ନ ଥିବା ଯୋଗୁଁ ଚାଷୀ ମାନେ ଠିକ୍ ସମୟରେ ଜମିକୁ ପାଣି ମଡାଇ ପାରୁ ନାହାଁନ୍ତି | ଫଳରେ ଚାଷୀ ଫସଲ ନଷ୍ଟ ହେବା ସହ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ କରିଛନ୍ତି | ବର୍ତମାନ ଯୁଗରେ ବିଦ୍ୟୁତ୍ ଲୋକଙ୍କ ଏକ ଅତ୍ୟାବଶ୍ୟକୀୟ ଜିନିଷ ହୋଇଥିବା ବେଳେ ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି | ସୁରକ୍ଷା ଦୃଷ୍ଟିରୁ କଣ୍ଟାମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଉଥିବା ବେଳେ ଘଟଣାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳିଥିଲା  l  ସେହିପରି ବିଭାଗୀୟ ଅଧିକାରୀ ନ ଆସିଲେ ରାସ୍ତା ଅବରୋଧ ପ୍ରତ୍ୟାହାର ନକରିବା ନେଇ ବିକ୍ଷୋଭକାରୀ ନିଜ ଜିଦରେ ଅଡ଼ି ରହିଥିବା ଦେଖିବାକୁ ମିଳିଥିଲା |


News Comment




Photo in News

Advertisment
Lastest News
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026
  ଜିଲ୍ଲା  
ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   11-Oct-2026
  ଜିଲ୍ଲା  
ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   11-Oct-2026
  ଜିଲ୍ଲା  
*ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   11-Oct-2026
  ଜିଲ୍ଲା  
ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   11-Oct-2026
  ଜିଲ୍ଲା  
କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   11-Oct-2026
  ଜିଲ୍ଲା  
ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା   11-Oct-2026
  ଜିଲ୍ଲା  
ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   11-Oct-2026
  ଜିଲ୍ଲା  
ଇସ୍କନ ମନ୍ଦିରରେ ସିଭିଲ ସୋସାଇଟିର ନୂଆଁଖାଇ ଭେଟଘାଟ   11-Oct-2026
  ଜିଲ୍ଲା  
ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ   11-Oct-2026
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026

You Might Also Like