-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
16-Jun-2024
ନବରଙ୍ଗପୁର :-(ମିହିର ଶଙ୍କର ପାତ୍ର,)
ଅନେକ ସମୟରେ ଅନେକ ସ୍ଥାନରେ ବାରମ୍ବାର ନକଲି ସାମ୍ୱାଦିକ ଙ୍କ ପାଦୂର୍ଭାବ କୁ ନେଇ ଅଭିଯୋଗ ଆସୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଠାରେ ମଧ୍ୟ ଗତ କିଛିଦିନ ହେବ ନକଲି ସାମ୍ବାଦିକ ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍ ଓ ଠିକାଦାର ମାନଙ୍କ ପାଖକୁ ଯାଇ ମୁଁ ସାମ୍ବାଦିକ କହି ପଇସା କଲେକ୍ସନ କରି ବୁଲୁଥିବା ର ଆଲୋଚନା ହେଉଛି। ତେଣୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଆଜି ଡାବୁଗାଁ ସାମ୍ୱାଦିକ ସଂଘ ତରଫରୁ ପ୍ରଶାସନ କୁ ନକଲି ସାମ୍ୱାଦିକ ଙ୍କୁ ଚିହ୍ନଟ କରି ଉଚିତ ଦଣ୍ଡ ଦେବା ପାଇଁ ନିବେଦନ କରାଯାଇଛି। ଏହି ସମୟରେ ଡାବୁଗାଁ ସାମ୍ୱାଦିକ ସଂଘ ର ସମ୍ପାଦକ ମିହିର ଶଙ୍କର ପାତ୍ର, ସଭାପତି ପ୍ରଜ୍ଞାରଞ୍ଜନ ପରିଡ଼ା, ସହ ସମ୍ପାଦକ ଗଗନ ଗନ୍ତାୟତ, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା , ବରିଷ୍ଠ ସାମ୍ବାଦିକ ରବି ନାରାୟଣ ମହାନ୍ତି,ପ୍ରସାଦ ଓ ପିଣ୍ଟୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।ଏହା ଖାଲି ଡାବୁଗାଁ ଅଂଚଳର ସମସ୍ୟା ନୁହଁ ନବରଙ୍ଗପୁର ଜିଲ୍ଲା ଶହ ସମ୍ପୂର୍ଣ୍ଣ ରାଜ୍ୟର ସମସ୍ୟା ତେଣୁ ଏହାକୁ ଗୁରୁତର ଶହ ନେଇ ଜିଲ୍ଲା ପ୍ରଦଶନ ଏଵଂ ସ୍ଥାନୀୟ ପ୍ରଶାସନ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠା ନେବା ପାଇଁ ଡାବୁଗାଁ ସାମ୍ବାଦିକ ସଙ୍ଘ ସରକାରଙ୍କୁ ନିବେଦନ କରୁଛି।