-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||     

HOME   ଜିଲ୍ଲା

ବାସନ୍ଦ ଭୟରେ ୧୦ ଘଣ୍ଟା ଧରି ହସ୍ପିଟାଲରେ ପଡି ରହିଲା ଶବ, ଅନ୍ୟ ଜାତିରେ ବିବାହ କରିଥିବାରୁ ଗାଁରେ ପୁରାଇ ଦେଲେନି ଗ୍ରାମବାସୀ; ଶବକୁ ଉଦ୍ଧାର କରି ଶେଷକୃତ୍ୟ ସମ୍ପନ୍ନ କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

15-Jun-2024



ବଲାଙ୍ଗିର (ଚିତ୍ରସେନ ବେହେରା ): ଏକବିଂଶ ଶତାବ୍ଦୀର ଆଜିକାର ଇଣ୍ଟରନେଟ ଯୁଗରେ ବି ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହୁଛି। ବିଶେଷ କରି ଗ୍ରାମାଞ୍ଚଳରେ ଲୋକେ ଆଜିବି ଅନ୍ଧବିଶ୍ୱାସ ଏବଂ କୁସଂସ୍କାରର ବଶବର୍ତ୍ତୀ ହୋଇ ରହୁଛନ୍ତି। ଯାହାକି ଏକ ବିଡମ୍ବନାର ବିଷୟ ଅଟେ। ଏନେଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ବିଭିନ୍ନ ସମୟରେ ଲୋକଙ୍କ ମଧ୍ୟରେ ସଚେତନତା ପାଇଁ ପ୍ରୟାସ କରୁଥିବା ବେଳେ ଜିଲ୍ଲା ପ୍ରଶାସନକୁ ମଧ୍ୟ ବାରମ୍ବାର ଅନୁରୋଧ କରିଆସୁଛି। ହେଲେ ପ୍ରଶାସନିକ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଅଭାବରୁ ଆଜିବି ସମାଜରେ ଏହିଭଳି କୁସଂସ୍କାର ବ୍ୟାପିବା ଦ୍ୱାରା ଅନେକ ପରିବାର ଶୋଷିତ ପୀଡିତ ହୋଇ ଜୀବନ କାଟୁଛନ୍ତି।

ଆଜି ଏହିଭଳି ଏକ ଦୁଃଖଦ ଘଟଣାର ଖବର ପହଞ୍ଚିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ନିକଟରେ। ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ବାସିନ୍ଦା ୪୧ ବର୍ଷୀୟ ଉପେନ୍ଦ୍ର ବଗର୍ତ୍ତି ଅନ୍ୟ ଜାତିର ଜଣେ ଝିଅକୁ ବାହା ହୋଇ ସମ୍ବଲପୁରରେ ବସବାସ କରୁଥିଲେ। ରାଜମିସ୍ତ୍ରୀ ଭାବରେ କାମ କରି ସ୍ତ୍ରୀ ପୁଅ ଝିଅ ସହ ତାଙ୍କର ସଂସାର ଚାଲିଥିଲା। ହଠାତ ଶରୀର ଅସୁସ୍ଥ ହେବାରୁ ତାଙ୍କର ସ୍ତ୍ରୀ ପ୍ରଥମେ ସମ୍ବଲପୁର ଏବଂ ପରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଗତ ରାତି ପ୍ରାୟ ୨ଟା ସମୟରେ ଉପେନ୍ଦ୍ରଙ୍କ ମୃତ୍ୟବରଣ ଘଟି ଯାଇଥିଲା। ଏକାକୀ ସ୍ୱାମୀଙ୍କ ଶବକୁ ନେଇ ସଂସ୍କାର କରିବା ପାଇଁ ନିଜକୁ ଅସହାୟ ମଣିଥିଲେ ସ୍ତ୍ରୀ। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ଶବଟି ହସ୍ପିଟାଲରେ ହିଁ ପଡି ରହିଥିଲା। ଅନେକ ସରକାରୀ ଯୋଜନାରେ ସୁବିଧା ଯୋଗାଇଦେବା ପାଇଁ ସକ୍ଷମ ଥିଲେ ମଧ୍ୟ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ହାତ ବାନ୍ଧି ବସିଥିଲେ।

ଘଟଣା ବିଷୟରେ ଖବର ପାଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ହସ୍ପିଟାଲରେ ପହଞ୍ଚିଥିଲେ। ମୃତକଙ୍କ ସ୍ତ୍ରୀଙ୍କୁ ଆଶ୍ୱାସନା ଜଣାଇବା ସହ ପ୍ରଥମେ ମୃତ ଉପେନ୍ଦ୍ରଙ୍କ ବରାହମାଲସ୍ଥିତ ପରିବାରବର୍ଗଙ୍କୁ ଘଟଣା ବିଷୟରେ ଅବଗତ କରାଯାଇଥିଲା ଏବଂ ତାଙ୍କ ଭାଇଙ୍କୁ ହସ୍ପିଟାଲକୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ପରେ ଘଟଣା ବିଷୟରେ ପୋଲିସକୁ ଖବର କରାଯାଇ ହସ୍ତକ୍ଷେପ ଲୋଡିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ମୃତକଙ୍କ ଭାଇ ହସ୍ପିଟାଲରେ ପହଞ୍ଚିବା ପରେ ଶବକୁ ନିଜ ଜନ୍ମମାଟିକୁ ନେଇ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ମୃତକଙ୍କ ଭାଇ ଫୋନ ଯୋଗେ ପ୍ରଥମେ ନିଜ ଗ୍ରାମର ଜାତି ସମାଜକୁ ଯୋଗାଯୋଗ କରି ଅନୁମତି ଭିକ୍ଷା କରିଥିଲେ। କିନ୍ତୁ ଉପେନ୍ଦ୍ର ନିଜେ ଯାଦବ ସମାଜର ହୋଇଥିବା ବେଳେ ଗଣ୍ଡ ଜାତିର ଝିଅକୁ ବିବାହ କରିଥିବାରୁ ଜାତି ଭାଇମାନେ ଶବକୁ ଗ୍ରାମକୁ ପୁରାଇବା ପାଇଁ ମଧ୍ୟ ମନା କରି ଦେଇଥିଲେ। ତେଣୁକରି ମୃତକଙ୍କ ସ୍ତ୍ରୀ ଓ ଭାଇ ବଲାଙ୍ଗିରରେ ହିଁ ଶବ ସତ୍କାର କରିବା ପାଇଁ ସାହାଯ୍ୟ ଲୋଡିଥିଲେ।

  ଶେଷରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ

ଶବକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର-ଟିଟିଲାଗଡ ରାସ୍ତା ମୁକ୍ତିଧାମକୁ ନେଇ ପରିବାରବର୍ଗଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରି ଫେରିଥିଲେ। ଅତ୍ୟଧିକ ରୋଗାକ୍ରାନ୍ତ ଏବଂ ୧୦ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ବାହାରେ ଶବ ପଡି ରହିଥିବାରୁ ବାୟୁ ସଂକ୍ରମଣ ରକ୍ଷା ଦୃଷ୍ଟିରୁ ଶବକୁ ମାଟିରେ ପୋତି ସତ୍କାର କରାଯାଇଥିଲା। ଏହି କାର୍ଯ୍ୟରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ ଓ ସୁମିତ ମିଶ୍ର ସାମିଲ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026
  ଜିଲ୍ଲା  
*ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   12-Oct-2026
  ଜିଲ୍ଲା  
*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   12-Oct-2026
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026

You Might Also Like