-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
15-Jun-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ଡୁଙ୍ଗୁରିପାଲି ମାରୱାଡି ଯୁବା ମଞ୍ଚ ବିଭିନ୍ନ ସମୟରେ ସମାଜ ସେବା କରିବାରେ ଅନେକ ଦୃଷ୍ଟାନ୍ତ ରହିଛି । କରୋନା ସମୟରେ ସଚେତନ କାର୍ଯ୍ୟକ୍ରମ, ଅକ୍ସିଜେନ ସିଲିଣ୍ଡର ପ୍ରଦାନ, ଖରାଦିନେ ଦହିପାଣି ବଣ୍ଟନ, ସହରର ବିଭିନ୍ନ ସ୍ଥାନରେ ଅମୃତ ଧାରା ବ୍ୟବସ୍ଥା, କୃତୀମ ଅଙ୍ଗ ପ୍ରଦାନ କାର୍ଯ୍ୟ କ୍ରମ ମାନ କରିଆସୁଛନ୍ତି । ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏକ ମେଗା ରକ୍ତ ଦାନ ଶିବିର ଆୟୋଜନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଜି ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମେଡିକାଲ ଅଫିସର ରବିନାରାୟନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷ ଜ୍ଞ ଡା. ସରୋଜ ସେଠ, ଉତ୍କଳ ମାରୱାଡି ସମାଜର ସଭାପତି ବଜରଙ୍ଗ ଅଗ୍ରୱାଲ, କିଶୋର ମେହେର ଯୋଗ ଦେଇ ରକ୍ତ ଦାତାମାନଙ୍କୁ ଉତ୍ସାହିତ କରି ରକ୍ତର ବିକଳ୍ପ ନାହିଁ । ଏହାର ଏକମାତ୍ର ବିକଳ୍ପ ହେଉଛନ୍ତି ରକ୍ତଦାତା ବୋଲି କହିଥିଲେ । ବୁର୍ଲା ଭିମସାର ରକ୍ତ ଭଣ୍ଡାରର ଡା.ଏମ. ଗୋବିନ୍ଦ, କନଭେନର ମଣ୍ଟୁ ପ୍ରଧାନ, ଟେକ୍ନିସିୟାନ କରୁଣାକର ସାହୁ, ଅଜୟ ପଧାନ, ରଜତ ପଟେଲ, ସପୋର୍ଟ ଷ୍ଟାଫ ସଞ୍ଜିବ କୁମାର ବେରା, ବିନୋଦ ବେହେରା, ପାଏନୁ ଭୋଇ ପ୍ରମୁଖ ସହ ଯୋଗ କରିଥିଲେ । ମାରୱାଡି ଯୁବା ମଞ୍ଚର ରାଜ୍ୟ ରକ୍ତଦାତା କନଭେନର ମହେଶ ଅଗ୍ରୱାଲ, ଉପସଭାପତି ରାକେଶ ଅଗ୍ରୱାଲ, ସଭାପତି ଯୋଗେଶ ଅଗ୍ରୱାଲ, ସଂପାଦକ ସଙ୍କେତ ମିତ୍ତଲ, ଉପସଭାପତି ଦିନେସ ଅଗ୍ରୱାଲ, କୋଷାଧ୍ୟକ୍ଷ ପିୟୁଷ ଅଗ୍ରୱାଲ, ଯୁଗ୍ମ ସଂପାଦକ ଅଜିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହ ଯୋଗ କରିଥିଲେ । ସାମ୍ବାଦିକ ସଂଘ ଉପସଭାପତି ଅରବିନ୍ଦ ମିଶ୍ର ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକମାନଙ୍କୁ ଭୁୟଶୀ ପ୍ରଶଂସା କରିଥିଲେ ।