-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
12-Jun-2024
(ଡୋଲେଶ୍ଵର ବାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ମତ୍ସ୍ୟ ବିଭାଗ ଦେଇ ଯାଇଥିବା ତୁକାଲା ଫିଡର୍ ବିପଦ ସଙ୍କୁଳ ଅବସ୍ଥା ରହିଥିବା ଖବର ପ୍ରକାଶ ପରେ ବିଭାଗ ପକ୍ଷ ରୁ ତତ୍ପରତା ଦେଖାଯାଇଛି। ତୁରନ୍ତ ସୁଧାର କାର୍ଯ୍ୟ ଆରମ୍ଭ ନେଇ ପଦକ୍ଷେପ ଗ୍ରହଣ ହୋଇଥିବା ବେଳେ ଯଥାଶୀଘ୍ର ମରାମତି ନେଇ ବିଦ୍ୟୁତ୍ ବିଭାଗ ମୁଖ୍ୟ ନିର୍ବାହୀ ଅଧିକାରୀ ନିର୍ଦ୍ଧେଶ ଦେଇଛନ୍ତି। ଆଜି ଏହି ତୁକଲା ଫିଡର୍ କାର୍ଯ୍ୟ ଆରମ୍ଭ ହୋଇଅଛି। ବର୍ତ୍ତମାନ ବିଦ୍ୟୁତ୍ ଖୁଣ୍ଟ କୁ ଜାମ କରି ତାର ଟାଣିବା ପୂର୍ବ କାର୍ଯ୍ୟ ସମାପ୍ତ କରିଛନ୍ତି। ଆସନ୍ତା କାଲି ତାର ଟାଣିବା ସହ ଗଛରେ ଖଞ୍ଜା ଯାଇଥିବା ୧୧ କେଭି ତାର ମଧ୍ୟ ହଟିବ ବୋଲି ଖଡିଆଳ ବିଦ୍ୟୁତ୍ ବିଭାଗ ପକ୍ଷ ରୁ ପ୍ରକାଶ। ତୁରନ୍ତ ପଦକ୍ଷେପ ପାଇଁ ବିଦ୍ୟୁତ୍ ବିଭାଗ କୁ ଜନସାଧାରଣ ସାଧୁବାଦ୍ ଦେଇଛନ୍ତି।