-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||     

HOME   ଜିଲ୍ଲା

 ନିର୍ବାଚନ ଫଳାଫଳ ପରେ ମିଶନ ଶକ୍ତି କାର୍ଯ୍ୟାଳୟ ଖାଁ ଖାଁ, ଚିନ୍ତାରେ ସ୍କୁଟି ନେଇଥିବା ଭିଆରପି

12-Jun-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଭାରତୀୟ ଜନତା ପାର୍ଟୀ ବହୁମତ ନେଇ ସରକାର ଗଢିବା ସୁନିଶ୍ଚିତ ହେବା ପରେ ବିଜେଡି ପାଇଁ କାର୍ଯ୍ୟ କରିଆସୁଥିବା ମିଶନ ଶକ୍ତି ଏବେ ଚିନ୍ତାରେ । ମହିଳାମାନଙ୍କୁ ସ୍ୱାବଲମ୍ବୀ ନାଁରେ ସରକାରୀ ଦଳର ପ୍ରଚାର, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଭଲି ଅନେକ ଅଭିଯୋଗ ରହିଥିଲା । କୌଣସି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମହିଳା ନ ଆସିଲେ କାର୍ଯ୍ୟକ୍ରମ ହେଉ ନଥିଲା । ପୁରୁଷ ଅପେକ୍ଷା ମିଶନ୍ତ ଶକ୍ତିର ଭିଆରପି, ଏମବିକେ, ବ୍ୟାଙ୍କ ମିତ୍ରମାନେ ନିର୍ବାଚନ ପୂର୍ବରୁ ନିଯୁକ୍ତି ପାଇ ଦଳର ପ୍ରଚାର ପ୍ରସାରରେ ଲାଗିପଡିଥିବା ବିଜେପି ଅଭିଯୋଗ ଆଣିଥିଲା । ସରକାରଙ୍କ ମିଶନ ଶକ୍ତି ବିଭାଗ ଏମାନଙ୍କ ଉପରେ ଆଶିର୍ବାଦ ରହିଥିବାରୁ ଅଭିଯୋଗକୁ ଭୃକ୍ଷେପ ନ କରି  ବିଭିନ୍ନ ସଭାସମିତି, ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ଏମାନେ ସଭା ସ୍ଥଳରେ  ପହଞ୍ଚି ଝୋଟିକଟା, କଳସ ସ୍ଥାପନ, ଫୁଲମାଲ ପ୍ରସ୍ତୁତ, ଅତିଥିଙ୍କୁ ସ୍ୱାଗତ କରିବା ଦାୟିତ୍ୱ ତୁଳାଇ ଆସୁଥିଲେ । ସକାଳେ ହେଲେ ଘରକାମକୁ ପର କରି ପହଞ୍ଚି ଯାଉଥିଲେ  ମିଶନ ଶକ୍ତି କାର୍ଯ୍ୟାଳୟ, ବିଭିନ୍ନ ବ୍ୟାଙ୍କ , ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ । ବିଭିନ୍ନ ବର୍ଗ ଅନୁସାରେ ଡ୍ରେସ

କୋଡ ସହିତ ସହରର ବିଭିନ୍ନ ମାର୍ଗରୁ ଆରମ୍ଭ କରି ଯେଉଁଠି ଦେଖିବ ସେମାନଙ୍କ ଉପସ୍ଥାନ ରହି ଆସୁଥିଲେ । ବିଜେଡି ହାରିବା ପରେ ମିଶନ ଶକ୍ତି କାର୍ଯ୍ୟାଳୟ ସେପରି ଆଗଭଳି ଆଉ ଭିଡ ଦେଖାଯାଉ ନାହିଁ । ଖାଁ ଖାଁ ଲାଗୁଛି କାର୍ଯ୍ୟାଳୟ । କେତେକ କର୍ମଚାରୀଙ୍କୁ ଛାଡି ଦେଲେ ଏମାନଙ୍କ ଦେଖା ନାହିଁ । ପ୍ରକୃତରେ ଏମାନଙ୍କ କାମ କଣ ରହିଥିଲା । ସରକାର ଏମାନଙ୍କୁ ନିଯୁକ୍ତି ଦେବା ପଛରେ ତାଙ୍କର ଆଭିମୁଖ୍ୟ କଣ ରହିଥିଲା । ଜଣେ ବ୍ୟାଙ୍କ ଅଧିକାରୀ ନିଜ ନାମ ଗୋପନ ରଖି କହିଥିଲେ ଯେ, ନିଯୁକ୍ତି ପାଇଥିବା ବ୍ୟାଙ୍କ ମିତ୍ରମାନେ ବ୍ୟାଙ୍କକୁ ଆସି ଚୌକିରେ ବସି ଫୋନ ଖେଳିବା ବ୍ୟତୀତ ତାଙ୍କର କୌଣସି କାମ ନଥିଲା । ସେ କୌଣସି ଫର୍ମ ପୁରଣ କରିବା ଜାଣିନଥିଲା । ବ୍ୟାଙ୍କ ବନ୍ଦ ହେଲେ ସେ ଚାଲି ଯାଉଥିଲା । ଅଯଥାରେ ସରକାର ଏମାନଙ୍କୁ  ଦରମା ଦେଉଥିଲା । ଏଭଳି ଅବସ୍ଥା ଅଧିକାଂଶ ବ୍ୟାଙ୍କରେ ଦେଖା ଦେଇଥିବା ବେଳେ କାଁ ଭାଁ କେତେକ ବ୍ୟାଙ୍କ ମିତ୍ର କାମ ଜାଣିଥିଲେ ।  ଭିଆରପି ମାନଙ୍କୁ ବ୍ୟାଙ୍କ ଏବଂ ବିଭିନ୍ନ କାର୍ଯ୍ୟାଳୟ ସହିତ ତୁରନ୍ତ ଯୋଗାଯୋଗ କରାଯିବା ପାଇଁ ଏବଂ ସେମାନଙ୍କୁମୂଖ୍ୟ ସ୍ରୋତରେ ସାମିଲ କରିବାକୁ ବିନା ସୁଧରେ ସ୍କୁଟି ପ୍ରଦାନ କରାଯାଇଥିଲା ।  ବର୍ତ୍ତମାନ ସରକାର ଏହି ଯୋଜନାକୁ ବନ୍ଦ  କରି ଦେଲେ ସ୍କୁଟି ନେଇଥିବା ଭିଆରପି ମାନେ ଋଣ କିପରି  ପରିଶୋଧ କରିପାରିବେ ।  ଆହୁରି ମଧ୍ୟ ମିଶନ ଶକ୍ତି ଯୋଜନାର ସରକାର କୋଟି କୋଟି ଟଙ୍କା ପ୍ରଦାନ କରିଛନ୍ତି । କେଉଁ ଯୋଜନା ପାଇଁ କେତେ ଟଙ୍କା ଆସିଥିଲା । ତାହା କିପରି ଖର୍ଚ୍ଚ ହୋଇଅଛି । ଏହାର ତଦନ୍ତ କରାଯିବ ବୋଲି ବିଜେପି  ମହଲରେ ଚର୍ଚ୍ଚା ଜୋର ଧରିଛି । ଯଦି ବିଜେପି ସରକାର ଏହାର ଉପଯୁକ୍ତ ତଦନ୍ତ କରାଯିବ ମିଶନ ଶକ୍ତିର ଉଦ୍ଦେଶ୍ୟ, ଯୋଜନାର ଖର୍ଚ୍ଚ, ବାଟ ମାରଣା ସବୁ କିଛି ଧରାପଡି ଯିବ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026
  ଜିଲ୍ଲା  
ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   13-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026

You Might Also Like