-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
12-Jun-2024
କଣ୍ଟାମାଳ(ଜୟ କୁମାର ମହାରଣା): ଜାମୁ କାଶ୍ମୀରର କଟ୍ରା ରୁ ଶିବ ଖଡ଼ି ତୀର୍ଥ ଯାତ୍ରୀ ବସ ଯାଉଥିବା ସମୟରେ ଜୁନ ନଅ ତାରିଖ ଦିନ ଆତଙ୍କବାଦୀଙ୍କ ଅଚାନକ ହlମଲl ରେ ଦଶ ଜଣ ନିର୍ଦୋଷ ହିନ୍ଦୁଙ୍କ ଜୀବନ ଚାଲିଗଲା ଏହି ଘଟଣାକୁ ସମଗ୍ର ଦେଶବାସୀ ନିନ୍ଦା କରିବାସହ ସରକାର ଆତଙ୍କବାଦୀ ଦମନ କାର୍ଯ୍ୟକ୍ରମ କୁ ଅଧିକ ଦୃଢ କରୁ ବୋଲି ବଜରଙ୍ଗ ଦଳ, ବୌଦ୍ଧ ପକ୍ଷରୁ ଏକ ଦାବିପତ୍ର ଆଜି ଜ଼ିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଆଜି ପ୍ରଦାନ କରିଛି l ବଜରଙ୍ଗ ଦଳ ଏହି ଅଘଟଣ ରେ ମୃତ ହିନ୍ଦୁ ଯାତ୍ରୀଙ୍କ ଆତ୍ମାର ସଦଗତି କାମନା କରିବାସହ ତାଙ୍କ ପରିବାର ପ୍ରତି ସହାୟ ହେବାପାଇଁ ସରକାରଙ୍କୁ ନିବେଦନ କରୁଛି l ଜାମୁ କାଶ୍ମୀରର ୩୭୦ ଧାରା ଉଛେଦ କରାଯାଇ ଏକ ଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ସରକାର ଚେଷ୍ଟା କରୁଥିବାବେଳେ ପାକିସ୍ତାନ ଆତଙ୍କବାଦୀ ଙ୍କ ଏଭଳି ହାମଲl ଉକ୍ତ ଅଞ୍ଚଳକୁ ପୁଣି ଅଶାନ୍ତ ବାତାବରଣ ଆଡକୁ ଟାଣି ନେଉଛି l ଏହା ଦେଶର ଅଖଣ୍ଡତା ରେ ବାଧା ସୃଷ୍ଟି କରିବା ପାଇଁ ପାକିସ୍ତାନର ଏକ ଚାଲ l ଏହାକୁ ଦୃଢ ହସ୍ତରେ ଦମନ କରାଯାଉ ବୋଲି ବଜରଙ୍ଗ ଦଳ ପକ୍ଷରୁ ଅନୁରୋଧ କରାଯlଇଛି l ଦଳର ସମ୍ପାଦକ ଚକିତ ଭଞ୍ଜଙ୍କ ନେତୃତ୍ୱରେ ହେମନ୍ତ ଚମ୍ପତି, ମିଥୁନ ନାଏକ ,ଶୁଭେନ୍ଦୁ ସିଂ, ସିପୁନ ସାହୁ, ବିଜୟ ଅଗ୍ରୱାଲ, ସୁମନ୍ତ ଭାଇ, ବିଦ୍ୟା ଭାଇ, ଶିବ ଭାଇ, ଶରତ ଭାଇ, ପ୍ରବୀଣ ଭାଇ, ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ସାମିଲ ହୋଇଥିଲେ l