-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
11-Jun-2024
ସୋନପୁର/ବିନିକା(ମନୋରଞ୍ଜନ ତ୍ରିପାଠୀ): ବୌଦ୍ଧରୁ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ସୋନପୁର ଅବକାରୀ ବିଭାଗ ଚଢ଼ଉ କରି ଏକ ଟ୍ରକ୍କୁ ଧରିଛି। ଏଥିରୁ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ରାଜସ୍ଥାନ ବାରମେର ଜିଲ୍ଲା ସିନ୍ଧାରି ଥାନା ଟାକୁବାରି ଗ୍ରାମର କ୍ଷେମା ରାମ (୩୪)କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ଟ୍ରକ୍ ଚାଳକ ଏବଂ ମାଲିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଏଥିସହ ଅବକାରୀ ବିଭାଗ ୧୦.୬୧୫ ମେଟ୍ରିକ୍ ଟନ୍ ଷ୍ଟିଲ୍ପ୍ଲେଟ, ଗଞ୍ଜେଇ ଚାଲାଣ ଟ୍ରକ୍, ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।*