-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
01-Jun-2024
ନୂଆପଡ଼ା - (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୋକାଲ ପଞ୍ଚାୟତର ରୋକାଲ ଠାରେ ୧୯୯୩ ମସିହାରେ ଶନିବାର ଦିନ ଏକ ସାପ୍ତାହିକ ବଜାର ବସିବାର ଅନୁଷ୍ଠିତ ହୋଇ ଆଜିଯାଏଁ ନିୟମିତ ଭାବରେ ବସି ଆସୁଅଛି ।ବ୍ଲକର ବୋଡ଼େନ,ଲର୍କା,ବାବେବୀର, ବୁଢ଼ିପଦର,ଧୋବେଇ, କର୍ଲାକୋର୍ଟ,ନାଗ ପଡା, ରୋକାଳ,କରଙ୍ଗାମାଲ ଓ ଖଇରାରେ ବଜାର ବସିଥାଏ । ଗତ ଆର୍ଥିକ ବର୍ଷରେ ରୋକାଳ ସାପ୍ତାହିକ ବଜାର ପାଇଁ ମାର୍କେଟ କମ୍ପ୍ଲେକ୍ସ ତିଆରି କଲେ ସରକାର ।ବଡ଼ ଧୁମଧାମରେ କମ୍ପ୍ଲେକ୍ସଟିକୁ ଉଦଘାଟନ କରାଯାଇଥିଲା ।ପଞ୍ଚାୟତ ଅଧିନରେ ଥିବା ଏହି ବଜାର ନିଲାମ ହୁଏ ଯା'ର ଫାଇଦା ନିଏ ଗ୍ରାମ ପଞ୍ଚାୟତ ।ମାର୍କେଟ କମ୍ପ୍ଲେକ୍ସ ମଧ୍ୟରେ ଥରେ ଦୁଇଥର ଦୋକାନୀ ବସିଥିଲେ ବ୍ୟବସାୟ ପାଇଁ କିନ୍ତୁ କ'ଣ ହେଲା କେଜାଣି ତାପରେ ଦୋକାନୀ ଖୋଲା ପଡ଼ିଆରେ ଖୁଣ୍ଟ ଓ ପାଲ ଲଗାଇ ପୂର୍ବପରି ଦୋକାନ ଖୋଲୁଛନ୍ତି।କିଛି ଦୋକାନୀଙ୍କୁ ପଚାରିବାରୁ ଉତ୍ତର ଦିଅନ୍ତି କି କମ୍ପ୍ଲେକ୍ସ ଭିତରେ ବ୍ୟବସାୟ ଠିକ୍ ରହୁନାହିଁ, ଧନ୍ଦା ଠିକ୍ ଚାଲେନାହିଁ ବୋଲି ।ପଞ୍ଚାୟତକୁ ଅର୍ଥ ଆସୁଥିବାର ଆଉ ଏକ ରାସ୍ତା ମଧ୍ୟ ବନ୍ଦ ହୋଇ ରହିଛି ଯାହାକି କାଞ୍ଜୀ ଗୃହ ।ବହୁ ବର୍ଷ ହେଲାଣି ପଞ୍ଚାୟତ ମାନଙ୍କରେ କାଞ୍ଜି ଘର ବନ୍ଦ ହୋଇଯାଇଛି । ରୋକାଲରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ କାହିଁକି ବ୍ୟବହୃତ ହେଉନାହିଁ ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ମାର୍କେଟ କମ୍ପ୍ଲେକ୍ସକୁ କାଞ୍ଜି ଘର ଭାବରେ ବ୍ୟବହାର କରିବା ପାଇଁ ପଞ୍ଚାୟତକୁ ଅନୁମତି ଦେଇପାରିବେ କି ? ଏଇଠି ସ୍ପଷ୍ଟ ଅନୁମାନ କରିହୁଏ ଯେ ସରକାରଙ୍କ ଯୋଜନା ଓ ଲୋକଙ୍କ ଭାବନା ଅଲଗା ପ୍ରକାର ।