-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ପ୍ରଚଣ୍ଡ ରୌଦ୍ରତାପ, ତାପମାତ୍ରା ୪୬ ଉପରେ, ଜଣେ ମହିଳା ଅଂଶୁ ଘାତ ରେ ମୃତ୍ୟୁ

01-Jun-2024



ତରଭା(କପିଳାସ ସେଠ): ପଶ୍ଚିମାଞ୍ଚଲ ସମେତ ତରଭା ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ରୌଦ୍ରତାପ ବୃଦ୍ଧି ପାଇବ  ସହ ସନ୍ଧ୍ୟାରେ ଝାଂଜି ପବନ ବହୁ ଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି I ଦିନକୁ ଦିନ ତାପମାତ୍ରା ସଦାସର୍ବଦା ୪୫ରୁ ୪୬ଡିଗ୍ରୀ ତାପମାତ୍ରା ରହୁଛି I ଅଧିକାଂଶ ଅଞ୍ଚଳରେ ବନ୍ଧ, କଟା, ନାଳ, ଜୋର ଶୁଖିଲା ପଡିଛି  I ମଣିଷ ଠାରୁ ଆରମ୍ଭ କରି ପଶୁ, ପକ୍ଷୀ, ଜୀବ  ଜନ୍ତୁ ପାଣି ପାଇଁ ଡହକ ବିକଳ ହୋଇ ପଡୁଛନ୍ତି  I ପ୍ରଚଣ୍ଡ ରୌଦ୍ରତାପ ଓ ପାନୀୟ ଜଳ ଅଭାବ ଯୋଗୁଁ ଅଞ୍ଚଳ ରେ ଅଂଶୁଘାତ ଜନିତ ସମସ୍ୟା ସୃଷ୍ଟି ହେଉଛି  I ମିଲଥିବା ସୂଚନା ଅନୁଯାୟୀ ଅଂଶୁଘାତ ଜନିତ ମୃତ୍ୟୁ ହୋଇ ଥିବାର ଖବର ରହିଛି  I ତରଭା ପୋଲିସ ପକ୍ଷରୁ ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ କୁମ୍ଭାର ମୁଣ୍ଡା ଗ୍ରାମପଂଚାୟତର ବଡଫଟାମୁଣ୍ଡା ଗ୍ରାମରେ ଅ°ଶୁଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି I  ମୃତା ମହିଳା ଜଣଙ୍କ ହେଲେ ବଡଫଟାମୁଣ୍ଡା ଗ୍ରାମର କରୁଣା ଅମାତଙ୍କ ସ୍ତ୍ରୀ  ରୁପକାନ୍ତୀ ଅମାତ (୫୦) ବୋଲି ଜଣାପଡିଛି।  ବର୍ତ୍ତମାନ କେନ୍ଦୁପତ୍ର ତୋଳା ସମୟ ହୋଇ ଥିବାରୁ ରୁପକାନ୍ତୀ ଗୁରୁବାର ସକାଳୁ କେନ୍ଦୁପତ୍ର ତୋଳିବା ପାଇଁ ଯାଇଥିଲେ। ପ୍ରଚଣ୍ଡ ଖରାରେ ବୁଲିବୁଲି କେନ୍ଦୁପତ୍ର ତୋଳି ମଧ୍ୟାହ୍ନରେ ଘରକୁ ଫେରିଥିଲେ। କିଛି ସମୟ ପରେ ସେ ଅସୁସ୍ଥତା ଅନୁଭବ କରି ବାନ୍ତି କରିଥିଲେ। ଅତ୍ୟଧିକ ଅସୁସ୍ଥତା ଅନୁଭବ କରି ଗୂରୁତର ହେବାରୁ ତାଙ୍କୁ ସନ୍ଧ୍ୟା ସମୟରେ ଚିକିତ୍ସା ପାଇଁ ତରଭା ଡାକ୍ତରଖାନାକୁ ଆଣିଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସମ୍ପର୍କ ପୁଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିଥିଲେ ମଧ୍ୟ ରାତି ହୋଇ ଯିବାରୁ ତଦନ୍ତ କରିପାରି ନ ଥିବା ବେଳେ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥିଲା  I ମହିଳାଙ୍କ ମୃତ୍ୟୁ ନେଇ  ପରିବାରଙ୍କ ପକ୍ଷରୁ ତରଭା ଥାନାରେ  ଲିଖିତ ଅଭିଯୋଗ ପରେ  ପୋଲିସ  ଆଜି ଶୁକ୍ରବାର  ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।  ଦାୟିତ୍ୱ କମସରା ଫାଣ୍ଡି ଅଧିକାରୀ ଗଜାନନ ବେହେରା ଏହି ମାମଲା ତଦନ୍ତ ଦାୟିତ୍ୱ ଦିଆଯାଇ ଥିବାର  ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି । ଏହି ପରି ବ୍ଲକର ବିଭିନ୍ନ ଗ୍ରାମରେ ଅଂଶୁଘାତ ଜନିତ ମୃତ୍ୟୁ ହେଉଥିଲେ ମଧ୍ୟ୍ୟ ଲୋକଙ୍କ ମଧ୍ୟ୍ୟରେ ସଚେତନତା ଅଭାବ ଯୋଗୁଁ ଲୋକଲୋଚନକୁ ଆସି ପାରୁନାହିଁ  I 
(ତରଭାରୁ କପିଳାସ ସେଠଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like