-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
27-Dec-2020
ବଲାଙ୍ଗୀର, (ନି.ପ୍ର)- ଆଜି ଜେଆଇଟିଏମ୍ ପାଖ ଫାର୍ମ ହାଉସ ଠାରେ ୧୯୮୯ ପି. ପି. ଏକାଡେମୀ ମେଟ୍ରିକ ବେଚ୍ର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୮ଠ ଜଣ ପୁରାତନ ଛାତ୍ର ଅଂଶଗ୍ରହଣ କରିଥିଲେ । ପ୍ରଥମେ ପି.ପି. ଏକାଡେମୀର ଦିବଂଗତ ପ୍ରଧାନଶିକ୍ଷକ ବିଶ୍ୱନାଥ ଶତପଥୀଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରିଚୟ ପ୍ରଦାନ ଓ ନିଜର ପିଲା ଦିନର ସ୍ମୃତି ରୋମାନ୍ଥନ କରାଯାଇଥିଲା । ପୂରାତନ ଛାତ୍ର ଅତୁଲ ଅଗ୍ରୱାଲଙ୍କ ଜନ୍ମଦିନକୁ କେକ୍ କାଟି ପାଳନ କରାଯାଇଥିଲା l ଏହି ଅବସରରେ ବାହାର ଜିଲ୍ଲାରୁ ଆସିଥିବl କିଛି ପୁରାତନ ଛାତ୍ରଙ୍କୁ ଫୁଲ ତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା l ପୂରାତନ ଛାତ୍ର ରିତୁରାଜ ସିଂହଙ୍କ ପରିଚାଳନାରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅନୀଲ କୁମାର ନନ୍ଦ, ଅଜିତ କୁମାର ପଣ୍ଡା, ସନ୍ତକ ବହିଦାର, ସର୍ଜନ ଆଚାର୍ଯ୍ୟ, ଜିତେନ୍ଦ୍ର ଦାସ, ସତ୍ୟ ମିଶ୍ର, ମୁନା ପଣ୍ଡା, କମ୍ବୁପାଣି ପୂଜାରୀ, ମନୋଜ ପଟ୍ଟନାୟକ, ସଂଜୀବ ଦାସ, ଶ୍ରୀମନ୍ତ ପଣ୍ଡା, ତପନ ପଟ୍ଟନାୟକ,ଆନନ୍ଦ ମିଶ୍ର, ତ୍ରିନାଥ ବେହେରା, ଜ୍ୟୋତିପ୍ରକାଶ ଦୀପ, ପବିତ୍ର ନେପାକ, ନୀଳକଣ୍ଠ ହାତୀ, ମଦନ ସେଠ, ସାନ୍ତନୁ ମହାକୁର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।