-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଯାଜପୁର ବାସୀଙ୍କପାଇଁ ଡ଼ଃ ରବିନାରାୟଣ ବେହେରାଙ୍କର ନିବେଦନ ବାର୍ତ୍ତା

29-May-2024



ଭୁବନେଶ୍ୱର(ପ୍ରେରଣା ଖବର): ଯାଜପୁର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଡ଼ଃ ରବି ନାରାୟଣ ବେହେରା ତାଙ୍କର ଭୋଟଦାତା ମାନଙ୍କ ଉଦ୍ଦେଶ୍ୟରେ ଏକ ଭାବାବେଗ ଭରା ବାର୍ତ୍ତା ଜାରି କରିଛନ୍ତି I ସେ କହିଛନ୍ତି ଯେ, “ଯାଜପୁରର ମୋର ପ୍ରିୟ ପରିବାରଜନଙ୍କୁ ସାଦର ନମସ୍କାର ଜଣାଉଛି। ମୁଁ ଡ଼ଃ ରବି ନାରାୟଣ ବେହେରା ଯାହାକୁ ଆପଣମାନେ ଆଦରରେ ରବି ବା ରବିବାବୁ ବୋଲି ସମ୍ବୋଧନ କରନ୍ତି। ଆଜି ଆପଣମାନଙ୍କର ସମର୍ଥନ, ସମବେଦନା ଓ ଆଶୀର୍ବାଦ କାମନା କରୁଛି।ମୁଁ ଚଳିତ  ନିର୍ବାଚନରେ ଯାଜପୁର ଲୋକସଭା ନିର୍ବାଚନୀ ମଣ୍ତଳୀ ପାଇଁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛି। ମୁଁ କୌଣସି ନେତା କିମ୍ବା ବହୁତ ବଡ଼ ରାଜନୀତିଜ୍ଞ ନୁହେଁ। ଆପଣମାନଙ୍କ ଭଳି ଜଣେ ସାଧାରଣ ମଣିଷ ମାତ୍ର। ଯାଜପୁର ମାଟିର ପୁଅ ମୁଁ। ପୁଣ୍ୟତୋୟା ବୈତରଣୀ,ଖରସ୍ରୋତା ଓ ବ୍ରାହ୍ମଣୀ ନଦୀର ପାଣି ପିଇ ମୁଁ ବଡ଼ ହୋଇଛି।ମୋର ଘର ରସୁଲପୁରର ବ୍ଲକର ନିପଟ ମଫସଲ ହାଟସାହି ଗ୍ରାମରେ। ପିଲାଦିନ ମୋର ଗାଁର ମାଟି ଓ ଧୂଳିରେ କଟିଛି।ବର୍ଷା ଦିନେ କାଦୁଅରେ ପଶି ଏହିଠାରେ ମୁଁ ସ୍କୁଲକୁ ଯାଇ ପାଠ ପଢ଼ିଛି। ଗାଁ ପଡ଼ିଆରେ କେତେ ଖେଳ ଖେଳିଛି। ବାତ୍ୟା ଓ ବନ୍ୟାର କରାଳ ବିଭୀଷିକାକୁ ଅଙ୍ଗେ ଲିଭାଇଛି।

ମା ବିରାଜଙ୍କର ଅଶେଷ କୃପାରୁ ମୋତେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ମିଳିଥିଲା। ସୌଭାଗ୍ୟ ବଶତଃ ମୁଁ ପ୍ରଥମେ ନୂଆଦିଲ୍ଲୀଠାରେ  ଓ ତାପରେ ଭୁବନେଶ୍ୱରରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିଥିଲି। ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମୋର ପ୍ରତିଭା ଏବଂ ପାରଦର୍ଶିତା ପାଇଁ ମୁଁ ସରକାର ଓ ସର୍ବସାଧାରଣଙ୍କର ଦ୍ଵାରା ବହୁ ଭାବେ ପ୍ରଶଂସିତ ଏବଂ ପୁରସ୍କୃତ ହୋଇଛି। ମୋର ତତ୍ତ୍ଵାବଧାନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀ ମନ୍ଦିର, ଓଡ଼ିଶାର ରାଜଭବନ, ରାଜ୍ୟ ସଚ୍ଚିବାଳୟ,ଉଚ୍ଚ ନ୍ୟାୟାଳୟ, ଓଡ଼ିଶା ପୁଲିସ, ଉତ୍କଳ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଆଦିରେ ଇଣ୍ଟରନେଟ ସେବା ଉପଲବ୍ଧ କରାଯାଇଥିଲା।   ସରକାରୀ ଚାକିରୀ କାଳରେ ଉଚ୍ଚପଦପଦବୀରେ ରହିଥିଲେ ସୁଦ୍ଧା ମୋର ମନ ସଦାସର୍ବଦା  ମୋ ଜନ୍ମ ମାଟି ଯାଜପୁର ପାଇଁ  କାନ୍ଦୁଥିଲା। ଯାଜପୁର ବାସୀଙ୍କର ସେବା କରିବା ପାଇଁ ୨୦୧୯ ମସିହାରେ ମୁଁ ସ୍ବେଚ୍ଛାକୃତ ଭାବେ ଚାକିରୀରୁ ଅବସର ଗ୍ରହଣ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲି।      

ଆଜି ସବୁସ୍ତରରେ ବ୍ୟାପକ ମାତ୍ରାରେ ଦୁର୍ନୀତି  ଯାଜପୁରର ବିକାଶ ପାଇଁ ସବୁଠୁ ବଡ଼ ବ୍ୟାଧକ ବନିଛି।ଏଠାରେ ବେକାରୀ ପରିସ୍ଥିତି ଉତ୍କଟ ଆକାର ଧାରଣ କରିଛି। ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କୁ ସରକାରୀ ଯୋଜନା ଗୁଡ଼ିକର ସୁଫଳରୁ ବଞ୍ଚିତ କରାଯାଉଛି। ମନ୍ଦିର ଗୁଡିକ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଉଛି। ଆବଶ୍ୟକୀୟ ବଜାର ଓ ଶୀତଲଭଣ୍ଡାର ନଥିବାରୁ ଚାଷୀମାନେ ସେମାନଙ୍କର ଫସଲର ଉପଯୁକ୍ତ ମୂଲ୍ୟ ପାଇ ପାରୁନାହାନ୍ତି।ଏଠାରେ ସ୍ନାତକୋତ୍ତର ଓ କୌଶଳ ଯୁକ୍ତ ଶିକ୍ଷାର ସୁବିଧା ନାହିଁ। ମୁଁ ନିର୍ବାଚିତ ହେଲେ ଏ ସବୁ ସମସ୍ୟାଗୁଡିକ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ପାଇଁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରିବି ବୋଲି ଆପଣମାନଙ୍କୁ ଭରସା ଦେଉଛି। ଯାଜପୁରର ସର୍ବାଙ୍ଗୀନ ଉନ୍ନତି ଓ ମୋ ଅଞ୍ଚଳବାସୀଙ୍କର ପ୍ରଗତି ପାଇଁ ମୁଁ ପ୍ରତିଜ୍ଞାବଦ୍ଧ। ରତ୍ନଗିରିଠାରେ ବୌଦ୍ଧ କୀର୍ତ୍ତି ଏବଂ ନୌବାଣିଜ୍ୟ ଆଧାରିତ ଐତିହ୍ୟ ଏକ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଏବଂ ଯାଜପୁର ସହର ଓ ମା ବିରଜା କ୍ଷେତ୍ରକୁ ରେଳପଥ ଦ୍ଵାରା ସଂଯୋଗ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଆପଣମାନଙ୍କର ସାହାଯ୍ୟ, ସହଯୋଗ ଓ ସହାନୁଭୂତି ବଳରେ ଯାଜପୁର ପାଇଁ ରହିଥିବା ମୋର ଅସୁମାରୀ ସ୍ୱପ୍ନ ନିଶ୍ଚିତ ଭାବେ ସାକାର ହେବ ବୋଲି ମୁଁ ସମ୍ପୁର୍ଣ୍ଣ ଆଶାବାଦୀ ଅଛି। ମୋ ଦ୍ୱାରା ପ୍ରସ୍ତୁତ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ଯାଜପୁରକୁ ବିକାଶର ଶୀଖର ସ୍ତରରେ  ପହୁଞ୍ଚାଇବା ପାଇଁ ମୋର ଲକ୍ଷ୍ୟ ରହିଛି। ଏ ଦିଗରେ ମୋର ହାତ ମୁଠାକୁ ଟାଣ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆସନ୍ତା ଜୁନ ୧ତାରିଖ ଦିନ ଆପଣମାନେ ପବିତ୍ର ପଦ୍ମ ଫୁଲ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦାନ କରି  ମୋତେ ଜିତାଇ ଦିଲ୍ଲୀ ପଠାଇବା ସାଙ୍ଗକୁ ଆପଣ ମାନଙ୍କର  ଅତିପ୍ରିୟ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦୀରେ ଆସୀନ କରିବାକୁ ମୁଁ ବିନମ୍ର ନିବେଦନ କରୁଛି” I


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like