-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
ଭୁବନେଶ୍ୱର/ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ)- ଜାମ୍ମୁ କାଶ୍ମୀର ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ବର୍ତ୍ତମାନ କାଶ୍ମୀରବାସୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇପାରିବେ।
ଜାମ୍ମୁ କାଶ୍ମୀର ବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପହାର । ଜାମ୍ମୁ କାଶ୍ମୀରରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ମୁଁ ଜାମ୍ମୁ କାଶ୍ମୀରବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ବର୍ତ୍ତମାନ ଜାମ୍ମୁ କାଶ୍ମୀରର ପ୍ରତ୍ୟେକ ନାଗରିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା ମିଳିବ । ଏହା ଜାମ୍ମୁ କାଶ୍ମୀରବାସୀଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ ।ଯଦି ଏକ ସାଧାରଣ ପରିବାରର କେହି ସଦସ୍ୟ କୌଣସି ଗୁରୁତର ରୋଗରେ ପୀଡିତ ହୁଅନ୍ତି, ତେବେ ସେହି ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଆଡକୁ ଗତି କରିଥାଏ । କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ ।ଆୟୁଷ୍ମାନ ଭାରତ ଯୋଜନା କେବଳ ସରକାରୀ ଡାକ୍ତରଖାନାରେ ନୁହେଁ, ଆପଣ ଦେଶର ବିଭିନ୍ନ ଘରୋଇ ଡାକ୍ତରଖାନାରେ ମଧ୍ୟ ଏହାର ଲାଭ ନେଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଜମ୍ମୁ-କାଶ୍ମୀରବାସୀ ପ୍ରଶାସନ ଉପରେ ଭରସା କରୁଛନ୍ତି ।ପ୍ରତେକ ନାଗରୀକ ଗଣତନ୍ତ୍ରକୁ ସୁଦୃଢ କରିବା ଲାଗି କାର୍ଯ୍ୟ କରୁଛନ୍ତି । ନିକଟରେ ହୋଇଥିବା ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ।ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ଲୋକମାନେ ବହୁ ସଂଖ୍ୟାରେ ଭୋଟ୍ ଦେଇଥିଲେ । ଯେଉଁମାନେ ଆସି ନିର୍ବାଚିତ ହୋଇଛନ୍ତି ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।ଏଥିସହ ନିର୍ବାଚନରେ ପରାଜିତ ହୋଇଥିବା ପାର୍ଥୀ ମାନଙ୍କୁ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।