-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
26-Dec-2020
କଟକ ( ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)- ଯୁଗପୁରୁଷ ଭାରତରତ୍ନ,ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ଉତ୍ସବ କଟକ ସଦର ସ୍ଥିତ ଫକୀରପଡା ଠାରେ ପ୍ରତିଭା ଶତପଥି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ବହୁ ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ରହି ଅଟଳ ବିହାରୀ ବାଜପେୟୀଙ୍କଙ୍କ ଫୋଟୋରେ ପୁଷ୍ପ ଦେଇ ବାଜପେୟୀଙ୍କ ପ୍ରତି ନିଜର ସଂମ୍ମାନ ଜଣାଇଥିଲେ।ଆଜି ଏହି ଉତ୍ସବ ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଫକୀରପଡା ମାଟିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କଟକ ସଦର ବ୍ଲକ ଉପକଣ୍ଠ ଫକୀରପଡା ର କାଳୀମନ୍ଦିର ନିକଟରେ, ପାରାଦ୍ୱୀପ ଅଭିମୁଖେ ଯାତ୍ରା କରୁଥିବା ସମୟରେ ମାନ୍ୟବର ତୈଳ,ପ୍ରାକୃତିକ ଓ ଇସ୍ପାତମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ତାଙ୍କ କର୍ମ ଧାରାର ଉଚ୍ଚ ପ୍ରସଂଶା କରିବା ସହ ଭବ୍ୟ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା।ଏହି ସ୍ୱାଗତ ସମ୍ବର୍ଦ୍ଧନା ପର୍ଵରେ ଭାଜପା ର ରାଜ୍ୟ କାଯ୍ୟକାରିଣୀ ସଦଶ୍ୟା ତଥା ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦିକା ଶ୍ରୀମତୀ ପ୍ରତିଭା ଶତପଥି ଓ ବହୁ ଭାଜପା କର୍ମୀ ମାନେ ଉପସ୍ଥିତ ଥିଲେ।