-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
22-May-2024
ନୂଆପଡ଼ା - (ପ୍ରେରଣା ନ୍ୟୁଜ)ନୂଆପଡ଼ା ଜିଲ୍ଲା ଖରୀଆର ବ୍ଲକର ଝୋଳ ପଥର ଗ୍ରାମର ଲୋକ ପିଇବା ପାଣି ପାଇଁ ଚାରି ପାଞ୍ଚ ଦିନ ହେବ ସ୍ବପ୍ନ ଦେଖିବା ଆରମ୍ଭ କଲେଣି । ଏମାନଙ୍କ ସ୍ବପ୍ନ ସହିତ ଜଳ ପରିମଳ ବିଭାଗ ମଧ୍ୟ ନିଦ୍ରାଗତ ଥିବା ପରି ଲାଗୁଛି ।ଅଧିକାରୀଙ୍କୁ ସମସ୍ୟା ଉପରେ ଅବଗତ କରିବା ଦ୍ୱାରା ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ । ଜଳ ମୁନ୍ଦିଏପାଇଁ ଲୋକେ ହଇରାଣ ହେଉଥିବା ବେଳେ ସାନ ମହେଶ୍ୱର ଗ୍ରାମର ଧାନ ମଣ୍ଡିଠାରେ ଚାଷ ପାଇଁ ଜମି ପ୍ରସ୍ତୁତ କରୁଥିବା ବେଳେ ଅଳ୍ପ ଗଭୀରରେ ପାଇପ ପୋତି ଥିବାରୁ ଟ୍ରାକ୍ଟରର ଲଙ୍ଗଳ ବାଜି ପାଇପ ଫାଟିଯାଇ ପାଣି ସବୁ ବାହାରି ଯାଉଛି। ଏଣୁ ଝୋଲପଥର ଗ୍ରାମକୁ ପିଇବା ପାଣି ଯାଇପାରୁନାହିଁ। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମରାମତି ଶିଘ୍ର କରିବା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଅନୁରୋଧ କରୁଛନ୍ତି।