-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
21-May-2024
(ଡୋଲୋଶ୍ଵର ଵାଗ )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡ଼ା ଅଭୟରଣ୍ୟର ସୋସେଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିବନାରାୟଣପୁର ଠାରେ କୁମ୍ବିଂ ଅପରେସନ ଜାରି ଥିବା ବେଳେ ଏକ ମାଓ କେମ୍ପ ଠାବ, ବିପୁଳ ମାଓ ସାମ ଜବତ୍, ଏସ ପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ସୂଚନା ଦେଇଛନ୍ତି। ଗତ କାଲି ସକାଳ ୩ ଘଂଟା ରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓ ଏବଂ ଏସ ଓ ଜି ଯବାନ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା। ସେହିପରି ଅନ୍ୟ ଏକ ଏସ ଓ ଜି ଦଳ ପହଞ୍ଚି ସର୍ଚ୍ଚ ଅପରେସନକୁ ଅଞ୍ଜାମ ଦେଉଥିବା ବେଳେ ଏକ ମାଓ କିମ୍ପ ଠାବ କରିଥିଲେ। ସେଠାରୁ ୧୦ ରୁ ୧୨ ଜଣ ମାଓବାଦୀ ଥିବା ଅନୁମାନ କରୁଥିବା ବେଳେ ଗୁଳି ଚଳା ନା କରିଥିଲେ। ଏହାର ଜବାବ ରେ ଯବାନ ମାନେ ମଧ୍ୟ ଗୁଳି ଚାଳନା କରିଥିଲେ। ମାଓବାଦୀ ମାନେ ମଧ୍ୟ ଆହାତ ହୋଇଥିବା ପୋଲିସ ପକ୍ଷ ରୁ ଅନୁମାନ କରିଛନ୍ତି। ଘଟଣା ସ୍ଥଳ ରୁ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି। ଗୋଟିଏ ପିଶ୍ତଳ, ୪ ଲକ୍ଷ ଟଙ୍କା ନଗଦ ଦୁଇ ହଜାର ଟଙ୍କିଆ ନୋଟ୍, ରିଭର୍ବଲ୍ ୫ ରାଉଣ୍ଡ, ୩୦ ଗୋଟି ଛୋଟ ବ୍ୟାଟେରୀ,ମାଓ ପୋଷାକ, ଗୋଟିଏ ରେଡ଼ିଓ, ଭଳି ୪୦ ଗୋଟି ସାମଗ୍ରୀ ଜବତ୍ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅପରେସନ ଚାଲୁ ଥିବା ଏସ ପି ପ୍ରକାଶ କରିଛନ୍ତି।