-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
14-May-2024
ନୂଆପଡ଼ା -( ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲାରେ ସାଧାରଣ ନିର୍ବାଚନ ୨୦୨୪ର ମତଦାନ ସରକାରଙ୍କ ଆଗରେ ପ୍ରଶ୍ନ ତିଆରି କରିଛି ।ଜିଲ୍ଲାର ୨ଟି ବିଧାନ ସଭା କ୍ଷେତ୍ର ନୂଆପଡ଼ା ଓ ଖରିଆର।ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୧୨୦୧୩୮ ଓ ମହିଳା ଭୋଟର ୧୨୩୧୨୫ ଜଣ ।ସମୁଦାୟ ଭୋଟର ୨୪୩୨୮୭ ଜଣ ଥିବାବେଳେ ମତଦାନ କରିଛନ୍ତି୧୮୧୮୯୦ ଜଣ ଭୋଟର ।ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ୩୧୫୪୪ ଜଣ ଓ ମହିଳା ଭୋଟର ୨୯୮୩୨ ଜଣ ହିସାବରେ ସମୁଦାୟ ୬୧୩୯୭ ଜଣ ଭୋଟର ଭୋଟ ଦେଇ ନାହାନ୍ତି।ଅପରପକ୍ଷରେ ଖରୀଆର ନିର୍ବାଚନ ମଣ୍ଡଳୀର ପୁରୁଷ ଭୋଟର ସଂଖ୍ୟା ୧୨୬୯୩୫ ଓ ମହିଳା ଭୋଟର ସଂଖ୍ୟା ୧୨୬୦୭୨ ଜଣ ।ସମୁଦାୟ ଭୋଟର ୨୫୩୦୨୪ ଜଣ ଥିବାବେଳେ ମତଦାନ କରିଛନ୍ତି ୧୯୭୯୯୦ ଜଣ ଭୋଟର । ଖରିଆର ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ୨୯୭୬୩ ଜଣ ଓ ମହିଳା ଭୋଟର ୨୫୨୫୬ ଜଣ ହିସାବରେ ସମୁଦାୟ ୫୫୦୩୪ ଜଣ ଭୋଟର ଭୋଟ ଦେଇ ନାହାନ୍ତି ।ଜିଲ୍ଲାର ୨ ଟି ବିଧାନସଭା କ୍ଷେତ୍ରରେ ସମୁଦାୟ ୧୧୬୪୩୧ ଜଣ ଭୋଟର ଭୋଟ ଦେଇ ନ ଥିବା ପଛର କାରଣ କ'ଣ ହୋଇଥାଇପାରେ ।ଲକ୍ଷାଧିକ ଭୋଟର ଗଲେ କୁଆଡେ ? ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା କଣ ଏହି ମାନଙ୍କୁ ଖୁସି ଦେଇ ନାହି କି ? ମୁଖ୍ୟ କାରଣ ଦାଦନ ନୁହେଁ ତ ।ଏମିତି ଅନେକ ପ୍ରଶ୍ନ ଲୋକଙ୍କ ଚାରି ପାର୍ଶ୍ଵରେ ଘୁରି ବୁଲୁଛି । ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସରକାର ଏଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଜରୁରୀ ନୁହେଁ କି ? ନୂଆପଡ଼ା ଜିଲ୍ଲାର ନୂଆପଡ଼ା ବ୍ଲକରୁ ୩୪୪୨୭ ଜଣ,କୋମନା ବ୍ଲକରୁ ୨୬୯୭୦ ଜଣ,ବୋଡ଼େନ ବ୍ଲକରୁ୧୩୯୧୮ ଜଣ,ଖରୀଆର ବ୍ଲକରୁ ୨୨୨୪୧ ଜଣ ଓ ସିନାପାଲି ବ୍ଲକରୁ ୧୮୮୭୫ ଜଣ ଭୋଟର ଭୋଟ ଦେଇ ନାହାନ୍ତି ।ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।